ETV Bharat / entertainment

ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା

author img

By

Published : Dec 2, 2022, 6:21 PM IST

ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ଓଡ଼ିଶାର ୧୪ଟି ସହରର ୨୧ଟି ହଲ୍‌ରେ ୨୬ଟି ଶୋ' ସହ ରାଜ୍ୟ ବାହାରେ ବେଙ୍ଗାଲୁରୁରେ ସ୍କ୍ରିନିଂ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା
ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା

ଭୁବନେଶ୍ବର: ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' । ଯାହାକୁ ଦେଖିବା ପାଇଁ ହଲ୍ ଆଗରେ ଲାଗିଛି ଦର୍ଶକଙ୍କ ଲମ୍ବା ଲାଇନ । ଏଥିସହ ପ୍ରତୀକ୍ଷାକୁ ଦେଖିବା ପାଇଁ ହାଉସ୍ ଫୁଲ ରହିଛି ସବୁ ସିନେମା ହଲ । ଓଡ଼ିଶାର ୧୪ଟି ସହରର ୨୧ଟି ହଲ୍‌ରେ ୨୬ଟି ଶୋ’ ସହ ରାଜ୍ୟ ବାହାରେ ବେଙ୍ଗାଲୁରୁରେ ସ୍କ୍ରିନିଂ ପ୍ରିମିୟର ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ଵରରେ ରହୁଥିବା ଏକ ସାଧାରଣ ମଧ୍ୟବିତ୍ତ ପରିବାରର ସ୍ବପ୍ନ, ନିରାଶ ଏବଂ ଆକାଂକ୍ଷା ଉପରେ ଆଧାରିତ ଫିଲ୍ମର କାହାଣୀ । ଯେଉଁଥିରେ ଦର୍ଶକ ପିତା ଓ ପୁତ୍ରର ଏକ ଜଟିଳ ସମ୍ପର୍କକୁ ଦେଖିବାକୁ ପାଇଛନ୍ତି । କହିବାକୁ ଗଲେ ମଧ୍ୟବିତ୍ତ ପରିବାରର ବେକାର ଯୁବକଙ୍କ ରୋଜଗାର ଲାଗି ସଂଘର୍ଷ, ପୁରା ପରିବାର ପାଇଁ ପିତାଙ୍କ ଚିନ୍ତା, ବାହାଘର ଲାଗି ଅପେକ୍ଷାରତ ପ୍ରେମିକା ଏବଂ ଶେଷରେ ପରିବାରର ଏକମାତ୍ର ରୋଜଗାରିଆ ପିତାର ମୃତ୍ୟୁକୁ ନେଇ କାହାଣୀଟି ଗତିଶୀଳ ହୋଇଛି । ଏତେ ପରେ ବି ସିଏ ପ୍ରତୀକ୍ଷା କରିଛି ସରକାରୀ ଚାକିରୀ ଖଣ୍ଡେ ପାଇଁ ଯେଭଳି ବାପା ତାଙ୍କ ଭଲପାଇବାକୁ ତ୍ୟାଗକୁ ନ ଦେଖେଇକି ବି ତା ପାଇଁ ପ୍ରତୀକ୍ଷା କରିଥାନ୍ତି । ଆଉ ସେଇ ପ୍ରତୀକ୍ଷା ତା ଇଚ୍ଛାରୁ ଅଧିକ ସମୟ ମାଗି ବସିଛି । ଏତେ ପରେ ସେ କଣ କରୁଛି ? କିଭଳି ସାମ୍ନା କରିଛି ପରିସ୍ଥିତିର । ତାହା ଦେଖିବାକୁ ମିଳିଛି ଫିଲ୍ମ ପ୍ରତୀକ୍ଷାରେ । ଯାହାକୁ ଦେଖି ତାଳିରେ କମ୍ପିଛି ପୁରା ସିନେମା ହଲ । ଆଉ ଜଣେ ବାପାର କର୍ତ୍ତବ୍ୟ ଓ ପୁଅ ପାଇଁ ଥିବା ଭଲପାଇବା ରେ ନିଚ୍ଛକ ଅଭିନୟ ଦର୍ଶକଙ୍କ ମୂଳରୁ ଶେଷ ଯାଏ ବାନ୍ଧି ରଖିଥିଲା ।

ଖାଲି ସେତିକି ନୁହେଁ ଚଳଚିତ୍ରର ବାସ୍ତବତା ପ୍ରତି ଦର୍ଶକଙ୍କ ଆଖିରେ ଲୁହ ଦେଇଦେଇଥିଲା । ଏହାକୁ ନେଇ ଚଳଚିତ୍ରକୁ ସବୁ ବର୍ଗର ଲୋକେ ପ୍ରଶଂସା କରିବା ସହ ଭଲ ପାଇବା ଦେଇଛନ୍ତି । ଆଉ ଏହି ଚଳଚ୍ଚିତ୍ର ମୌଳିକ କାହାଣୀକୁ ନେଇ ନେଇ ଆମେ କହିପାରିବ ଯେ ବଦଳୁଛି ଓଡ଼ିଆ ସିନେମା ର ଭାଗ୍ୟ ଏହାକୁ ନେଇ ପୁଣି ଫେରିବ କି ସେହି ସ୍ୱର୍ଣ୍ଣିମ ଯୁଗ ? କାହିଁକି ନା ବାବୁଶାନଙ୍କ ଫିଲ୍ମ ଦମନ ସୁପର ଡୁପର ହିଟ୍ ହେବା ପରେ ପୁଣି ଏକ ଭଲ କାହାଣୀକୁ ନେଇ ଆସିଛି ଓଡ଼ିଆ ସିନେମା । ଏହା ଓଡ଼ିଆ ସିନେମା ଶିଳ୍ପ ପାଇଁ ଏକ ଭଲ ସଙ୍କେତ l ଅନ୍ୟପଟେ ରିଲିଜ୍ ପୂର୍ବରୁ ଢେର୍ ପ୍ରଂଶସା ସାଉଁଟିବା ସହ ଗୋଆ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି । ଏହି ସିନେମା ପ୍ରଦର୍ଶନ ପରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେର ଫିଲ୍ମ ପ୍ରତୀକ୍ଷାର ହିନ୍ଦୀ ରିମେକ ନିଜେ କରିବେ ବୋଲି କହିଥିବା ବେଳେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଯାହା ଓଡ଼ିଆ ସିନେମା ପାଇଁ ଏକ ଭିନ୍ନ ମୋଡ ଆଣିଛି ।

ଏହାର କାହାଣୀ ପ୍ରତିଷ୍ଠିତ ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଅନୁପ୍ରାଣିତ ହୋଇଛି । ଯାହାର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ରୋଶନ ବିଶୋଇ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ । ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଞ୍ଜନ ସାହୁ ଗୀତ ରଚନା କରିଛନ୍ତି । ମୁଖ୍ୟ ଭୂମିକାରେ ଦୀପନ୍ବିତ ଦାଶ ମହାପାତ୍ର, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପୟିକା ନାୟକ ଓ ଅନ୍ୟମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଓ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଯୁବ ପ୍ରତିଭାବାନ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ । କାର୍ଯ୍ୟନିର୍ବାହୀ ପ୍ରଯୋଜିକା ତଥା ମୁଖ୍ୟ ଅଭିନେତ୍ରୀ ବର୍ଷା ପଟ୍ଟନାୟକ ଥିବାବେଳେ ସିନେମାଟୋଗ୍ରାଫର ଦାୟିତ୍ଵ ତୁଲାଇଛନ୍ତି ଦୀପକ କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.