ମୁମ୍ବାଇ: ଜବାନ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିବା ଦକ୍ଷିଣ ଅଭିନେତ୍ରୀ ନୟନତାରା ଏବଂ ବିଗ୍ନେଶ ଶିବନ ତାଙ୍କ ଯାଆଁଳା ପୁଅଙ୍କ ଜନ୍ମଦିନ ପାଳନ କରିଛନ୍ତି । ସେପ୍ଟେମ୍ବର 26 ରେ ଦୁଇ ପୁଅ ଉଇର ଏବଂ ଉଲାଗଙ୍କୁ ଏକ ବର୍ଷ ବୟସ ହୋଇଛି । ଦମ୍ପତି ମାଲେସିଆର କୁଆଲାଲମ୍ପୁରରେ ତାଙ୍କ ପୁଅଙ୍କ ଜନ୍ମଦିନ ପାଳନ କରିଛନ୍ତି । ଯେଉଁଠାରେ ସେମାନେ ପେଟ୍ରୋନାସ୍ ଟାୱାର ସାମ୍ନାରେ ତାଙ୍କ ପୁଅମାନଙ୍କ ସହିତ ଫଟୋ ସେୟାର କରିଥିଲେ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଫଟୋକୁ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ଉଇର ଏବଂ ଉଲାଗଙ୍କ ଜନ୍ମଦିନ ପାଳନ କରିବା ପାଇଁ ଏବଂ ଦମ୍ପତ୍ତି ସେମାନଙ୍କର ସ୍କିନ୍ କେୟାର ବ୍ରାଣ୍ଡ୍ ଲଞ୍ଚ୍ କରିବାକୁ ମାଲେସିଆ ଯାଇଛନ୍ତି ।
ଉଲ୍ଲେଖନୀୟ ଯେ, ବିବାହର 4 ମାସ ପରେ ଅର୍ଥାତ 2022 ମସିହାରେ ସରୋଗେସି ମାଧ୍ୟମରେ ଯାଆଁଳା ପୁତ୍ର ସନ୍ତାନର ପିତାମାତା ହୋଇଥିଲେ ନୟନତାରା ଏବଂ ବିଗ୍ନେଶ ଶିବନ । ଜନ୍ମଦିନର ଏହି ଫଟୋକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିବାବେଳେ ନୟନତାରା କ୍ୟାପସନ୍ ଲେଖିଛନ୍ତି, 'ମୋର ଟ୍ୱିନ୍ ପାୱାର୍ ଜନ୍ମଦିନର ଶୁଭେଚ୍ଛା। ହସ, ଖୁସି, ଆର୍ଶୀବାଦର 1 ବର୍ଷ । ମୋର ପ୍ରିୟ ଉଇର ଏବଂ ଉଲାଗଙ୍କୁ ଜନ୍ମଦିନର ଶୁଭେଚ୍ଛା । ତୁମେ ଦୁହେଁ ଏଇ ଜୀବନରେ ତୁମ ଚାରିପାଖରେ ଥିବା ସମସ୍ତ ଲୋକଙ୍କ ପାଇଁ ଢେର୍ ଖୁସି ଆଣି ତାଙ୍କ ସହ ଛିଡା ହୁଅ । ତୁମେ ଆମ ଜୀବନକୁ ବହୁତ ଉଜ୍ଜ୍ୱଳ ଏବଂ ରଙ୍ଗୀନ କରିଦେଇଛ । ଏହା ପ୍ରତିଦିନ ଏକ ପର୍ବ । ଆମ୍ମା ଏବଂ ଆପ୍ପା ତୁମକୁ ବହୁତ ଭଲ ପାଆନ୍ତି । ତୁମର ପ୍ରଥମ ଜନ୍ମଦିନ ଏହି ଉଚ୍ଚ ଶକ୍ତିଶାଳୀ ଟାୱାର ନିକଟରେ ପାଳନ କରିବାକୁ ଚାହୁଁଥିଲୁ ଯାହା U2 ପରି ଯାଆଁଳା, ଏହାକୁ ଏତେ ସୁନ୍ଦର ଭାବରେ ପୂରା କରିଥିବାରୁ ଭଗବାନଙ୍କୁ ଧନ୍ୟବାଦ ।
ଏହା ମଧ୍ୟ ପଢନ୍ତୁ: ଆଉ ବଲିଉଡ ଫିଲ୍ମ କରିବେନି ନୟନତାରା ! କଣ୍ଟା ସାଜିଲେ ଦୀପିକା ପାଦୁକୋନ୍
2015ରେ 'ନାନୁମ୍ ରାଉଡି ଧାନ'ର ସୁଟିଂ ସମୟରେ ବିଗ୍ନେଶ ଶିବନ ଏବଂ ନୟନତାରା ପ୍ରେମରେ ପଡିଥିଲେ। ମାର୍ଚ୍ଚ 2021 ରେ ଘନିଷ୍ଠ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସେମାନେ ନିର୍ବନ୍ଧ କରିଥିଲେ । ଜୁନ୍ 2022ରେ, ସେମାନେ ମହାବାଲିପୁରମରେ ଏକ ବିଶାଳ ସମାରୋହରେ ବିବାହ କରିଥିଲେ । ଅକ୍ଟୋବର 2022ରେ ବିଗ୍ନେଶ ଘୋଷଣା କରିଥିଲେ ଯେ, ସେମାନେ ସରୋଗେସି ମାଧ୍ୟମରେ ଯାଆଁଳା ପୁତ୍ର ସନ୍ତାନଙ୍କ ମାତାପିତା ହୋଇଛନ୍ତି । ବର୍ତ୍ତମାନ ନୟନତାରା 'ଜବାନ'ର ସଫଳତାକୁ ଉପଭୋଗ କରୁଛନ୍ତି ଏବଂ ଏହାପରେ ଅନେକ ଚଳଚ୍ଚିତ୍ର ତାଙ୍କ ହାତରେ ଅଛି ।