ETV Bharat / entertainment

କନସର୍ଟ ବେଳେ ମଞ୍ଚରେ ପଡିଗଲେ ନିକ ଜୋନାସ, ଭାଇରାଲ ହେଲା ଭିଡିଓ

author img

By

Published : Aug 17, 2023, 8:51 AM IST

ମଞ୍ଚରେ ପରଫର୍ମ କରୁଥିବାବେଳେ ତଳେ ପଡ଼ିଗଲେ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ । ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଅଧିକ ପଢନ୍ତୁ

ନିକ ଜୋନାସ
ନିକ ଜୋନାସ

ମୁମ୍ବାଇ: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ତାଙ୍କ ଭାଇମାନଙ୍କ ସହ ଏକ ବିଶ୍ୱ ଭ୍ରମଣରେ ଯାଇଛନ୍ତି । ଏହି ଭ୍ରମଣରେ ସେ ବିଭିନ୍ନ ସହରରେ କନସର୍ଟ କରୁଛନ୍ତି । ଯାହା ସେ ଗତ ଶନିବାର ନ୍ୟୁୟର୍କର ୟାକି ଷ୍ଟାଡିୟମରେ ଏକ କନସର୍ଟରୁ ଆରମ୍ଭ କରିଥିଲେ । 'ଦ ଟୁର୍'ର କନସର୍ଟ ସମୟରେ ତାଙ୍କ ପ୍ରଶଂସକମାନେ ବହୁ ସଂଖ୍ୟାରେ ପହଞ୍ଚିଥିଲେ । ଏହି କ୍ରମରେ, ଜୋନାସ୍ ବ୍ରଦର୍ସ ବୋଷ୍ଟନ୍ ସ୍ଥିତ ମାସାଚୁସେଟ୍ସର ଟିଡି ଗାର୍ଡେନରେ ପରଫର୍ମ କରୁଥିଲେ । ଏହି ଭ୍ରମଣର ଅନେକ ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଗୁଡିକ ମଧ୍ୟରୁ ଗୋଟିଏରେ ନିକ ଜୋନାସ ମଞ୍ଚରେ ଅଭିନୟ କରୁଥିବା ସମୟରେ ହଠାତ୍ ତଳେ ଖସିପଡିଥିବାର ଦେଖାଯାଇଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଜୋନାସ୍ ବ୍ରଦର୍ସ ବୋଷ୍ଟନ୍ ସ୍ଥିତ ମାସାଚୁସେଟ୍ସର ଟିଡି ଗାର୍ଡେନ୍‌ରେ ପରଫର୍ମ କରୁଥିଲେ । ପରଫର୍ମ ମଝିରେ ନିକ ପ୍ରଶଂସକଙ୍କ ନିକଟରେ ପହଞ୍ଚି ଥିବାର ଦେଖାଯାଏ ଏବଂ କିଛି ସମୟ ପରେ ସେ ମଞ୍ଚ ତଳେ ପଡ଼ିଯାଇଥିଲେ । ନିକ ମଞ୍ଚ ତଳେ ପଡ଼ିଥିବାର ଦେଖି ତାଙ୍କର ଜଣେ ସୁରକ୍ଷାକର୍ମୀ ତାଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ, କିନ୍ତୁ ନିକ ତୁରନ୍ତ ଉଠି କାର୍ଯ୍ୟ ଆରମ୍ଭ କରି ନିଜ ଭାଇମାନଙ୍କ ନିକଟକୁ ଚାଲିଯାଇଗଲେ ।

ଏହା ମଧ୍ୟ ପଢନ୍ତୁ: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଶ୍ବସ୍ତି, କୋର୍ଟଙ୍କ ଅନୁମତି ବିନା କରିପାରିବେ ବିଦେଶ ଯାତ୍ରା

ବାସ୍ତବରେ, ନିକ୍ ପଡ଼ିବା ସମୟରେ 'ଆଉଚ୍' କହୁଥିବାର ଶୁଣିବାକୁ ମିଳିଥିଲା ​​। ପ୍ରିୟଙ୍କାଙ୍କ ସ୍ୱାମୀଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ 'ଦି ଟୁର୍'ରୁ ଦେଶୀ ଗର୍ଲଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀଙ୍କୁ ଚିୟର ଅପ୍‌ କରୁଥିବା ବେଳେ ତାଙ୍କ ଲୁହ ପୋଛି ଥିବାର ନଜର ଆସିଛନ୍ତି । ଭିଡିଓରେ ପ୍ରିୟଙ୍କା କାନ୍ଦୁଥିବା ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଥିଲେ ।କିନ୍ତୁ କୁହାଯାଉଛି ଯେ, ସେ ତାଙ୍କ ସ୍ବାମୀ ନିକ୍‌ଙ୍କ ପରଫର୍ମ ଦେଖି ଭାବୁକ ହୋଇଯାଇଥିଲେ ଏବଂ ନିଜ ଲୁହକୁ ରୋକି ପାରିନଥିଲେ।

ଏହା ମଧ୍ୟ ପଢନ୍ତୁ: ଓଡିଶା କଳା ଦେଖିଲା ଆମେରିକା, ନ୍ୟୁୟର୍କରେ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚିତ

ସୂଚନାଯୋଗ୍ୟ ଯେ, ଜୋନାସ୍ ବ୍ରଦର୍ସଙ୍କ ଏହି ବିଶ୍ବ ଭ୍ରମଣରେ ପୁରା ପରିବାର ତାଙ୍କ ସହ ଅଛନ୍ତି । ଏହି ଭ୍ରମଣରେ ପ୍ରିୟଙ୍କା ଚୋପ୍ରା, ତାଙ୍କ ଝିଅ ମାଲତି ମେରି, ସୋଫି ଟର୍ନର, ନିକଙ୍କ ପିତାମାତା ଏବଂ ଭାଇଙ୍କ ପତ୍ନୀ ମଧ୍ୟ ଅଛନ୍ତି। ଏହି ଯାତ୍ରା ସମୟରେ ଜୋନାସ୍ ବ୍ରଦର୍ସ ସେମାନଙ୍କ ପିତାମାତା ଡେନିସ୍ ଏବଂ କେଭିନ୍ ଜୋନାସଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଉଲ୍ଲେଖନୀୟ ଯଏ, ନିକ ଏବଂ ପ୍ରିୟଙ୍କା 2018ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । 2022 ମସିହାରେ, ସରୋଗେସି ମାଧ୍ୟମରେ ସେମାନଙ୍କର ଝିଅ ମାଲତି ମେରି ଜନ୍ମ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.