ହାଇଦ୍ରାବାଦ: ନୱାଜୁଦ୍ଦିନ ସିଦ୍ଦିକି ହିନ୍ଦୀ ସିନେମାର ଜଣେ ଭେଟେରାନ୍ ଅଭିନେତା । ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ମାତ୍ର ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି। ସେ ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଏବଂ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଅଭିନେତା ଗ୍ରହଣ କରିଥିବା ପୁରସ୍କାର ତାଲିକା ବହୁତ ଲମ୍ବା, ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡିହୋଇଛି ଏବଂ ତାହା ହେଉଛି ଅନ୍ତର୍ଜାତୀୟ ପୁରସ୍କାର । ଯାହାକି ଅଭିନେତାଙ୍କୁ ଫ୍ରେଞ୍ଚ ରିଭେରା ଫିଲ୍ମ ଫେଷ୍ଟିଭାଲରେ ମିଳିଛି । ତାଙ୍କୁ ଏହି ପୁରସ୍କାର ଏମି ଆଓ୍ବାର୍ଡ ବିଜେତା ଆମେରିକୀୟ ଅଭିନେତା ଭିନ୍ସେଣ୍ଟ ଡି ପାଲଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।
- " class="align-text-top noRightClick twitterSection" data="
">
ନୱାଜୁଦ୍ଦିନ ସିଦ୍ଦିକିଙ୍କୁ ଏହି ପୁରସ୍କାର ମିଳିବା ଭାରତ ପାଇଁ ଗର୍ବର ବିଷୟ । ତେବେ ଏହା ପ୍ରଥମ ଥର ନୁହେଁ ଯେ ଅଭିନେତାଙ୍କୁ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାପୂର୍ବରୁ ମଧ୍ୟ ସେ ଅନେକ ଥର ଏହି ସମ୍ମାନ ପାଇଛନ୍ତି । 'ଫ୍ରେଞ୍ଚ ରିଭେରା ଚଳଚ୍ଚିତ୍ର ମହୋତ୍ସବ'ରେ ଯୋଗଦେବାବେଳେ ନୱାଜୁଦ୍ଦିନ ବିଶ୍ବର ଅନେକ ନାମୀଦାମୀ ଅଭିନେତାଙ୍କୁ ଭେଟିଥିଲେ । ଏକ ଫଟୋରେ ନୱାଜୁଦ୍ଦିନ ପ୍ରଖ୍ୟାତ ତୁର୍କୀ ଅଭିନେତା କାନସେଲ ଏଲସିନଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା ।
ନୱାଜୁଦ୍ଦିନ ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜର ଜଲଓ୍ବା ଦେଖାଇସାରିଛନ୍ତି । ସେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ପାଇବାକୁ ମଧ୍ୟ ମନୋନୀତ ହୋଇଛନ୍ତି । ନୱାଜୁଦ୍ଦିନ ସ୍କ୍ରିନ ଇଣ୍ଟରନ୍ୟାସନାଲ ସମ୍ପାଦକ ନିଗେଲ ଡାଲୀ ଏବଂ ପୁରସ୍କାର ପ୍ରାପ୍ତ ପୋଲାଣ୍ଡ ନିର୍ଦ୍ଦେଶକ ଜାରୋସ୍ଲାଭ ମାର୍ସଦେବସ୍କିଙ୍କ ସହ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ