ହାଇଦ୍ରାବାଦ: ବଲିଉଡର ଚକୋଲେଟ୍ ବୟ ତଥା ଅଭିନେତା ରଣବୀର କପୁର ଖୁବ୍ ଶୀଘ୍ର ବର ହେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର କପୁର ଏପ୍ରିଲ 17 ରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହା ପୂର୍ବରୁ ସେ ପରିବାର ସହିତ ପୁରା ସମୟ ଉପଭୋଗ କରୁଛନ୍ତି । ଏହି ସମୟରେ ଅଭିନେତାଙ୍କ ମାଆ ନୀତୁ କପୁର ତାଙ୍କ ପୁଅଙ୍କ ସହ ସେଲଫି ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଏଥିସହିତ ରଣବୀର କପୁରଙ୍କ ପ୍ରଶଂସକ ପେଜ୍ରେ ନୀତୁ କପୁର ଏବଂ ରଣବୀର କପୁରଙ୍କ ସେଲଫି ମଧ୍ୟ ସେୟାର କରାଯାଇଛି। ସେଲଫିରେ ନୀତୁ କପୁର ଏବଂ ରଣବୀର ସିଂ ହସୁଛନ୍ତି। ତେବେ ମାଆ-ପୁଅଙ୍କ ଏହି ସେଲଫି ଏକ ବନ୍ଧନର ପ୍ରମାଣ ଦେଉଛି ।
ଏଠାରେ, ନୀତୁ କପୁରଙ୍କ ଦ୍ୱାରା ସେୟାର ହୋଇଥିବା ସେଲଫିରେ ମାଆ ତାଙ୍କ ପୁଅ ରଣବୀର କପୁରଙ୍କ ଆଗରେ ଏବଂ ପଛରେ ସେ ସୋଫାରେ ବସିଛନ୍ତି । ଏହି ସେଲଫି ଏକ ସୁଟିଂ ସମୟର, ଯେଉଁଠାରେ ମାଆ ଏବଂ ପୁଅ ଏକ ବିଜ୍ଞାପନ ସୁଟିଂ କରିବାକୁ ଆସିଛନ୍ତି । ଏହି ସେଲଫି ସେୟାର କରି ନୀତୁ କପୁର ଲେଖିଛନ୍ତି, 'ମେରେ ଜାନେ ଜିଗର୍ କେ ସାଥ୍ ଆଡ ସୁଟ୍' । ଏହା ସହିତ, ନୀତୁ ବ୍ରେକିଟରେ ହାର୍ଟବିଟ୍ ଲେଖିଛନ୍ତି ଏବଂ ଏକ ହୃଦୟ-ସ୍ମାଇଲ ଇମୋଜି ମଧ୍ୟ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ