ହାଇଦ୍ରାବାଦ: ଓଲିଉଡରେ ଆରମ୍ଭ ହୋଇଯାଇଛି ବିବାହର ଋତୁ । ବାଜିବ ଦୁଇ ଅଭିନେତ୍ରୀଙ୍କ ସାହାନାଇ । ପଡିବ ହାତଗଣ୍ଠି । ଗୋଟିଏ ଦିନରେ ଅଭିନେତ୍ରୀ ଲିପ୍ସା ମିଶ୍ର ଏବଂ ରିୟା ଦେଙ୍କ ନିର୍ବନ୍ଧ ସରିଛିି । ନିର୍ବନ୍ଧ ପରେ ଦୁଇ ଅଭିନେତ୍ରୀ ନିଜ ନିଜ ଇନଷ୍ଟାଗ୍ରାମ୍ରେ ଏହି ଖୁସି ଖବର ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଖବର ଅନୁଯାୟୀ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଜଣ ନାୟିକା ରିଆ ଦେ ଏବଂ ଲିପ୍ସା ମିଶ୍ରଙ୍କ ନିର୍ବନ୍ଧ ସରିଛି । ଯାହାର ଫଟୋ ଉଭୟେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ନିରାଡ଼ମ୍ବର ଭାବରେ ତାଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେବଳ ଉଭୟଙ୍କ ପରିବାର ଲୋକେ ଯୋଗ ଦେଇଥିଲେ । ଖୁବଶୀଘ୍ର ଅଭିନେତ୍ରୀ ଲିପ୍ସା ମହାପାତ୍ର ଓ ରିୟା ଦେଙ୍କ ବିବାହ ତାରିଖ ଘୋଷଣା ହେବେ।
- " class="align-text-top noRightClick twitterSection" data="
">
ଯାହା ଖବର ରହିଛି କି ରିୟା ଦେ ପ୍ରେମ ବିବାହ କରୁଛନ୍ତି । ତାଙ୍କ ଭାବୀ ସ୍ୱାମୀଙ୍କ ନାଁ ହେଉଛି ସୁନୀଲ ଦଳାଇ । ସେ ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି । ଖୁବ୍ ଶୀଘ୍ର ସେମାନଙ୍କର ବାହାଘର ହେବ । ସେହିପରି ଲିପ୍ସା ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିବେ । ବୁଧବାର ଲିପ୍ସା ଓ ଆକାଶଙ୍କର ନିର୍ବନ୍ଧ ସରିଛି । ଲିପ୍ସା ନିଜ ନିର୍ବନ୍ଧ ଫଟୋ ସୋସିଆଲ୍ ମିଡିଆରେ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସମାନେ ଉଭୟ ରିଆ ଓ ଲିପ୍ସାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ରିୟା ଦେ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ରିୟାଙ୍କ ଘର ବାଲେଶ୍ୱରରେ । ସେହିଠାରେ ବାହାଘର ହେବ ବୋଲି ଯାହା ସୂଚନା ମିଳିଛି ।
ସେହିପରି ଲିପ୍ସା ମିଶ୍ର ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ । ଲିପ୍ସା ଟିଭି ଧାରାବାହିକ କିଛି ଲୁହ ପିଇଯାଏ ଓଠରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୫ରେ ଲିପ୍ସା ଓଡ଼ିଆ କଥାଚିତ୍ର ମାୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ପିଲାଟା ବିଗିଡିଗଲା, ସମୟ ବଡ ବଳବାନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।