ETV Bharat / entertainment

Oscars 2023: ଗୋଟିଏ କ୍ଲିକରେ ଜାଣନ୍ତୁ ଓସ୍କାରର ଚୟନ ପ୍ରକ୍ରିୟା - ଓସ୍କାର ଭୋଟିଂ ପ୍ରକ୍ରିୟା

ଫିଲ୍ମ ଜଗତର ଜଣେ କଳାକାର ହେଉ ବି କର୍ମୀ ଥରେ ଓସ୍କାର ପାଇବା ପରେ ତାର ଚାହିଦା ବଢିଯାଏ । ସାରା ବିଶ୍ବରେ ସେ ସମ୍ମାନିତ ହୁଏ । ଏଣୁ ଏହି ସମ୍ମାନଜନକ ପୁରସ୍କାରର ବିଜେତାଙ୍କ ଚୟନ ପ୍ରକ୍ରିୟା ମଧ୍ୟ ଜଟିଳ ହୋଇଥାଏ । ଜାଣନ୍ତୁ କିପରି ବିଜେତାଙ୍କୁ ଚୟନ କରାଯାଏ । ଅଧିକ ପଢନ୍ତୁ

Oscar selection process
Oscar selection process
author img

By

Published : Mar 14, 2023, 7:13 AM IST

ହାଇଦ୍ରାବାଦ: ସମ୍ମାନଜନକ ଏକାଡେମୀ ଆୱାର୍ଡ ଓସ୍କାରର ଚୟନ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ । ଅନେକ ପର୍ଯ୍ୟାୟ ଗତି କରି ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀଙ୍କଠାରୁ ଆରମ୍ଭ କରି କାମକୁ ପୁରସ୍କୃତ କରାଯାଏ । ବିଜେତାଙ୍କୁ ଓସ୍କାରର ସ୍ବର୍ଣ୍ଣ ମୂର୍ତ୍ତି ସହିତ ବିଶ୍ବସ୍ତରରେ ସମ୍ମାନ ପ୍ରାପ୍ତ ହୋଇଥାଏ । ବିଜେତାଙ୍କୁ କୌଣସି ଧନରାଶି ଦିଆଯାଇନଥାଏ, ହେଲେ ସେମାନଙ୍କ ଚାହିଦା ବଢିଯାଏ । ସମସ୍ତେ ସେମାନଙ୍କ କାର୍ଯ୍ୟକୁ ସମ୍ମାନିତ କରିଥାନ୍ତି । ସାରା ଜୀବନ ପର୍ଯ୍ୟନ୍ତ ତାଙ୍କୁ ଏକ ଅଲଗା ଶ୍ରେଣୀ ମଧ୍ୟରେ ରଖାଯାଏ । ଏଣୁ ଓସ୍କାର ବିଜେତାଙ୍କ ଚୟନ ବେଳେ ଅନେକ ଦିଗକୁ ଦୃଷ୍ଟିରେ ରଖିବାକୁ ପଡିଥାଏ ।

Oscar selection process
ନାଟୁ ନାଟୁକୁ ଓସ୍କାର

ଓସ୍କାର ଦୌଡ଼ରେ ସାମିଲ ହେବା ଲାଗି କିଛି ନିର୍ଦ୍ଦିଷ୍ଟ ନିୟମ:-

  1. ଓସ୍କାର ପୁରସ୍କାର ଅଫିସିଆଲ ୱେବସାଇଟ ଅନୁସାରେ ଏହି ଦୌଡ଼ରେ ସାମିଲ ହେବା ଲାଗି କୌଣସି ଫିଲ୍ମକୁ ଆମେରିକାର ୬ ମହାନଗର ନିଗମରେ ପ୍ରଦର୍ଶିତ ହେବା ଆବଶ୍ୟକ ।
  2. ଏହି ମହାନଗର ନିଗମ ମଧ୍ୟରେ ଲସ୍‌ ଆଞ୍ଜେଲସ୍‌, ନ୍ୟୁୟର୍କ, ଚିକାଗୋ, ଇଲିନୋୟସ, ମିୟାମି, ଫ୍ଲୋରିଡା, ଅଟଲାଣ୍ଟା ଓ ଜର୍ଜିଆ ଅନ୍ତର୍ଭୁକ୍ତ ।
  3. ଫିଲ୍ମକୁ ଅତି କମରେ କମର୍ସିଆଲ ସିନେମାଘରେ ମଧ୍ୟ ପ୍ରଦର୍ଶିତ କରାଯିବା ଆବଶ୍ୟକ ।
  4. ଫିଲ୍ମ ୪୦ ମିନିଟରୁ ଅଧିକ ହେବା ଆବଶ୍ୟକ ।
  5. ସେହି ବର୍ଷର ଜାନୁଆରୀ ୧ତାରିଖରୁ ଡିସେମ୍ବର ୩୧ ମଧ୍ୟରେ ରିଲିଜ ହେବା ଆବଶ୍ୟକ ।
  6. ଫିଲ୍ମକୁ ଲଗାତାର ସିନେମା ହଲରେ ୭ଦିନ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବା ଆବଶ୍ୟକ ।
  7. ଓସ୍କାର ଆୱାର୍ଡ ଲାଗି ଫିଲ୍ମକୁ ଅନେକ ଶ୍ରେଣୀଭୁକ୍ତରେ ଆବେଦନ କରିବାକୁ ପଡିଥାଏ ।
  8. ଏଥିରେ ଥିବା କାଟେଗୋରୀରେ ବିଭିନ୍ନ ଦେଶରୁ ଓସ୍କାର ଲାଗି ଫିଲ୍ମର ନାମ ପଠାଯାଇଥାଏ । ଆମ ଦେଶରେ ଏହି ଫିଲ୍ମର ନାମ ପଠାଇବା ଦାୟିତ୍ବ ଫିଲ୍ମ ଫେଡେରସନ ଅଫ ଇଣ୍ଡିଆ ତୁଲାଇଥାଏ ।
  9. ଫିଲ୍ମ ଯେଉଁ ଭାଷାରେ ନିର୍ମିତ ହୋଇ ଥାଉ ନା କାହିଁକି ଏହାର ସବ ଟାଇଟଲ ଇଂରାଜୀରେ ଥିବା ଆବଶ୍ୟକ ।

ଏପରି ହୁଏ ବିଜେତାଙ୍କ ଚୟନ:-

  1. ଓସ୍କାରର ଟିମ ଅନ୍ତିମ ରାଉଣ୍ଡରେ ଫିଲ୍ମ ଚୟନ କରିବା ପୂର୍ବରୁ ଏକ ରିମାଇଣ୍ଡର ଲିଷ୍ଟ ଜାରି କରିଥାଏ । ଏକାଡେମୀ ଅଫ ମୋସନ ପିକ୍ଚର ଆର୍ଟ୍ସ ଆଣ୍ଡ ସାଇନ୍ସ ଫାଇନାଲ ରାଉଣ୍ଡ ପୂର୍ବରୁ ଏହି କାମ କରେ ।
  2. ରିମାଇଣ୍ଡର ଲିଷ୍ଟ ଜାରି ହେବା ପରେ ଏହାର ଜଜ୍‌ମାନେ ଭଲ ଭାବେ ଏହାକୁ ପରଖିଥାନ୍ତି । ଭୋଟିଂ ହିସାବରେ ଭିନ୍ନ ଭିନ୍ନ କାଟେଗୋରୀ ଲାଗି ଫିଲ୍ମକୁ ଚୟନ କରାଯାଏ । ଏହି ଲିଷ୍ଟରୁ ମଧ୍ୟ କିଛି ଫିଲ୍ମ ବାଦ ପଡିଥାଏ ।
  3. ଏକାଡେମୀ ଅଫ ମୋସନ ପିକ୍ଚର ଆର୍ଟ୍ସ ଆଣ୍ଡ ସାଇନ୍ସର ୬୦୦୦ ପ୍ରଫେସନାଲ ଟିମ ରହିଛନ୍ତି । ଏମାନେ ପୁରା ଫିଲ୍ମର ରିସର୍ଚ୍ଚ କରିଥାନ୍ତି । ଏହି ଟିମରେ ଅଭିନେତା, ନିର୍ଦ୍ଦେଶକ, ମ୍ୟୁଜିସିଆନ, ପ୍ରଯୋଜକ, ଲେଖକ, ଡିଜାଇନର, ଡକ୍ୟୁମେଣ୍ଟାର ଏକ୍ସପର୍ଟ, ସିନେମାଟୋଗ୍ରାଫର୍ସ, ଫିଲ୍ମ ଏଡିଟର୍ସମାନେ ସାମିଲ ହୋଇଥାନ୍ତି ।
  4. ଭୋଟିଂ ଲାଗି ଫିଲ୍ମର ସ୍କ୍ରିନିଂ କରାଯାଏ । ଏଥିଲାଗି ଦର୍ଶକଙ୍କୁ ଥିଏଟରକୁ ଅଣାଯାଏ । ଫିଲ୍ମ ଦେଖିବା ପରେ ଓସ୍କାର ଭୋଟରମାନେ ଭୋଟ ଦେଇଥାନ୍ତି ।
  5. ସମାରୋହର କିଛି ଦିନ ପୂର୍ବରୁ ମତଦାନ ପରେ ଚୟନ କାର୍ଯ୍ୟ ଆରମ୍ଭ ହୁଏ । ଅନଲାଇନ ଜରିଆରେ ମତଦାନ କରାଯାଇଥାଏ ।
  6. ବିଭିନ୍ନ କାଟେଗୋରୀରେ ଭୋଟିଂ ଶେଷ ହେବା ପରେ ଅଧିକ ଭୋଟ ମିଳିଥିବା ଫିଲ୍ମକୁ ବିଜେତା ଭାବେ ଘୋଷଣା କରାଯାଏ ।

ଓସ୍କାର ବିଜେତାଙ୍କୁ ଏକ ସୁନାର ଟ୍ରଫି ମିଳିଥାଏ । ମୂର୍ତ୍ତି ଉପରେ ସୁନାର ପ୍ରଲେପ ଦିଆଯାଏ । ଏହାର ଓଜନ ୮.୫ ପାଉଣ୍ଡ ହୋଇଥାଏ । କୌଣସି ଅର୍ଥ ପ୍ରଦାନ କରାଯାଇନଥାଏ । ମାତ୍ର ଓସ୍କାର ଜିତିବା ପରେ ବିଜେତା ବିଶ୍ବସ୍ତରରେ ପରିଚିତ ହୋଇଥାନ୍ତି । ଏହି ଟ୍ରଫିକୁ କେହି ବିକ୍ରି କରିପାରିବ ନାହିଁ । ଏହାକୁ କେବଳ ଏକାଡେମୀ ୧ ଡଲାରରେ କିଣିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.