ETV Bharat / entertainment

O Piya Song: ବିବାହ ପରେ ରାଘବ ଚଢାଙ୍କୁ ଖାସ୍‌ ଉପହାର ଦେଲେ ପରିଣୀତି

author img

By ETV Bharat Odisha Team

Published : Sep 28, 2023, 8:51 AM IST

ପରିଣୀତି ଚୋପ୍ରା ବିବାହ ପରେ ସ୍ୱାମୀ ରାଘବ ଚଢାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ସେ ରାଘବଙ୍କୁ ଏକ ଗୀତ ‘ଓ ପିୟା’ ଉତ୍ସର୍ଗ କରିଛନ୍ତି । ଅଧିକ ପଢ଼ନ୍ତୁ

ରାଘବ ଚଢାଙ୍କୁ ଖାସ୍‌ ଉପହାର ଦେଲେ ପରିଣୀତି
ରାଘବ ଚଢାଙ୍କୁ ଖାସ୍‌ ଉପହାର ଦେଲେ ପରିଣୀତି

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କର ବହୁ ଚର୍ଚ୍ଚିତ ବାହାଘର ଆପ୍ ସାଂସଦ ରାଘବ ଚଢ଼ାଙ୍କ ସହ ନିକଟ‌ରେ ସପନ୍ନ ହୋଇଛି । ଦୁହିଁଙ୍କ ବିବାହରେ ପରିବାର ସଦସ୍ୟ, ଅନେକ ବଡ଼ବଡ଼ କଳାକାର ଓ ରାଜନେତା ଯୋଗ ଦେଇଥିଲେ । ଉଦୟପୁରର ପ୍ରସିଦ୍ଧ ଲୀଲା ପ୍ୟାଲେସ ହୋଟେଲ୍‌ରେ ଏହି ଚର୍ଚ୍ଚିତ ବିବାହ ଶେଷ ହେବା ପରେ ସେମାନଙ୍କର ଆକର୍ଷଣୀୟ ଫ‌ଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ପରିଣୀତି ମଧ୍ୟ ବିବାହ ପରେ ରାଘବଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି । ଏହି ଉପହାର ସହିତ ପରିଣୀତି ନିଶ୍ଚିତ ଭାବରେ ରାଘବଙ୍କ ହୃଦୟ ଜିତିଥିବେ । ପରିଣୀତି ତାଙ୍କ ବିବାହରେ ରାଘବଙ୍କୁ ଏକ ଗୀତ ଉତ୍ସର୍ଗ କରିଛନ୍ତି ।

ବିବାହ ପୂର୍ବରୁ ପରିଣୀତି ରାଘବଙ୍କ ପାଇଁ ଏକ ଗୀତ ରେକର୍ଡ କରିଥିଲେ । ସେହି ଗୀତକୁ ସେ ବିବାହ ପରେ ରାଘବଙ୍କୁ ଡେଡିକେଟ୍‌ କରିଛନ୍ତି । ପରିଣୀତି ଚୋପ୍ରା ଜଣେ ମହାନ ଅଭିନେତ୍ରୀ ହେବା ସହିତ ଜଣେ ଭଲ ଗାୟିକା ମଧ୍ୟ । ସେ ବହୁତ ଭଲ ଗୀତ ଗାଆନ୍ତି ଏବଂ ସୋସିଆଲ ମିଡିଆରେ ଅନେକ ସମୟରେ ତାଙ୍କର ଗୀତ ଭିଡିଓ ସେୟାର କରନ୍ତି । ପରିଣୀତି ରାଘବଙ୍କ ପାଇଁ ‘ଓ ପିୟା’ ଗୀତ ଗାଇଛନ୍ତି ।

  • " class="align-text-top noRightClick twitterSection" data="">

ଗୀତ ମାଧ୍ୟମରେ ପ୍ରେମ ବ୍ୟକ୍ତ କଲେ ପରିଣୀତି

ପରିଣୀତି ‘ଓ ପିୟା’ ଗୀତକୁ ରେକର୍ଡ କରି ରାଘବଙ୍କୁ ଉପହାର ସ୍ବରୁପ ଦେଇଛନ୍ତି । ଏହି ଗୀତରେ ପରିଣୀତି ରାଘବଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ଏହି ଗୀତକୁ ଗୌରବ ଦତ୍ତା ରଚନା କରିଛନ୍ତି ଏବଂ ଗୌରବ, ସନ୍ନି ଏମଆର ଏବଂ ହରଜୋତ କୌର ଲେଖିଛନ୍ତି । ‘ଓ ପିୟା ଓ ପିୟା ଚଲ ଚଲେ, ବାଟ୍‌ ଲେ ଗମ୍‌ ଖୁସୀ ସାଥ୍‌ ମେ....’ ଗୀତଟି ରାଘବଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ ।

ଏହା ମଧ୍ୟ ପଢନ୍ତୁ: Ragneeti Wedding: ଅଭିନନ୍ଦନ ପାଇଁ ଧନ୍ୟବାଦ ନୋଟ୍ ଲେଖିଲେ ପରିଣୀତି

ମୁମ୍ବାଇରେ ଅନୁଷ୍ଠିତ ହେବ ରିସେପ୍ସନ୍

ପରିଣୀତି ଏବଂ ରାଘବ ବିବାହ ପରେ ଉଦୟପୁରରୁ ଦିଲ୍ଲୀ ଫେରିଛନ୍ତି । ଖବର ଅନୁଯାୟୀ, ଏହି ଦମ୍ପତି ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ରିସେପ୍ସନ୍ ପାର୍ଟି ରଖିଥିଲେ। ଯେଉଁଠାରେ ବହୁ ରାଜନେତା ଯୋଗଦେବାର ଥିଲା । ବର୍ତ୍ତମାନ ଏକ ରିପୋର୍ଟ ଅନୁଯାୟୀ, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ରିସେପ୍ସନ୍ ବାତିଲ କରାଯାଇଛି ଏବଂ ବର୍ତ୍ତମାନ ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟି ଦିଆଯିବ । ଯେଉଁଥିରେ ଉଭୟଙ୍କର ବନ୍ଧୁମାନେ ଅଂଶଗ୍ରହଣ କରିବେ । ପରିଣୀତି ବଲିଉଡ୍‌ ସେଲିବ୍ରିଟିମାନଙ୍କୁ ରିସେପ୍ସନକୁ ନିମନ୍ତ୍ରଣ କରିବାକୁ ଯାଉଛନ୍ତି । ଏହି ରିସେପ୍ସନ୍ 4 ଅକ୍ଟୋବରରେ ହେବ ।

ଉଲ୍ଲେଖନୀୟ ଯେ, ପରିଣୀତି ଚୋପ୍ରା ଏବଂ ରାଘବ ଚଢା 24 ସେପ୍ଟେମ୍ବରରେ ଉଦୟପୁରରେ ସାତ ଫେରା ନେଇଥିଲେ । ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସଂପର୍ଣ୍ଣ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.