ETV Bharat / entertainment

କାଷ୍ଟିଂ କାଉଚ ମାମଲାରେ ପପୁ ପମ୍‌ପମ୍‌ଙ୍କୁ ମିଳିଲା କ୍ଲିନ୍‌ଚିଟ୍‌ - ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌

ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍‌ପପମ୍‌ ପକ୍ସୋ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ

କାଷ୍ଟିଂ କାଉଚ ମାମଲାରେ ପପୁ ପମ୍‌ପମ୍‌ଙ୍କୁ ମିଳିଲା କ୍ଲିନ୍‌ଚିଟ୍‌

author img

By

Published : Aug 2, 2022, 3:04 PM IST

ଭୁବନେଶ୍ବର: ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବରର ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଫସି ଗିରଫ ହୋଇଥିବା ପପୁ ପମ୍‌ପପମ୍‌ ପକ୍ସୋ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।

୨୦୧୬ ମସିହାରେ ପପୁ ପମ୍‌ପମ୍‌ଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ । ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ପପୁ ପମୁପମ୍ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା । ଏନେଇ ପପୁ ପମପମଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଜୁଲାଇ ୧ ତାରିଖରେ ପକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା। ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍ ୮ ଓ ୧୨ରେ ପକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍‌ପମ୍‌ଙ୍କ ସମେତ ତାଙ୍କ ସହଯୋଗୀ ଦୀପୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ସେ ଜାମିନରେ ବାହାରିଥିଲେ ।

ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ ପକ୍ସୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା । ଦୀର୍ଘ ୬ ବର୍ଷ ପରେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପୁ ପମପମ୍‌। ପୀଡ଼ିତା ଜଣକ ନିଜ ଅଭିଯୋଗରୁ ଓହରି ଯାଇଥିବା ବେଳେ ସାକ୍ଷ୍ୟ ପ୍ରମାଣ ଅଭାବରୁ ପପୁଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଜଣାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ପପୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.