ହାଇଦ୍ରାବାଦ: ଓଟିଟି ପ୍ଲେ ଆୱାର୍ଡ ୨୦୨୩ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅକ୍ଟୋବର ୨୯ ତାରିଖ ରବିବାର ଦିନ ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମୟରେ ବିଜେତାଙ୍କ ନାଁ ଘୋଷଣା ହୋଇଥିଲା । ବିଜେତାଙ୍କ ଲିଷ୍ଟରେ ଫର୍ଜି, ଡାର୍ଲିଙ୍ଗସ୍, ମୋନିକା ଓ ମାଇ ଡାର୍ଲିଂ ଭଳି ଚଳଚ୍ଚିତ୍ରଙ୍କ ନାଁ ସାମିଲ ହୋଇଛି ।
ଆଲିଆ ଭଟ୍ଟ ଏବଂ ଶେଫାଲୀ ଶାହାଙ୍କ 'ଡାର୍ଲିଙ୍ଗସ୍'ଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବାବେଳେ ଶ୍ରେଷ୍ଠ ୱେବ୍ ସିରିଜ୍ ପୁରସ୍କାର 'ଅୟାଲି'କୁ ମିଳିଛି । ଏହା ସହ OTT ପ୍ରଦର୍ଶନକାରୀ ଅଫ୍ ଦି ଇୟର ବର୍ଗରେ 'ଶୋ ଗନ୍ସ ଆଣ୍ଡ ଗୁଲାବ' ଏବଂ ଚଳଚ୍ଚିତ୍ର 'ମୋନିକା ହେ ମୋର ଡାର୍ଲିଂ' ପାଇଁ ରାଜକୁମାର ରାଓ ଶ୍ରେଷ୍ଠ ଅଭିନେତା ଟାଇଟଲ ନିଜ ନାଁରେ କରିଛନ୍ତି । ଅଭିନେତ୍ରୀ ଅଦିତି ରାଓ ହାଇଦରୀ ୱେବ୍ ଶୋ 'ତାଜ୍: ଡିଭାଇଡେଡ ୱାୟ ୱାଲ୍ଡ' ଏବଂ 'ଜୁବଲି' ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ହାସଲ କରିଛନ୍ତି ।
ବିଜେତାଙ୍କର ସମ୍ପୂର୍ଣ୍ଣ ତାଲିକା:
- ଶ୍ରେଷ୍ଠ ଚଳଚ୍ଚିତ୍ର: ଡାର୍ଲିଙ୍ଗସ୍
- ଶ୍ରେଷ୍ଠ ୱେବ୍ ସିରିଜ୍: ଅୟାଲି
- ଶ୍ରେଷ୍ଠ ନିର୍ଦ୍ଦେଶକ (ଚଳଚ୍ଚିତ୍ର): ଅରିୟିପ୍ପୁ ପାଇଁ ମହେଶ ନାରାୟଣ
- ଶ୍ରେଷ୍ଠ ନିର୍ଦ୍ଦେଶକ (ୱେବ୍ ସିରିଜ୍): ରାଜ ଏବଂ ଡି.କେ( ଫର୍ଜି) ଓ ପୱନ ବିନୋଦିନୀ(ଦୟା)
- ସତ ଘଟଣା ଉପରେ ଆଧାରିତ ଶ୍ରେଷ୍ଠ ଚଳଚ୍ଚିତ୍ର: ସିର୍ପ ଏକ ବନ୍ଦା କାଫି ହେ
- ଶ୍ରେଷ୍ଠ ସ୍କ୍ରିପ୍ଟ: ମୋନିକା ଓ ମାଇ ଡାର୍ଲିଂ (ଲେଖକ ଯୋଗେଶ ଚାନ୍ଦେକର)
- ଶ୍ରେଷ୍ଠ ସ୍କ୍ରିପ୍ଟ - ୱେବ୍ ସିରିଜ୍: କୋହରା (ଲେଖକ ଡିଜି ସିସୋଦିଆ ଏବଂ ଗୁଞ୍ଜିତ ଚୋପ୍ରା)
- ଶ୍ରେଷ୍ଠ ନକରାତ୍ମକ ଭୂମିକା: ଋଷି (ସୈତାନ)
- OTT ରେ ଶ୍ରେଷ୍ଠ ପ୍ରିମିସିଂ ଅଭିନେତା- ରାଣା ଡଗ୍ଗୁବତୀ (ରାଣା ନାଇଡୁ)
- OTT ରେ ଶ୍ରେଷ୍ଠ ପ୍ରିମିସିଂ ଅଭିନେତ୍ରୀ- କରିସ୍ମା ତନ୍ନା (ସ୍କୁପ)
- ଶ୍ରେଷ୍ଠ ସହ ଅଭିନେତା: ତରଲା ପାଇଁ ଶରିବ ହାଶ୍ମୀ
- ଶ୍ରେଷ୍ଠ ସହ ଅଭିନେତ୍ରୀ- ଗ୍ୟାସ ଲାଇଟ୍ ପାଇଁ ଚିତ୍ରଙ୍ଗଦା ସିଂ
- ଶ୍ରେଷ୍ଠ ସହ ଅଭିନେତା (ଚଳଚ୍ଚିତ୍ର) - ଭୁବନ ଅରୋରା (ଫର୍ଜି) ଏବଂ ପ୍ରସନ୍ନଜିତ ଚାଟାର୍ଜୀ (ଜୁବଲି)
- ଶ୍ରେଷ୍ଠ ସହ ଅଭିନେତ୍ରୀ (ସିରିଜ୍)- ମୋନା ସିଂ (ମେଡ ଇନ ହେୱେନ)
- ଶ୍ରେଷ୍ଠ ଡେବ୍ୟୁ Male (ସିରିଜ୍)- ଜେଡି ଚକ୍ରବର୍ତ୍ତୀ (ଦୟା)
- ଶ୍ରେଷ୍ଠ ଡେବ୍ୟୁ Female- କାଜୋଲ (ଦ ଟ୍ରାଇଲ)
- OTT ପରଫରର୍ମର ଅଫ ଦ ଇୟର: (Male) - ରାଜକୁମାର ରାଓ (ଗନ୍ସ ଆଣ୍ଡ ଗୁଲାବ ଏବଂ ମୋନିକା ଓ ମାଇ ଡାର୍ଲିଙ୍ଗସ୍)
- OTT ପରଫରର୍ମର ଅଫ ଦ ଇୟର: (Female)- ଅଦିତି ରାଓ ହାଇଦରୀ (ତାଜ୍: ଡିଭାଇଡେଡ ୱାୟ ୱାଲ୍ଡ' ଏବଂ ଜୁବଲି)
- ଶ୍ରେଷ୍ଠ ଡେବ୍ୟୁ Female ଫିଲ୍ମ: ଅଲାୟା ଏଫ୍ (ଫ୍ରେଡି)
- ଶ୍ରେଷ୍ଠ ଡେବ୍ୟୁ male ଫିଲ୍ମ: ବାବିଲ ଖାନ (କାଲା)
- ଶ୍ରେଷ୍ଠ ଅଭିନେତା (ଚଳଚ୍ଚିତ୍ର) - ଅଡିଅନ୍ସ ଚୟସ: ନୱାଜୁଦ୍ଦିନ ସିଦ୍ଦିକି (ହଡ୍ଡି)
- ଶ୍ରେଷ୍ଠ ଅଭିନେତା ଲୋକପ୍ରିୟ ସିରିଜ- ଅନିଲ କପୁର (ନାଇଟ୍ ମ୍ୟାନେଜର୍)
- ଶ୍ରେଷ୍ଠ ଅଭିନେତ୍ରୀ ଅଡିଅନ୍ସ ଚୟସ:- ଶୋଭିତା ଧୂଲିପାଲା (ନାଇଟ୍ ମ୍ୟାନେଜର୍ ଏବଂ ମେଡ୍ ଇନ୍ ହେୱେନ)
- ଶ୍ରେଷ୍ଠ ଅଭିନେତ୍ରୀ ଲୋକପ୍ରିୟ ସିରିଜ୍ : ସୋନାକ୍ଷୀ ସିହ୍ନା (ଦହାଡ)
- ଶ୍ରେଷ୍ଠ ଅଭିନେତା ପପୁଲାର ଚୟସ: କାର୍ତ୍ତିକ ଆର୍ଯ୍ୟନ୍ (ଫ୍ରେଡି)
- ଶ୍ରେଷ୍ଠ ଅଭିନେତ୍ରୀ (ଚଳଚ୍ଚିତ୍ର) ପପୁଲାର ଚୟସ: ରକୁଲ ପ୍ରୀତ ସିଂ (ଛତ୍ରିୱାଲୀ)
ଏହା ମଧ୍ୟ ପଢନ୍ତୁ : ଆଲିଆ-କ୍ରିତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଆୱାର୍ଡ