ETV Bharat / entertainment

ସମ୍ପତ୍ତି ବିବାଦ, ନୱାଜୁଦ୍ଦିନଙ୍କ ପତ୍ନୀଙ୍କ ନାମରେ ମାଆଙ୍କ ଏତଲା

author img

By

Published : Jan 25, 2023, 6:35 AM IST

ବଲିଉଡ କଳାକାରଙ୍କ ଘରେ ସମ୍ପତ୍ତିକୁ ନେଇ ବିବାଦ । ବୋହୂ ନାମରେ ଏତଲା ଦେଲେ ଶାଶୁ । ଅଧିକ ପଢନ୍ତୁ

Nawazuddin Siddiquis mother FIR against his wife
ସମ୍ପତ୍ତି ବିବାଦ, ନୱାଜୁଦ୍ଦିନଙ୍କ ପତ୍ନୀଙ୍କ ନାମରେ ମାଆଙ୍କ ଏତଲା

ମୁମ୍ବାଇ: ବଲିଉଡ ଷ୍ଟାରଙ୍କ ଘରେ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି । ବଲିଉଡର ଦମଦାର ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଘରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିଛି । ଏନେଇ ନୱାଜୁଦ୍ଦିନଙ୍କ ପତ୍ନୀ ଆଲିଆଙ୍କ ନାମରେ ତାଙ୍କ ମାଆ ଏତଲା ଦେଇଛନ୍ତି । ଏତଲା ଆଧାରରେ ଭର୍ସୋଭା ପୋଲିସ ତାଙ୍କ ପଚରାଉଚରା କରିଥିବା ସୂଚନା ମିଳିଛି ।

ନୱାଜୁଦ୍ଦିନଙ୍କ ପତ୍ନୀ ଓ ମାଆ ମେହରୁନିଶଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଦେଖିବାକୁ ମିଳିଛି । ନୱାଜୁଦ୍ଦିନଙ୍କ ପତ୍ନୀ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି । ବିବାହ ପୂର୍ବରୁ ତାଙ୍କ ନାମ ଅଞ୍ଜନା କିଶୋର ପାଣ୍ଡେ ଥିଲା । ବିବାହ ପରେ ସେ ତାଙ୍କ ନାମ ବଦଳାଇ ଆଲିଆ ଜୈନାବ କରିଥିଲେ। ଭର୍ସୋଭା ପୋଲିସ ସୂଚନା ଅନୁସାରେ ଆଲିଆ ଓ ନୱାଜୁଦ୍ଦିନଙ୍କ ମାଆଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ସମ୍ପତ୍ତି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିବା ପୋଲିସ କହିଛି । ଏହାପରେ ଆଲିଆଙ୍କ ନାମରେ ନୱାଜୁଦ୍ଦିନଙ୍କ ମାଆ ମେହରୁନିସା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଅଭିଯୋଗ ଆଧାରରେ ଧାରା 452, 323 ଏବଂ 506ରେ ମାମଲା ରୁଜ୍ଜୁ କରିଛି ।

ଏହା ବି ପଢନ୍ତୁ...ପରମବୀର ଚକ୍ର ବିଜେତା ବିକ୍ରମଙ୍କ ନାମରେ ନାମିତ ହେଲା ଦ୍ବୀପ, ଗର୍ବିତ ରିଲ୍‌ ଶେରଶାହ

2002ରେ ଆଲିଆ ନୱାଜଙ୍କ ପରିବାର ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ନୱାଜୁଦ୍ଦିନଙ୍କ ଭାଇ ତାଙ୍କୁ ମାରପିଟ କରିଥିବା ଅଭିଯୋଗ କରିଥିଲେ । ଏହାକୁ ନେଇ ଆଲିଆ ନୱାଜଙ୍କୁ ଛାଡପତ୍ର ନୋଟିସ ପଠାଇଥିଲେ । ଶାଶୁ ତାଙ୍କ ନାମରେ ଅଭିଯୋଗ କରିବା ନେଇ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଆଲିଆ କହିଛନ୍ତି, "ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ଧ୍ୟାନ ଦେଉନାହିଁ ମାତ୍ର ତାଙ୍କ ଘରକୁ ଆସିବାର କିଛି ସମୟ ପରେ ମୋ ନାମରେ ଏତଲା ରୁଜୁ ହେଉଛି । କେବେ ମୋତେ ନ୍ୟାୟ ମିଳିବ ।"

ଏହା ବି ପଢନ୍ତୁ...Pathaan Film: ପଠାନ ଫିଲ୍ମର ଅଗ୍ରୀମ ଟିକେଟ୍‌ ବୁକିଂ ୨୦ କୋଟି ଟପିଲା

ଆଲିଆ ନୱାଜୁଦ୍ଦିନଙ୍କ ଦ୍ବିତୀୟ ପତ୍ନୀ । ବିବାହ ପୂର୍ବରୁ ତାଙ୍କ ନାମ ଅଞ୍ଜନା କିଶୋର ପାଣ୍ଡେ ଥିଲା । ତାଙ୍କର ଗୋଟିଏ ପୁଅ ୟାନି ସିଦ୍ଦିକି ଏବଂ ଝିଅ ଶୋରା ସିଦ୍ଦିକି ଅଛନ୍ତି । ନୱାଜୁଦ୍ଦିନ ସିଦ୍ଦିକି ବଲିଉଡରେ ଜଣାଶୁଣା ଅଭିନେତାରୁ ଜଣେ । ତାଙ୍କ ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ଘର କରିଛନ୍ତି । ଚଳିତ ବର୍ଷ ତାଙ୍କର 'ହଡ୍ଡି' ନାମକ ଫିଲ୍ମ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବେ ନୱାଜୁଦ୍ଦିନ । ଜଣେ ନାରି ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.