ETV Bharat / entertainment

ଆଲିଆ ନା ରଣବୀର, କାହା ପରି ଦେଖାଯାଉଛନ୍ତି ବେବି କପୁର ? ଦାଦି ନୀତୁ ଦେଲେ ଜବାବ

ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ କପୁର ପରିବାରର ନୂଆ ସଦସ୍ୟ କାହା ପରି ଦେଖାଯାଉଛନ୍ତି, ଆଲିଆ ନା ରଣବୀର ? ଏହି ପ୍ରଶ୍ନର ଉତ୍ତର ଏବେ ଜେଜେମାଆ ନୀତୁ କପୁର ଦେଇଛନ୍ତି । ଅଧିକ ପଢନ୍ତୁ

ଦାଦି ନୀତୁ ଦେଲେ ଏମିତି ଜବାବ୍‌
ଦାଦି ନୀତୁ ଦେଲେ ଏମିତି ଜବାବ୍‌
author img

By

Published : Nov 7, 2022, 12:34 PM IST

ମୁମ୍ବାଇ: କପୁର ପରିବାର ଏବଂ ଭଟ୍ଟ ପରିବାରରେ ରହିଛି ଖୁସିର ମାହୋଲ । ଯେଉଁଥିରେ ନୀତୁ କପୁର ସବୁଠୁ ଅଧିକା ଖୁସି ଥିବା ନଜର ଆସୁଛନ୍ତି । କାରଣ ତାଙ୍କ ପୁଅ ଏବଂ ବୋହୂ ଅର୍ଥାତ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପିତାମାତା ହୋଇଛନ୍ତି । ଗତକାଲି ଆଲିଆ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ଏହି ଖବର ଆସିବା ପରଠାରୁ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତି । ସୋସିଆଲ ମିଡିଆରେ ଅନେକ ତାରକା ମଧ୍ୟ ରଣବୀର-ଆଲିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପକ୍ଷରେ, ଦମ୍ପତିଙ୍କ ପ୍ରଶଂସକମାନେ ଜାଣିବାକୁ ଚାହାଁନ୍ତି ଯେ, କପୁର ପରିବାରର ନୂଆ ସଦସ୍ୟ କାହା ପରି ଦେଖାଯାଉଛନ୍ତି, ଆଲିଆ ନା ରଣବୀର ? ଜେଜେମାଆ ନୀତୁ କପୁର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ରଣବୀର-ଆଲିଆଙ୍କ ଝିଅ ଜନ୍ମ ହେବା ପରେ ନୀତି କପୁରଙ୍କୁ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା । ଏହି ସମୟରେ ପାପାରାଜି ନୀତୁ କପୁରଙ୍କୁ ପଚାରିଥିଲେ କି, ରଣବୀର ଏବଂ ଆଲିଆଙ୍କ ଝିଅ କାହା ପରି ଦେଖାଯାଉଛନ୍ତି । ଏବଂ ଆଲିଆଙ୍କ ସ୍ୱାସ୍ଥ୍ୟ କିପରି ଅଛି ବୋଲି ପଚାରିଥିଲେ ? ଏହାର ଜବାବରେ ଅଭିନେତ୍ରୀ ନୀତୁ କପୁର କହିଛନ୍ତି, "ସେ ବହୁତ ଛୋଟ ଅଛି, ବର୍ତ୍ତମାନ କିଛି କହିହେବ ନାହିଁ, କିନ୍ତୁ ବହୁତ କ୍ୟୁଟ ହୋଇଛି ।"

ନୀତୁ କପୁରଙ୍କୁ ଦେଖି ପାପାରାଜି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ସହ କଥା ହୋଇଥିଲେ । ଯେତେବେଳେ ବି ନୀତୁ ପାପାରାଜିଙ୍କୁ ଭେଟନ୍ତି, ସେ ବହୁତ ସ୍ନେହପୂର୍ଣ୍ଣ ଭାବରେ କଥାବାର୍ତ୍ତା କରନ୍ତି । ଏହି ସମୟରେ, ଜଣେ ପାପାରାଜି ନୀତୁଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ ଏବଂ ଅଭିନେତ୍ରୀଙ୍କୁ ପଚାରିଲେ- ରଣବୀର-ଆଲିଆଙ୍କର ଝିଅ ହୋଇଛି, ଆପଣ କେମିତି ଅନୁଭବ କରୁଛନ୍ତି ? ଏହାର ଉତ୍ତରରେ ନୀତୁ କହିଛନ୍ତି- ଆପଣ କାହିଁକି ମୋତେ ସବୁବେଳେ ଏହିପରି ପଚାରନ୍ତି, ଆପଣ କିପରି ଅନୁଭବ କରୁଛନ୍ତି ? ବହୁତ ଭଲ ଲାଗୁଛି । ମୁଁ ବହୁତ ଖୁସି ଅଛି, ବହୁତ ଅଧିକା । ଏହା ପରେ, ଆଉ ଜଣେ ପାପାରାଜି ପଚାରିଥିଲେ ଯେ ଆଲିଆଙ୍କ ଝିଅ କେମିତି ଅଛି, ଏହାର ଉତ୍ତରରେ ନୀତୁ କହିଛନ୍ତି ସମ୍ପୂର୍ଣ୍ଣ ସୁସ୍ଥ । ସେ ଦୁହେଁ ସମ୍ପୂର୍ଣ୍ଣ ଭଲ ଅଛନ୍ତି ।

ଏହା ବି ପଢନ୍ତୁ: ମାଆ ହେଲେ ଆଲିଆ, କପୁର ପରିବାରକୁ ଆସିଲା କୁନି ପରି

ସୂଚନାଯୋଗ୍ୟ ଯେ, ଗତକାଲି ଏଚଏନ ରିଲାଏନ୍ସ ହସପିଟାଲରେ ଆଲିଆ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଲିଆଙ୍କ ଝିଅ ଜନ୍ମ ହେବା ପରେ ପରିବାରର ସମସ୍ତ ସଦସ୍ୟ ବେଶ୍‌ ଖୁସି ଅଛନ୍ତି । ମା’ ଏବଂ ପିଲା ଦୁହେଁ ସୁସ୍ଥ ରହିଛନ୍ତି ବୋଲି ଖବର ମିଳିଛି । ଆଲିଆ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମରୁ କୁନି ଅତିଥିଙ୍କୁ ଜନ୍ମ ଦେବେ ବୋଲି ପୂର୍ବରୁ ଖବର ପ୍ରକାଶିତ ହୋଇଥିଲା । ଆଲିଆଙ୍କ ପୋଷ୍ଟରେ ରିତେଶ ଦେଶମୁଖ, ସୋଫି ଚୌଧୁରୀ, ଶ୍ୱେତା ବଚ୍ଚନ, ଦିୟା ମିର୍ଜା, ମାଧୁରୀ ଦୀକ୍ଷିତ, ମୌନୀ ରାୟ, କ୍ରିତି ସାନନ, ନେହା ଧୁପିଆ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.