ETV Bharat / entertainment

Pathaan Film: ୧୦୦୦ କୋଟିର ବ୍ୟବସାୟ କରି ରେକର୍ଡ କରିପାରେ ପଠାନ - ବଲିଉଡ

ଫିଲ୍ମ 'ପଠାନ୍' ବକ୍ସ ଅଫିସରେ ଧମାଲ କରିଚାଲିଛି । ତେବେ କିଛି ଦିନ ମଧ୍ୟରେ ଫିଲ୍ମଟି ୧୦୦୦କୋଟିର ବ୍ୟବସାୟ କରି ଇତିହାସ ରଚିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ,

pathan-crore-collection-on-box-office
pathan-crore-collection-on-box-office
author img

By

Published : Feb 21, 2023, 8:59 AM IST

Updated : Feb 21, 2023, 12:51 PM IST

ମୁମ୍ବାଇ: ବଲିଉଡର ବାଦଶାହା ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ୍' ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମଟି ଜାନୁୟାରୀ ୨୫ରେ ରିଲିଜ ହୋଇଥିବା ବେଳେ ଆଉ କିଛି ଦିନ ପରେ ଏହାକୁ ମାସେ ପୁରିବ । ଫିଲ୍ମ ରିଲିଜର ୨୬ ଦିନ ମଧ୍ୟରେ ସାରା ବିଶ୍ବରେ 800 କୋଟିରୁ ଅଧିକ ରୋଜଗାର କରିସାରିଲାଣି ।

ଏପରିକି ଫିଲ୍ମ 'ପଠାନ୍' ଏସ.ଏସ.ରାଜମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଅଭିନେତା ପ୍ରଭାସଙ୍କ ବ୍ଲକବ୍ଲାଷ୍ଟର ଫିଲ୍ମ 'ବାହୁବଲୀ-୨' କୁ ମଧ୍ୟ ପଛରେ ପକାଇ ବହୁ ରୋଜଗାର କରିଲାଣି । ତେବେ ଆଗାମୀ କିଛି ଦିନ ମଧ୍ୟରେ ସାରା ଦେଶରେ 'ପଠାନ'ର ୧୦୦୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଟାର୍ଗେଟ ରଖିଛି ।

ସୂଚନାଥାଉ କି, ଗଣତନ୍ତ୍ର ଦିବସ ଅବସରରେ ରିଲିଜ ହୋଇଥିବା ଫିଲ୍ମ 'ପଠାନ୍' ୫୫ କୋଟି ଟଙ୍କାରେ ଆରମ୍ଭ କରିଥିଲା । ଯାହା ରିଲିଜର ଦ୍ବିତୀୟ ଦିନରେ ୧୦୦କୋଟି ଟଙ୍କା ଉପରେ ରୋଜଗାର କରିଥିଲା । ସେହିପରି ୩ୟ ଦିନରେ ୩୦୦କୋଟି, ୪ର୍ଥ ଦିନରେ ୪୦୦କୋଟି ଏବଂ ୫ମ ଦିନରେ ୫୦୦କୋଟି ଟଙ୍କା ରୋଜଗାର କରି ସାରା ଦେଶର ବକ୍ସ ଅଫିସରେ ଧମାଲ କରିଚାଲିଲା ।

ଫିଲ୍ମ 'ପଠାନ୍' ରିଲିଜର ୨୬ ଦିନରେ ବିଶ୍ବ ବଜାରରେ ୮୮୮ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ଭାରତ ବକ୍ସ ଅଫିସରେ ୫୧୧.୪୨ କୋଟି ବ୍ୟବସାୟ କରିସାରିଲାଣି । ତେବେ ବର୍ତ୍ତମାନ କିଛି ଦିନ ମଧ୍ୟରେ ଫିଲ୍ମଟି ୧୦୦୦କୋଟିର ବ୍ୟବସାୟ କରି ଇତିହାସ ରଚିବ ବୋଲି ଆଶା କରାଯାଉଛି ।

ସୂଚନାଥାଉ କି, ଭାରତ ବକ୍ସ ଅଫିସରେ ହିନ୍ଦୀ ଭାଷାରେ ସବୁଠାରୁ ଅଧିକ ବ୍ୟବସାୟ କରିବା ଫିଲ୍ମ ହେଉଛି 'ପଠାନ୍' । ଏପରିକି ଏହା 'ବାହୁବଳୀ-୨' କୁ ମଧ୍ୟ ପଛରେ ପକାଇ ଦେଇଛି । ହିନ୍ଦୀ ଭାଷାରେ 'ପଠାନ୍' ୫୧୧.୪୨ କୋଟି ବ୍ୟବସାୟ କରିଥିବା ବେଳେ 'ବାହୁହଲି-୨' ୫୧୦ କୋଟିର ବ୍ୟବସାୟ କରିଥିଲା ।

ଫିଲ୍ମ 'ପଠାନ୍' ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ହୋଇଥିବା ବେଳେ ଏହା ଏକ ଆକ୍ସନ ଚଳଚ୍ଚିତ୍ର ଅଟେ । ଏହି ଫିଲ୍ମର ରଚୟିତା ହେଲେ ଶ୍ରୀଧର ରାଘବନ ଓ ଆବାସ ବାୟରୱାଲା । ଏଥିରେ ଅଭିନେତା ଶାହାରୁଖ ଖାନ, ଅଭିନେତ୍ରୀ ଦୀପିକା ପାଦୁକୋନ୍, ଜନ୍ ଆବ୍ରାହମ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ସେହିପରି ୨୦୨୩ ଫେବୃୟାରୀ ୧୭ ତାରିଖରେ କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ଶେହଜାଦା ଓ ଆଣ୍ଟ ମ୍ୟାନ ଆଣ୍ଡ ଦା ୱାସ୍ପ: କାଣ୍ଟୁମାନିଆ ସିନେମା ହଲରେ ରିଲିଜ ହୋଇଛି । ଏହାପରେ ଫିଲ୍ମ ପଠାନର ବ୍ୟବସାୟ ଉପରେ କିଛି ମଧ୍ୟ ପ୍ରଭାବ ପକାଇ ପାରିନି । ଫିଲ୍ମ ପଠାନ ୩ ଦିନ ମଧ୍ୟରେ ୧୯.୯୫ କୋଟି ବ୍ୟବସାୟ କରିଥିବା ବେଳେ ଆଣ୍ଟ ମ୍ୟାନ ଆଣ୍ଟ ଦା ୱାସ୍ପ: କାଣ୍ଟୁମାନିଆ ୨୫ କୋଟିର ବ୍ୟବସାୟ କରିଛି । ତେବେ ରବିବାର ଯାଏଁ ଶେହଜାଦା ୭.୩୦ କୋଟି, ଆଣ୍ଟ ମ୍ୟାନ ଆଣ୍ଡ ଦା ୱାସ୍ପ: କାଣ୍ଟୁମାନିଆ ୮କୋଟି ଟଙ୍କା ବ୍ୟବସାୟ କରିସାରିଛି ।

Last Updated : Feb 21, 2023, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.