ଭୁବନେଶ୍ବର: କଳାପାହାଡ଼ର ଅକୁହା ଓ ଅଜଣା କାହାଣୀକୁ ଜାଣିବ ଓଡି଼ଶା । ଆଉ ଏଭଳି ଏକ ପୌରାଣିକ କାହାଣୀକୁ ନେଇ ନିର୍ମାଣ ହେଉଛି ଅଭିନେତା ଚନ୍ଦନ କରଙ୍କ ଚଳଚ୍ଚିତ୍ର କଳାପାହାଡ଼ । ଗୀତ ଗୋବିନ୍ଦ ଭବନଠାରେ ଏହି ଓଡିଆ ମୌଳିକ କଥାବସ୍ତୁର କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଛି ।
ରମାକାନ୍ତ କର ପ୍ରଯୋଜିତ ଓ ପ୍ରଦୀପ କୁମାର ସାହୁ ନିଦ୍ଦେର୍ଶିତ କଳାପାହାଡ଼ ଓଡ଼ିଶା ଇତିହାସର ଗାଥା ବଖାଣିବ। ତେବେ ଧୀରେ ଧୀରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ମୌଳିକ କାହାଣୀ ଶୂନ୍ୟ ହୋଇଯାଇଥିବାବେଳେ ଅଭିନେତା ଚନ୍ଦନଙ୍କ ଏହି ଐତିହାସିକ କାହାଣୀ ଫିଲ୍ମ ନିର୍ମାଣର ନୂଆ ଟ୍ରେଣ୍ଡର ଏକ ନିଦ୍ଦର୍ଶନ । ତେଣୁ ସବୁ ଯୁବବର୍ଗଙ୍କୁ ଇତିହାସର ପୃଷ୍ଠାକୁ ବୁଝିବାକୁ ଓ ଓଡି଼ଶାର ଏହି ଅକୁହା କାହାଣୀର ଚଳଚିତ୍ରକୁ ଦେଖିବାକୁ ଅନୁରୋଧ କରିଛନ୍ତି ଅଭିନେତା ଚନ୍ଦନ । ଏହି ଚଳଚ୍ଚିତ୍ରରେ ଅନେକ ଜଣାଶୁଣା କଳାକାର ଅଭିନୟ କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ