ETV Bharat / entertainment

Cannes 2023: କାନ୍ସକୁ ନେଇ ଏଭଳି କହିଲେ ନୱାଜୁଦ୍ଦିନ ସିଦ୍ଦିକି

author img

By

Published : May 26, 2023, 5:13 PM IST

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଉଥିବା ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବଡ଼ ଖୁଲାସା କରିଛନ୍ତି । ଅଭିନେତା କହିଛନ୍ତି ଯେ ଫିଲ୍ମ ଏଠାରେ ଟଙ୍କା ଦେଇ ଫିଲ୍ମ ପ୍ରଦର୍ଶିତ ହେଉଛି । ଅଧିକ ପଢନ୍ତୁ

କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ନୱାଜୁଦ୍ଦିନ ସିଦ୍ଦିକି ବଡ଼ ଖୁଲାସା

ମୁମ୍ବାଇ: ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭିରାରେ 76ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହୋଇଛି । ଚଳିତ ବର୍ଷ ଭାରତର ଅନେକ ଅଭିନେତ୍ରୀ କାନ୍ସରେ ଡେବ୍ୟୁ କରିଛନ୍ତି ଏବଂ ସନ୍ନିଙ୍କ ଆଗାମୀ ଫିଲ୍ମ କେନେଡ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଅନ୍ତଃର୍ଜାତୀୟ ଇଭେଣ୍ଟକୁ ନେଇ ବଲିଉଡ ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ଏକ ବଡ଼ ଖୁଲାସା କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକି କହିଛନ୍ତି ଯେ, ଅଡିଟୋରିୟମ୍ ଭଡ଼ାରେ ନେଇ ଚଳଚ୍ଚିତ୍ର ଆମ ନିଜ ଲୋକଙ୍କୁ ଏଠାରେ ଫିଲ୍ମ ଦେଖାନ୍ତି ଏବଂ ତା’ପରେ ସେମାନେ କୁହନ୍ତି ଯେ ଆମର ଫିଲ୍ମ କାନ୍ସରେ ପ୍ରଦର୍ଶିତ ହୋଇଛି । ତେବେ ଅଭିନେତାଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ନୱାଜୁଦ୍ଦିନ କହିଛନ୍ତି, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଉଥିବା ସମସ୍ତ ଚଳଚ୍ଚିତ୍ର ଅଫିସିଆଲି ଚୟନ ହୋଇନି । କାନ୍ସ ଫିଲ୍ମ ଅଫିସିଆଲୀ ଚୟନ ନହେଲେ ବି ଆପଣ ଆପଣଙ୍କ ଚଳଚ୍ଚିତ୍ରକୁ ଏଠାରେ ପ୍ରଦର୍ଶିତ କରିପାରିବେ। ଏଠାରେ କିଛି ଅଡିଟୋରିୟମ ଅଛି, ଯାହାକୁ ଭଡା ଦିଆଯାଇପାରିବ, ଅଡିଟୋରିୟମର ମାଲିକଙ୍କୁ ଟଙ୍କା ଦିଅ ଏବଂ ରେଡ୍ କାର୍ପେଟରେ ଯାଇ, ନିଜ ଲୋକଙ୍କୁ ଆଣି ଫଟୋଗ୍ରାଫୀ କରିବା ପରେ ଲୋକଙ୍କୁ ନିଜ ଫିଲ୍ମ ଦେଖାନ୍ତୁ । ତା’ପରେ ଫେରି ଆସ ଏବଂ କୁହ ଯେ ଆମର ଚଳଚ୍ଚିତ୍ର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଛି ।

ଅଭିନେତା ଆହୁରି ମଧ୍ୟ କହିଛନ୍ତି, 'ମୁଁ ଏପର୍ଯ୍ୟନ୍ତ ବୁଝିପାରୁ ନାହିଁ ଏହି ଅର୍ଦ୍ଧେକ ଲୋକ ଏହି ଉତ୍ସବକୁ ଯାଆନ୍ତି, ଯେତେବେଳେ ଆମେ ସେଠାରେ ଥିଲୁ ଲୋକମାନେ କହୁଥିଲେ' ତୁମେ ଏଠାକୁ କିପରି ଓ କାହିଁକି ଆସିଲ ?' ଆମେ ସେମାନଙ୍କୁ କହିଥିଲୁ ଯେ ଆମର ଚଳଚ୍ଚିତ୍ର ଆମକୁ ଆଣିଛି, ତା’ପରେ ସେମାନେ ଆମକୁ ଯାହା ପଚାରିବେ ଏବଂ ଆମର କୌଣସି ଉତ୍ତର ନାହିଁ ।’ ନୱାଜ ଏହା ମଧ୍ୟ କହିଛନ୍ତି ଯେ କାନ୍ସକୁ ଯିବା ଅର୍ଥ ନୁହେଁ ଯେ ଚଳଚ୍ଚିତ୍ର ହିଟ୍ ହେବ। ଏହା କେବଳ ପ୍ରମୋସନର ଏକ ମାଧ୍ୟମ । ଅଭିନେତା କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର ମିସ୍ ଲଭଲି କାନ୍ସ ଯିବା ପରେ ମଧ୍ୟ ଭୟ ଆୟ କରି ପାରିନଥିଲା । ନୱାଜ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ 'ମକ୍କା ଅଫ୍ ସିନେମା'(Mecca Of Cinema) ବୋଲି ମଧ୍ୟ କହିଛନ୍ତି । ତେବେ ନୱାଜଙ୍କ ଏହି ବୟାନ ଅନୁରାଗ କଶ୍ୟପଙ୍କ ଫିଲ୍ମ କେନେଡି ସହିତ ଜଡିତ ଥିବା ପରି ମନେହେଉଛି ।

ସୂଚନା ଥାଉ କି, ନୱାଜୁଦ୍ଦିନଙ୍କ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏପର୍ଯ୍ୟନ୍ତ 9ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ଅଭିନେତାଙ୍କ ଡେବ୍ୟୁ ଚଳଚ୍ଚିତ୍ର ମିସ୍ ଲଭଲି (2012) କାନ୍ସରେ ପ୍ରଦର୍ଶିତ ହୋଇଥିଲା । ସେବେଠାରୁ ଦି ଲଞ୍ଚ ବକ୍ସ, ମଣ୍ଟୋ ଏବଂ ମନସୁନ ସୁଟଆଉଟ ଭଳି ଚଳଚ୍ଚିତ୍ର କାନ୍ସରେ ପ୍ରଦର୍ଶିତ ହୋଇଛି । ତେବେ ନୱାଜୁଦ୍ଦିନ କହିଛନ୍ତି ଯେ, ତାଙ୍କର ସମସ୍ତ ଚଳଚ୍ଚିତ୍ର ଅଫିସିଆଲ୍‌ ଭାବେ ମନୋନୀତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.