ETV Bharat / entertainment

୫୭ ବର୍ଷରେ ପାଦ ଥାପିଲେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର

ଆଜି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ 57ତମ ଜନ୍ମଦିନ। ଫ୍ୟାନ୍ସ ଏବଂ ତାରକାଙ୍କ ଠାରୁ ଅଭିନେତାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ। ଅଧିକ ପଢନ୍ତୁ,

author img

By

Published : May 4, 2023, 4:42 PM IST

୫୭ ବର୍ଷରେ ପାଦ ଥାପିଲେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର
୫୭ ବର୍ଷରେ ପାଦ ଥାପିଲେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର: ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଆସୁଛନ୍ତି ଓଲିଉଡ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ମୁନ୍ନା ଭାଇ ନାଁରେ ସେ ଘରେ ଘରେ ବେଶ ପରିଚିତ । ସିଦ୍ଧାନ୍ତ 100ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିଛନ୍ତି । ତେବେ ଆଜି ଏହି ଅଭିନେତା ତାଙ୍କ ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଫ୍ୟାନ୍ସ ଏବଂ ତାରକାଙ୍କଠାରୁ ଅଭିନେତାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ।

ସିଦ୍ଧାନ୍ତ 1990ରେ ପଥର ଖସୁଛି ବଡ ଦେଉଳରୁ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ

ସିଦ୍ଧାନ୍ତ 1990ରେ ପଥର ଖସୁଛି ବଡ ଦେଉଳରୁ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ । 1991ରେ ପ୍ରଥମ କନ୍ନଡ ଫିଲ୍ମ ଗୌରୀ କଲ୍ୟାଣରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମଟି ରିଲିଜ୍‌ ହୋଇନଥିଲା । ପରେ 1992ରେ ପୁଣି ଓଡ଼ିଆ ଫିଲ୍ମ ଶ୍ରଦ୍ଧାଞ୍ଜଳିରେ ନଜର ଆସିଥିଲେ । ତାପରଠୁ ସେ ଆଉ ପଛକୁ ଚାହିଁନଥିଲେ । ଏହାପରେ ଗୋଟିଏ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣିପାରିଥିଲେ ଅଭିନେତା । ଭାଇ ହେଲା ଭଗାରୀ, ରଣଭୂମି, କଳା ମାଣିକ, ସାଖି ରହିଲା ଏ ସିଂହଦ୍ୱାର ଫିଲ୍ମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

ସିଦ୍ଧାନ୍ତଙ୍କ ହିଟ ଫିଲ୍ମ ମଧ୍ୟରେ ଏହି ଫିଲ୍ମ ଅନ୍ୟତମ

ଏହାପରେ ସୁନା ପଞ୍ଜୁରୀ, ରକତ କହିବ କିଏ କାହାର, ମଣି ନାଗେଶ୍ୱରୀ, କୁଳନନ୍ଦନ, ସାକ୍ଷୀ ରଖିବ ମୋ ଶଙ୍ଖା ସିନ୍ଦୁର, ସୁହାଗ ସିନ୍ଦୁର, ଯଶୋଦା, ପୁଅ ମୋର ଭୋଳା ଶଙ୍କର, ଲକ୍ଷ୍ମଣ ରେଖା, ସୁନା ସଂସାର, ଲକ୍ଷେ ଶିବ ପୂଜି ପାଇଛି ପୁଅ, ଗଙ୍ଗା ଯମୁନା, ସନ୍ତାନ, ତୋ ଆଖି ମୋ ଆଇନା, ସରପଞ୍ଚ ବାବୁ, ସମୟ ଖେଳୁଛି ଚକା ଭଉଁରୀ, ରହିଛି ରହିବି ତୋରି ପାଇଁ, ମାତୃଶକ୍ତୀ, ନାରୀ ଆଖିରେ ନିଆଁ, ଯେ ପାଞ୍ଚେ ପର ମନ୍ଦ, ବାହୁଡ଼ିବେ ମୋ ଜଗା ବଳିଆ, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଓମ୍ ଶାନ୍ତି ଓମ୍, ଧରମର ହେବ ଜୟ, ବାବୁ ଆଇ ଲଭ ୟୁ, ଶାଶୁ ଘର ଚାଲିଯିବି, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ରକତେ ଲେଖିଛି ନାଁ, ଦେ ମା ଶକ୍ତି ଦେ, ସମୟ ହାତରେ ଡୋରି, କାଳୀ ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ ଆଦି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଯାହା ହିଟ ହେବା ସହ ଲୋକପ୍ରିୟତା ସାଉଁଟିଥିଲା ।

ତେବେ ସିଦ୍ଧାନ୍ତ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ମଧ୍ୟ ନଜର ଆସିଛନ୍ତି । ନିଜ ଅଭିନୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ଅଭିନେତା ଭାବେ ୭ଥର ପୁରସ୍କୃତ ହୋଇଛନ୍ତି । ୨୦୦୦ରୁ ୨୦୦୫ ଯାଏଁ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ହାସଲ କରିଥିଲେ । ଏହାପରେ ୨୦୧୧ରେ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ଜିତିଥିଲେ । ଏବଂ 2007ରେ ପୂର୍ବ ଫିଲ୍ମ ଫେୟାର ଆୱାର୍ଡରେ ଶ୍ରେଷ୍ଠ ଅଭିନେତା ଏବଂ ନେଗେଟିଭ ରୋଲରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।

1992ରେ ଓଡ଼ିଆ ଫିଲ୍ମ ଶ୍ରଦ୍ଧାଞ୍ଜଳିରେ ନଜର ଆସିଥିଲେ ସିଦ୍ଧାନ୍ତ

ସିଦ୍ଧାନ୍ତ ୨୦୦୯ରେ ରାଜନୀତିରେ ଏଣ୍ଟ୍ରି କରିଥିଲେ । ବିଜୁ ଜନତା ଦଳରେ ସାମିଲ ହୋଇ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ପ୍ରତିପକ୍ଷ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାଜିତ କରିଥିଲେ । ଏହାପରେ ୨୦୧୪ ନିର୍ବାଚନରେ ମଧ୍ୟ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍‌ ଦେଇନଥିଲା ।

ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୁଡୁ ଗ୍ୟାଙ୍ଗଷ୍ଟାରରେ ନଜର ଆସିବେ ସିଦ୍ଧାନ୍ତ

ସୂଚନା ଥାଉ କି, ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୁଡୁ ଗ୍ୟାଙ୍ଗଷ୍ଟାରରେ ନଜର ଆସିବେ ସିଦ୍ଧାନ୍ତ । ଯାହା ଚଳିତବର୍ଷ ରଜରେ ରିଲିଜ ହେବ । ଏହି ଫିଲ୍ମରେ ଶୈଳେନ୍ଦ୍ର, ନମ୍ରତା ଥାପ୍ପା, ଶିବାନୀ ସଙ୍ଗୀତା, ଏଲି ପାଢ଼ୀ, କ୍ରିଷ୍ଣା କର, ବବି ମିଶ୍ର,ରାକ୍ଷୀ ଦାଶ, ଚୌଧୁରୀ ଜୟପ୍ରକାଶ, ଜୀବନ ପଣ୍ଡା ପ୍ରମୁଖ କଳାକାର ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.