ETV Bharat / entertainment

ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ରିୟା ଦେ, ସୁନିଲ ଦଲାଇଙ୍କୁ କଲେ ଜୀବନସାଥୀ

author img

By

Published : Dec 1, 2022, 3:51 PM IST

ବିବାହ ବନ୍ଧନରେ ବାନ୍ଧି ହେଲେ ରିୟା ଦେ । ଓଲିଉଡ ନାୟିକା ରିୟା ଦେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିଛନ୍ତି । ଅଧିକ ପଢନ୍ତୁ

ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ରିୟା ଦେ, ସୁନିଲ ଦଲାଇଙ୍କୁ କଲେ ଜୀବନସାଥୀ
ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ରିୟା ଦେ, ସୁନିଲ ଦଲାଇଙ୍କୁ କଲେ ଜୀବନସାଥୀ

ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧି ହେଲେ ରିୟା ଦେ । ଓଲିଉଡ ନାୟିକା ରିୟା ଦେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିଛନ୍ତି । ଗତ ନଭେମ୍ବର 11 ତାରିଖରେ ତାଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ଯେଉଁଥିରେ ଉଭୟଙ୍କ ପରିବାର ଲୋକ, ବନ୍ଧୁ ଏବଂ ଓଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ । କେକ କାଟି ଘର ଲୋକଙ୍କ ଗହଣରେ ସେ ନିଜ ରିଙ୍ଗ ସେରେମନୀ ସେଲିବ୍ରେସନ କରିିଥିଲେ । ରିୟା ନିଜ ନିର୍ବନ୍ଧ ଫଟୋକୁ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରିିଥିଲେ । ଯାହା ପରେ ଫ୍ୟାନ୍ସମାନେ ରିଆଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହା ପୂର୍ବରୁ ରିୟା ଦେଙ୍କର ମେହେନ୍ଦି ଓ ହଲଦି ସେରିମନି ଖୁବ୍‌ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନେକ କଳାକାର ଯୋଗ ଦେଇଥିଲେ । ମେହେନ୍ଦି ଓ ହଲଦି ସେରିମନିରେ ରିୟା ନିଜେ ଢୋଲ ବଜାଇ ନାଚିବା ସହିତ ଅନ୍ୟ କଳାକାରଙ୍କୁ ମଧ୍ୟ ନଚାଇଥିଲେ । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯାହା ଖବର ରହିଛି କି ରିୟା ଦେ ପ୍ରେମ ବିବାହ କରିଛନ୍ତି । ସୁନୀଲ ଦଳାଇ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି । ରିୟା ଦେ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍‌ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।

ଏହା ବି ପଢନ୍ତୁ: Film RC 15: ସରିଲା ରାମ ଚରଣ ଓ କିଆରାଙ୍କ ରୋମାଣ୍ଟିକ୍ ଗୀତର ସୁଟିଂ, ନ୍ୟୁଜିଲ୍ୟାଣ୍ଡରୁ ଆସିଲା ଫଟୋ

ଓଲିଉଡ ଅଭିନେତ୍ରୀ ରିୟାଙ୍କ ଘର ବାଲେଶ୍ୱରରେ । ସେହିଠାରେ ତାଙ୍କ ବାହାଘର ହୋଇଛି ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.