ହାଇଦ୍ରାବାଦ: ସ୍ବର୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନ ନିଜ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସେ ତାଙ୍କ ଚଳଚ୍ଚିତ୍ର ଫ୍ରାଇଡେ ନାଇଟ୍ ପ୍ଲାନର ପ୍ରମୋଶନରେ ସମୟରେ ଦେଇଥିବା ଏକ ଇଣ୍ଟଭ୍ୟୁ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ସୋସିଆଲ ମିଡିଆ ସାଇଟରେ ଏହା ଟ୍ରେଣ୍ଡ କରିବାରେ ଲାଗିଛି । ବାବିଲ ନିଜ ଇଣ୍ଟରଭ୍ୟୁରେ କହିଛନ୍ତି, ‘‘ମୁଁ ଜଣେ ସାଧାରଣ ଷ୍ଟାର କିଡ ନୁହେଁ । ମୋ ବାପା ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସବୁଠି କାମ କରି ନିଜ ନିଖୁଣ ଅଭିନୟ ପାଇଁ ପ୍ରଂଶସିତ । ମାତ୍ର ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କୁ “ଷ୍ଟାର” ଭାବରେ ବିବେଚନା କରାଯାଉନାହିଁ ।’’
ନିକଟରେ ସେ ଏକ ପ୍ରମୋସନାଲ ଇଣ୍ଟଭ୍ୟୁରେ ବାବିଲ ଖାନ କହିଛନ୍ତି, ‘‘ମୋ ପିତାଙ୍କ କ୍ୟାରିଅରକୁ ଅନୁକରଣ କରିବାକୁ ଇଚ୍ଛା ନାହିଁ । ସିନେମା ଜଗତରେ ମୁଁ ମୋ ପିତାଙ୍କ ନାଁରେ ନୁହେଁ ବରଂ ମୋର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା । ନିଜ ଅଭିନୟ ବଳରେ ମୋ ପିତାଙ୍କ ସମ୍ମାନକୁ ଫେରାଇ ଆଣିବି । ଯେତେ ଆହ୍ବାନ ଆସୁ ପଛେ ସବୁକୁ ସାମ୍ନା କରି ଶୀର୍ଷରେ ପହଞ୍ଚିବାର ପଥ ନିଜ ହାତରେ ଗଢିବି । ମୋ ପିତାଙ୍କ କଥା ମତେ ପଥ ପ୍ରଦର୍ଶନ କରିବ । ମୋ ବାପାଙ୍କ ଲେଗେସି ଠାରୁ ମୁଁ ମୋର ଏକ ଭିନ୍ନ ପରିଚୟ ସୃଷ୍ଟି କରିବି ।’’
ନେପୋଟିଜିମ ପ୍ରସଙ୍ଗକୁ ନେଇ ବାବିଲ କହିଥିଲେ ସେ ବଂଶାବଳୀ ଗତ ଷ୍ଟାର କିଡ ନୁହେଁ । ସେ ଗର୍ବିତ ଯୋ ସେ ଇରଫାନ ଖାନଙ୍କ ପୁଅ । ଷ୍ଟାର କିଡ ହେବାର କେତେକ ସୁବିଧା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । " ଇଣ୍ଡଷ୍ଟ୍ରିରେ ନେପୋଟିଜିମକୁ ନେଇ ସେ କହିଛନ୍ତି, ମୁଁ ଷ୍ଟାର୍ କିଡ୍ ନୁହେଁ ଇରଫାନଙ୍କ ପୁଅ । ମୋତେ ଏହି ସମ୍ମାନ ହାସଲ କରିବାକୁ ହେବ । ମୋ ବାପାଙ୍କ ନାଁ ବ୍ୟବହାର କରିବା ପୂର୍ବରୁ ତାର ପାଇଁ ଯୋଗ୍ୟ ହେବାକୁ ପଡିବ । ମତେ ଏହି ସ୍ଥାନ ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ମୁଁ ପରିଶ୍ରମ କରିବାକୁ ଡରିନି । ତାଙ୍କ ପୁଅର ପରିଚୟ ଦେଇ ସମାଜରେ ନିଜ ସ୍ଥାନ ସୃଷ୍ଟି କରିବା ପାଇଁ ମୁଁ ପ୍ରସ୍ତୁତ । ବହୁତ କିଛି ଶିକ୍ଷିବାର ଅଛି । ଏହା ମୋର ସବୁଠାରୁ ବଡ ଭାଗ୍ୟ । ’’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ