ହାଇଦ୍ରାବାଦ: କରଣ ଜୋହରଙ୍କ ସେଲିବ୍ରିଟି ଚାଟ୍ ଶୋ' ଲାଟେଷ୍ଟ ଏପିସୋଡ ଆଜି ରିଲିଜ ହୋଇଛି । ଯେଉଁଥିରେ ବଲିଉଡର ଭେଟେରାନ ଅଭିନେତ୍ରୀ ନୀତୁ କପୁର ଏବଂ ଜିନତ ଅମାନ ସାମିଲ ହୋଇଛନ୍ତି । ଏହି ସମୟରେ ଉଭୟ ଖୁବ ମସ୍ତି କରିବା ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିଛନ୍ତି । ତେବେ ନୀତୁ କପୁର ନିଜ ପୁଅ ରଣବୀର ବୋହୂ ଆଲିଆ ଭଟ୍ଟ ଏବଂ ନାତୁଣୀ ରାହାଙ୍କୁ ନେଇ କଥାବାର୍ତ୍ତା କରିଛନ୍ତି ।
ଶୋ'ରେ ସେ ନାତୁଣୀ ରାହାଙ୍କ ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ରାହାଙ୍କ ପାଇଁ ଆଲିଆ ଏବଂ ତାଙ୍କ ମା' ସୋନି ରଜଦାନିଙ୍କ ସହ ମୋର ଝଗଡା ହୋଇଥାଏ । ଅଭିନେତ୍ରୀ କହିଛନ୍ତି ଯେ, ରାହାଙ୍କୁ ନେଇ ଆମର ମଜାଳିଆ ଯୁକ୍ତିତର୍କ ଚାଲିଥାଏ । ପିଲା ମୋ ଘରେ ବଢିଛି ଏଣୁ ମୁଁ ତାକୁ ବାପା ଡାକିବାକୁ ଶିଖାଉଛି । ହେଲେ ସୋନି ତାଙ୍କୁ ମାମା ଡାକିବାକୁ ଶିଖାନ୍ତି । ଏଥିସହ ସେ ଆହୁରି କହିଛନ୍ତି, ଦିନେ ଘରେ ଆଲିଆ ମୋତେ କହିଲେ- ରାହା ମାମା ବୋଲି ଡାକୁଛନ୍ତି । ସେତେବେଳେ ମୁଁ କହିଥିଲି ସେ ମାମା ନୁହଁ ମମ-ମମ ବୋଲି କହିଛି । ଏତେ ଖୁସି ହୁଅ ନାହିଁ । ଏହା ପରେ ନୀତୁ କୁହନ୍ତି ସେ ଦା-ଦା କହୁଛି ନା-ନା ନାହିଁ । ତେଣୁ ମୁଁ ଏଥିରେ ଖୁସି ଅଛି ।
ଏହା ପରେ ଯେତେବେଳେ କରଣ ଶୋ'ରେ ନୀତୁଙ୍କୁ ପଚାରନ୍ତି ଯେ, ଆପଣ ଆଲିଆ ଏବଂ ରଣବୀରଙ୍କୁ ଶୁଭକାମନା ଦେଉଛନ୍ତି ନା ଆଲିଙ୍ଗନ କରନ୍ତି । ଏହାର ଜବାବରେ ନୀତୁ କୁହନ୍ତି ଯେ, 'କିଛି ନାହିଁ । କାରଣ ଆଜିର ସମୟରେ ଆପଣ ଯାହା କରିବାକୁ ଚାହାଁନ୍ତି ତାହା କରନ୍ତୁ ଏବଂ ଖୁସିରେ ରୁହନ୍ତୁ । ପ୍ରତ୍ୟେକ ପିଢି ଅଲଗା ଏବଂ ମୁଁ ଆଶା ଯେଉଁ ପରିସ୍ଥିତିରେ ଆସିଛି, ମୁଁ ତାଙ୍କ ଠାରୁ ମଧ୍ୟ ସେହିପରି ଆଶା କରୁନାହିଁ । ଏଥିପାଇଁ ସେମାନେ ସେମାନଙ୍କର ଭାବନା ଜାଣନ୍ତି ଏବଂ ମୁଁ ମୋର ।'
ଏହା ମଧ୍ୟ ପଢନ୍ତୁ: ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଆଲିଆ-ରଣବୀର, ଝିଅ ରାହାଙ୍କ ଦେଖାଇଲେ ଚେହେରା
ଏଥିସହ ରାହାଙ୍କ ନାଁ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ, ରାହା ନାଁ ତାଙ୍କୁ ସୁଟ କରୁଛି । କାରଣ ଯେବେ ମୁଁ ତାଙ୍କୁ ଦେଖୁଛି ବହୁତ ଶାନ୍ତି ମିଳୁଛି । ମୋତେ ଲାଗୁଛି ଏହି ନାଁ ତାଙ୍କ ପାଇଁ ବହୁତ ଠିକ ଅଛି । ତାଙ୍କୁ ବହୁତ ସୁନ୍ଦର ଏବଂ କ୍ୟୁଟ । ସୂଚନା ଥାଉ କି, ରଣବୀର କପୁର ଏବଂ ଆଲିଆ ଭଟ୍ଟ ୧୪ ଏପ୍ରିଲ ୨୦୨୨ରେ ବିବାହ କରିଥିଲେ । ଏହାପରେ ନଭେମ୍ବର ୬, ୨୦୨୨ରେ ଝିଅ ରାହାଙ୍କ ପିତାମାତା ହୋଇଥିଲେ । ତେବେ ଚଳିତ ବର୍ଷ ରାହାଙ୍କ ପ୍ରଥମ ଜନ୍ମଦିନରେ ଏହି ଦମ୍ପତି ଅନେକ ଖୁଲାସା କରିଥିଲେ ଏବଂ ବର୍ଷକ ପରେ ଖ୍ରୀଷ୍ଟମାସ ଅବସରରେ ଉଭୟ ରାହାଙ୍କ ଚେହେରା ସମସ୍ତଙ୍କୁ ଦେଖାଇଥିଲେ ।