ETV Bharat / entertainment

ବାପା ହେଲେ ନିକିତିନ ଧୀର, କନ୍ୟା ସନ୍ତାନ ଜନ୍ମ ଦେଲେ ପତ୍ନୀ କୃତିକା

ମାଆ ହେଲେ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କୃତିକା ସେଙ୍ଗର । ଅଭିନେତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : May 12, 2022, 6:09 PM IST

ବାପା ହେଲେ ନିକିତିନ ଧୀର, କନ୍ୟା ସନ୍ତାନ ଜନ୍ମ ଦେଲେ ପତ୍ନୀ କୃତିକା
ବାପା ହେଲେ ନିକିତିନ ଧୀର, କନ୍ୟା ସନ୍ତାନ ଜନ୍ମ ଦେଲେ ପତ୍ନୀ କୃତିକା

ହାଇଦ୍ରାବାଦ: ମାଆ ହେଲେ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ କୃତିକା ସେଙ୍ଗର । ଅଭିନେତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । କୃତ୍ରିକା ପୂର୍ବରୁ ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କୁ ଗର୍ଭଧାରଣ ସମ୍ପର୍କରେ ଜଣାଇଥିଲେ । ହେଲେ ଅଭିନେତ୍ରୀ ଏହି ଖୁସି ଖବର ସମ୍ପର୍କରେ ସୋସିଆଲ ମିଡିଆରେ କୌଣସି ସୂଚନା ଦେଇ ନାହାନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବିରଲ ଭୟାନୀ ତାଙ୍କ ଅଫିସିଆଲ ଆକାଉଣ୍ଟରେ ଏହି ଖୁସି ଖବର ସେୟାର କରିଛନ୍ତି। ଏହାପରେ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି ।

ଫିଲ୍ମ ଚେନ୍ନାଇ ଏକ୍ସପ୍ରେସରେ 'ଥଙ୍ଗାବଲୀ' ଫେମ୍‌ ନିକିତିନ ଧୀରଙ୍କ ପତ୍ନୀ ହେଉଛନ୍ତି କୃତିକା ସେଙ୍ଗର। ଗତ ବର୍ଷ ଏହି ଦମ୍ପତି ଗର୍ଭଧାରଣ ସମ୍ପର୍କରେ ଘୋଷଣା କରିଥିଲେ। ସେବେଠାରୁ କୃତିକା ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ନିଜର ମାତୃତ୍ୱ ଫଟୋସୁଟ ସେୟାର କରୁଥିଲେ। ଟିଭି ସିରିଏଲ 'ଛୋଟି ସରଦାରନୀ' ଫେମ୍‌ କୃତିକା ସେଙ୍ଗର ଏବଂ ତାଙ୍କ ସ୍ବାମୀ ନିଜ ସୋସିଆଲ ମିଡିଆ ଜରିଆରେ ସେମାନଙ୍କର ଗର୍ଭବତୀ ଘୋଷଣା କରିଥିଲେ । ଏହି ଗୁଡ୍ ନ୍ୟୁଜ୍ ପରେ ପ୍ରଶଂସକଙ୍କ ସହିତ ଇଣ୍ଡଷ୍ଟ୍ରିର ଅନ୍ୟ କଳାକାରମାନେ ମଧ୍ୟ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.