ହାଇଦ୍ରାବାଦ: ଆଯୋଧ୍ୟାରେ ଚଳିତ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ମନ୍ଦିରକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ରାମ ମନ୍ଦିରକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭଜନ ଗୀତ 'ମେରି ଝପୋଡି କେ ଭାଗ ଆଜ ଖୁଲ ଜାଏଙ୍ଗେ, ରାମ ଆଏଙ୍ଗେ ରାମ ଆଏଙ୍ଗେ' ଖୁବ ଭାଇରାଲ ହେବାରେ ଲାଗିଛି । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭଜନର ଫ୍ୟାନ ହୋଇଛନ୍ତି । ପିଏମ୍ ନିଜେ ଏହି ଗୀତକୁ ସୋସିଆଲ ମିଡିଆରେ ସେୟାର କରି ଗାୟିକାଙ୍କ ଖୁବ ପ୍ରଶଂସା କରିଛନ୍ତି ।
-
श्री राम लला के स्वागत में स्वाति मिश्रा जी का भक्ति से भरा यह भजन मंत्रमुग्ध करने वाला है…#ShriRamBhajanhttps://t.co/g2u1RhPpqO
— Narendra Modi (@narendramodi) January 3, 2024 " class="align-text-top noRightClick twitterSection" data="
">श्री राम लला के स्वागत में स्वाति मिश्रा जी का भक्ति से भरा यह भजन मंत्रमुग्ध करने वाला है…#ShriRamBhajanhttps://t.co/g2u1RhPpqO
— Narendra Modi (@narendramodi) January 3, 2024श्री राम लला के स्वागत में स्वाति मिश्रा जी का भक्ति से भरा यह भजन मंत्रमुग्ध करने वाला है…#ShriRamBhajanhttps://t.co/g2u1RhPpqO
— Narendra Modi (@narendramodi) January 3, 2024
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏହି ଭଜନ ସେୟାର କରି ଲେଖିଛନ୍ତି, ''ଶ୍ରୀ ରାମଲାଲାଙ୍କ ସ୍ବାଗତରେ ସ୍ବାତୀ ମିଶ୍ରାଙ୍କ ଭକ୍ତିରେ ଭରା ଏହି ଭଜନ ମନ୍ତ୍ରମୁଗ୍ଧ କରୁଛି ।'' ମୋଦି ଏହି ଭଜନଟି ସେୟାର କରି ଗାୟିକାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏହି ଭଜନକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଅଶ୍ବିନୀ କୁମାର ଚୋବେ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ସୋସଇାଲ ମିଡିଆରେ ସେୟାର କରିଛନ୍ତି । ତେବେ ସ୍ବାତୀ ମିଶ୍ରଙ୍କ ଏହି ଭଜନକୁ ୟୁଟ୍ୟୁବରେ ଲଞ୍ଚ କରାଯାଇଥିବା ବେଳେ ଏହାକୁ ଏବେ ସୁଦ୍ଧା ୪ କୋଟିରୁ ଅଧିକ ଭ୍ୟୁ ମିଳିସାରିଲାଣି ।
ଏହା ମଧ୍ୟ ପଢନ୍ତୁ: ବିଦେଶୀ ଗାୟିକାଙ୍କ କଣ୍ଠରେ ଜନ ଗଣ ମନ, ମୋଦିଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ
ସ୍ବାତୀ ମିଶ୍ର କିଏ?
କଣ୍ଠଶିଳ୍ପୀ ସ୍ବାତୀ ମିଶ୍ରା ବିହାରର ଛପରା ସଦରର ମାଲା ଗାଁ ବାସିନ୍ଦା ଅଟନ୍ତି । ସେ ଛପରାରେ ନିଜ ପାଠପଢା ସାରିବା ପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଶାସ୍ତ୍ରୀୟ ସଙ୍ଗୀତରେ ତାଲିମ ନେଇଥିଲେ । ସେ ଗାୟିକା ଭାବେ କ୍ୟାରିଅର କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ମୁମ୍ବାଇ ଚାଲି ଆସିଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ମୁମ୍ବାଇରେ ଅଛନ୍ତି ଏବଂ ନିଜ କ୍ୟାରିୟର ଜାରି ରଖିଛନ୍ତି । ଏଥିସହ ସ୍ବାତୀ ସୋସିଆଲ ମିଡିଆରେ ନିଜ ଗୀତ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
କହିରଖୁଛୁ କି, ସ୍ବାତୀ ମିଶ୍ରା ଅନେକ ଭୋଜପୁରୀ ଏବଂ ହିନ୍ଦୀ ଗୀତ ଗାଇଛନ୍ତି । କିନ୍ତୁ ତାଙ୍କର ଏହି ଭଜନ 'ରାମ ଆଏଙ୍ଗେ' ବେଶ ଲୋକପ୍ରିୟତା ହାସଲ କରିବା ସହ ତାଙ୍କୁ ଏବେ ଘରେ ଘରେ ପରିଚିତ କରାଇଛି । 'ରାମ ଆଏଙ୍ଗେ' ପୂର୍ବରୁ ତାଙ୍କର 'ତୋସେ ସଜନା' ଏବଂ 'କାହାନୀ ସୁନୋ' ଖୁବ୍ ଭାଇରାଲ ହୋଇଥିଲା ।