ETV Bharat / entertainment

SSR Drug Case: ଚାକିରୀରୁ ବରଖାସ୍ତ ହେଲେ ଏନସିବି ଅଧିକାରୀ, ଆସିଲା ଗୁରୁତର ଅଭିଯୋଗ

author img

By

Published : Apr 2, 2022, 9:22 PM IST

ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିବା ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଇଣ୍ଟେଲିଜେନ୍ସ ଅଧିକାରୀ ବିଶ୍ୱନାଥ ତିୱାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। ଅଧିକ ପଢନ୍ତୁ

ଚାକିରୀରୁ ବରଖାସ୍ତ ହେଲେ ଏନସିବି ଅଧିକାରୀ
ଚାକିରୀରୁ ବରଖାସ୍ତ ହେଲେ ଏନସିବି ଅଧିକାରୀ

ହାଇଦ୍ରାବାଦ: ସୁଶାନ୍ତ ସିଂ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀ ଡ୍ରମ୍ସ ମାମଲାର ଯାଞ୍ଚ କରିଥିବା ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ଇଣ୍ଟେଲିଜେନ୍ସ ଅଧିକାରୀ ବିଶ୍ୱନାଥ ତିୱାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ବିଶ୍ୱନାଥ ତିୱାରୀଙ୍କ ନାଁରେ ବିନା ଅନୁମତିରେ ବିଦେଶ ଯାତ୍ରା କରିବା ଏବଂ କଳା ଟଙ୍କା ଗ୍ରହଣ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଥାଉକି, ସୁଶାନ୍ତଙ୍କ ମୃତ୍ୟୁ ପରେ ବିଶ୍ୱନାଥ ତିୱାରୀ ଏହି ମାମଲା ସହ ଜଡିତ ସେଲିବ୍ରିଟିଙ୍କ ଯାଞ୍ଚ କରୁଥିଲେ । ବର୍ତ୍ତମାନ ଏହି ମାମଲା ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ଯାଞ୍ଚ କରାଯାଇଥିଲା ଏବଂ ତଥ୍ୟ ଆଧାରରେ ଦିଲ୍ଲୀ ଏନସିବି ମୁଖ୍ୟାଳୟରୁ ତିୱାରୀଙ୍କୁ ବରଖାସ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲା

ଅନ୍ୟପକ୍ଷରେ ଗୁରୁବାର ଆର୍ଯ୍ୟନ୍ ଡ୍ରଗ୍ସ ମାମଲାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ଆର୍ଯ୍ୟନ୍ ଖାନ୍ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ NCBକୁ 60 ଦିନ ସମୟ ମିଳିଛି । ଏନସିବି ମୁମ୍ବାଇ କୋର୍ଟରେ ଆବେଦନ କରି 90 ଦିନ ଆଉ ସମୟ ମାଗିଥିଲା । କିନ୍ତୁ କୋର୍ଟ 60 ଦିନ ସମୟ ଦେଇଛନ୍ତି ।

ଏପ୍ରିଲ୍ 2ରେ, ଆର୍ଯ୍ୟନ୍ ଖାନଙ୍କ ଡ୍ରଗ୍ସ ମାମଲାର 180 ଦିନ ଶେଷ ହୋଇଛି। ନିୟମ ଅନୁଯାୟୀ, 180 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ପଡିବ । କିନ୍ତୁ ଏନସିବି କୋର୍ଟରେ ଏକ ଆବେଦନ କରି କହିଛନ୍ତି ଯେ ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେଣୁ 90 ଦିନ ଅଧିକ ସମୟ ଦିଆଯିବା ଉଚିତ୍ । ଶୁଣାଣି ପରେ ଏନସିବିକୁ କୋର୍ଟ 60 ଦିନ ସମୟ ଦେଇଛନ୍ତି। ବର୍ତ୍ତମାନ 60 ଦିନ ପରେ, NCB କୁ ଏହି ମାମଲାରେ ଏକ ଚାର୍ଜ ସିଟ୍ ଦାଖଲ କରିବାକୁ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.