ETV Bharat / entertainment

ଲଡୁ ଗୋପାଳ ବେଶରେ ଭାରତୀଙ୍କ ପୁଅ ଗୋଲା, ଭିଡ଼ିଓ ଭାଇରାଲ

author img

By

Published : Aug 19, 2022, 12:32 PM IST

ଭାରତୀ ସିଂ ତାଙ୍କ ପୁଅ ଲକ୍ଷ୍ୟ ବା ଗୋଲାର ଏକ କ୍ୟୁଟ୍‌ ଭିଡିଓ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଲଡୁ ଗୋପାଳ ବେଶରେ ଭାରତୀଙ୍କ ପୁଅ ଲକ୍ଷ୍ୟ, କ୍ୟୁଟ ଭିଡ଼ିଓ ଭାଇରାଲ

ହାଇଦ୍ରାବାଦ: କମେଡି ସହିତ ପ୍ରଶଂସକଙ୍କୁ ହସାଇ ହସାଇ ବେଦମ କରୁଥିବା ଭାରତୀ ସିଂ ଆଜିକାଲି ତାଙ୍କ ପରିବାର ସହିତ ସମୟ ଉପଭୋଗ କରୁଛନ୍ତି । ଭାରତ ସିଂ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି । ସେ ପ୍ରାୟତଃ ପ୍ରଶଂସକଙ୍କ ସହ ନିଜ ଏବଂ ପରିବାରର ଫଟୋ, ଭିଡିଓ ସେୟାର କରୁଥିବା ଦେଖାଯାଏ । ପ୍ରଶଂସକମାନେ ମଧ୍ୟ ଭାରତୀଙ୍କ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ନିକଟରେ ଭାରତୀ ତାଙ୍କ ପୁଅର ଏକ କ୍ୟୁଟ୍‌ ଭିଡିଓ ସେୟାର କରିଛନ୍ତି, ଯାହା ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି ।

ଭାରତୀ ସିଂ ପୁଅ ଲକ୍ଷ୍ୟ (ଗୋଲା)କୁ କାହ୍ନା ବେଶରେ ସଜାଇଛନ୍ତି । କାହ୍ନା ପୋଷାକରେ ଭାରତୀ ତାଙ୍କ ପୁଅର ଏହି ସୁନ୍ଦର ଭିଡିଓକୁ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଭାରତୀଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଗୋଲାକୁ କୋଳରେ ଧରିଛନ୍ତି ଏବଂ ତାଙ୍କୁ ଖାଇବାକୁ ଦେଉଥିବାର ନଜର ଆସିଛି । ଗୋଲା ମଧ୍ୟ ବାପାଙ୍କ ସହ ବହୁତ ହସୁଛନ୍ତି । ଗୋଲାଙ୍କ ହସରେ ପ୍ରଶଂସକମାନେ ଫିଦା ହୋଇଯାଇଛନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଗୋଲା ହଳଦିଆ କୁର୍ତ୍ତା ପିନ୍ଧିଛନ୍ତି ଏବଂ ମୁଣ୍ଡରେ ଏକ ମୟୂର ପୁଛ ଲାଗିଛି । ଏହା ସହ ଭାରତୀ ସିଂ ବହୁତ ସୁନ୍ଦର କ୍ୟାପସନ ଲେଖିଛନ୍ତି- 'ସବୁକିଛି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଭଗବାନ 🙏🏽❤️🧿🤗😍❤️😘 #krishnajanmashtami #love❤️ #golla.' ଭିଡିଓ ସହିତ ଏକ ସୁନ୍ଦର ଭଜନ- 'ଲଗନ୍ ତୁମ୍‌ସେ ଲଗା ବୈଠୀ, ଜୋ ହୋଗା ଦେଖା ଜାୟେଗା ...' ବ୍ୟାକଗ୍ରାଉଣ୍ଡରେ ଶୁଣାଯାଉଛି।

ଭାରତୀୟ ସିଂଙ୍କ ଏହି ଭିଡିଓରେ ପ୍ରଶଂସକଙ୍କ ପ୍ରତିକ୍ରିୟା ଆସୁଛି । ଜଣେ ୟୁଜର ଲେଖିଛନ୍ତି, 'ଆମର ଛୋଟ ଲଡୁ ଗୋପାଳ ' କେବଳ ୟୁଜର ନୁହଁନ୍ତି, ସେଲିବ୍ରିଟିମାନେ ମଧ୍ୟ ଭାରତୀଙ୍କ ଭିଡିଓରେ ପ୍ରତିକ୍ରିୟା ଦେଉଛନ୍ତି । ନୀତି ମୋହନ ଲେଖିଛନ୍ତି, 'ଲିଟିଲ କାହ୍ନା, ଏତେ ସୁନ୍ଦର।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.