ETV Bharat / entertainment

ନାଟକ ନବକଳେବର ଦେଖି ଆତ୍ମବିଭୋର ହେଲେ ଦର୍ଶକ

ନାଟକ ନବକଳେବର ପ୍ରଦର୍ଶିତ । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସାଇଶ୍ରଦ୍ଧା ପ୍ରଡକ୍ସନ ଟ୍ରଷ୍ଟ ପକ୍ଷରୁ ନାଟକ ନବକଳେବର ପ୍ରଦର୍ଶିତ ହୋଇଯାଇଛି । ତୃତୀୟ ସନ୍ଧ୍ୟାରେ ଅନଷ୍ଠିତ ଏହି ନାଟକରେ ବିଭୋର ହୋଇଯାଇଛନ୍ତି ଦର୍ଶକ । ଅଧିକ ପଢନ୍ତୁ

ନାଟକ ନବକଳେବର ଦେଖି ଆତ୍ମବିଭୋର ଦେଲେ ଦର୍ଶକ
ନାଟକ ନବକଳେବର ଦେଖି ଆତ୍ମବିଭୋର ଦେଲେ ଦର୍ଶକ
author img

By

Published : Nov 7, 2022, 6:00 PM IST

ଭୁବନେଶ୍ବର: ନାଟକ ନବକଳେବର ପ୍ରଦର୍ଶିତ । ରବୀନ୍ଦ୍ର ମଣ୍ଡପରେ ତୃତୀୟ ସନ୍ଧ୍ୟାରେ ଅନଷ୍ଠିତ ନାଟକ ନବକଳେବରରେ ବିଭୋର ହେଲେ ଦର୍ଶକ । ମହାପ୍ରଭୂ ଜଗନ୍ନାଥଙ୍କ ଉପରେ ଆଧାରିତ ନବକଳେବରର ଅଲୌକିକ ଘଟଣାକୁ ନେଇ ଏହି ନାଟକ ପରିବେଷଣ କରାଯାଇଥିଲା ଯାହା ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ସ୍ୱାଭିମାନ । ପ୍ରତ୍ୟେକ ଓଡିଶା ବାସୀଙ୍କ ମନରେ ଜଗନ୍ନାଥଙ୍କ ପାଇଁ ରହିଛି ଅହେତୁକ ବିଶ୍ୱାସ, ଭକ୍ତି ଓ ଦୁର୍ବଳତା । ତେଣୁ ଇତିହାସ କୁହେ ଓଡ଼ିଆଙ୍କୁ ହରାଇବା ପାଇଁ କୋଟି ଓଡ଼ିଆଙ୍କ ପ୍ରାଣର ଠାକୁରଙ୍କୁ ଅନେକ ଥର ଆକ୍ରମଣ କରାଯାଇଛି । ଆଉ ସେହି ଇତିହାସର ଏକ ଛାତିଥର ଗାଥା ହେଉଛି ନାଟକ ନବକଳେବର । ତେବେ ଜଗନ୍ନାଥ ମନ୍ଦିର ମୋଗଲମାନଙ୍କ ଦ୍ୱାରା ୧୫ ଥର ଆକ୍ରମଣର ଶିକାର ହୋଇଛି । ଆଉ ଏହି ସମୟରେ କଳାପାହାଡ଼ ଜଗନ୍ନାଥଙ୍କୁ ରତ୍ନ ସିଂହାସନରୁ ଚୋରି କରି ପୋଡ଼ି ଦେଇଥିଲ । ସେହି ଅର୍ଦ୍ଧଦଗ୍ଧ ପିଣ୍ଡକୁ ନେଇ ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ହୋଇଥିବା ପ୍ରଥମ ନବକଳେବର ନୀତିକୁ ନେଇ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ସାଇଶ୍ରଦ୍ଧା ପ୍ରଡକ୍ସନ ଟ୍ରଷ୍ଟ ପକ୍ଷରୁ ନାଟକ ନବ କଳେବର ପ୍ରଦର୍ଶିତ ହୋଇଯାଇଛି ।

ନାଟକ ନବକଳେବର ଦେଖି ଆତ୍ମବିଭୋର ଦେଲେ ଦର୍ଶକ

କେଉଁ ପରିସ୍ଥିତିରେ ରାଜା ଗଜପତି ଓ ସେବାୟତ ମାନେ ତ୍ରିମୂର୍ତ୍ତିଙ୍କୁ ସ୍ଥାନାନ୍ତର କରି ଓଡ଼ିଆ ଜାତିର ସମ୍ମାନ ରକ୍ଷା କରିଥିଲେ ତାହାକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ଆଉ ହିନ୍ଦୁରୁ ମୁସଲମାନ କିଭଳି ହେଲା କଳାପାହାଡ଼ ? ଆଉ କାହିଁକି ଭାଙ୍ଗୁଥିଲା ହିନ୍ଦୁ ମନ୍ଦିର । ଶ୍ରୀମନ୍ଦିର ଉପରେ କଳାପାହାଡ଼ କାହିଁକି କଲା ଆକ୍ରମଣ । ଗଙ୍ଗା ନଦୀ କୂଳେ ଦାରୁବ୍ରହ୍ମଙ୍କ ପୋଡ଼ିବା ପରେ କ'ଣ ହେଲା କଳାପାହାଡ଼ର ? ଅଧା ଦରପୋଡ଼ା ଦାରୁ ବ୍ରହ୍ମଙ୍କଠୁ କିଭଳି ବ୍ରହ୍ମ ଉଦ୍ଧାର କରାଯାଇ ନବକଳେବର କରାଯାଇଥିଲା । ଏହାର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶୀତ ନାଟକ "ନବକଳେବର" ରେ । ଏହି ଲୋମ ଟାଙ୍କୁରା କାହାଣୀ ଦେଖି ଅଭିଭୂତ ହୋଇଛନ୍ତି ଛୋଟ ଠୁ ବଡ । ତେଣୁ ଜଗନ୍ନାଥଙ୍କର ଏହି ଔଲକିକ କାହାଣୀକୁ ଟିକେ ପାଖରୁ ଜାଣିବାକୁ ଦର୍ଶକମାନେ ଯେ କେତେ ବ୍ୟାକୁଳ ତାହା ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପରେ । ନାଟକର ପ୍ରତିଟି ଛବିରେ ଥରି ଉଠୁଥିଲା ଉପସ୍ଥିତ ଦର୍ଶକଙ୍କର ହୃଦୟ ଆଉ ଭାବର ଠାକୁର ଭାବରେ ବିଭୋର ହୋଇ କରତାଳିର କୋଳାହଳ ଭିଏଟରେ ବେଶ ଉତ୍ସାହର ସହ ନାଟକ ଉପଭୋଗ କରିଥିଲେ ।

ଅନ୍ୟପଟେ ଜଗନ୍ନାଥଙ୍କ ସେହି ଅପୂର୍ବ ଲୀଳାକୁ କଳାକାରମାନେ ନିଖୁଣ ଭାବରେ ଅଭିନୟ ମାଧ୍ୟମରେ ଉପସ୍ଥାପିତ କରିଥିଲେ । ବିନି ସାମଲଙ୍କ ପ୍ରଯୋଜିତ "ନବକଳେବର" ନାଟକ ର କାହାଣୀ ଲେଖିଛନ୍ତି ଶଙ୍କର ତ୍ରିପାଠୀ ଓ ନିର୍ଦ୍ଦେଶନା ଦେଇଛନ୍ତି ଧୀର ମଲ୍ଲିକ । ଏହାକୁ ସଙ୍ଗୀତରେ ସଜାଇଛନ୍ତି ମଳୟ ମିଶ୍ର । ପ୍ରାୟ ପଚାଶ ଜଣ କଳାକାରଙ୍କୁ ନେଇ ଅତି ଚମତ୍କାର ଭାବେ ଏହି ନାଟକ ପରିବେଷଣ କରାଯାଇଛି । କେବଳ ଓଡ଼ିଶା ନୁହେଁ ଦେଶ ବିଦେଶରେ ମହାପ୍ରଭୁଙ୍କ ଅଲୌକିକ ଲୀଳାକୁ ପରିବେଷଣ କରିବା ପାଇଁ ସଂସ୍କୃତି ବିଶାରଦ ବା ଗବେଷକ ଗୁରୁ ଡ.ଚନ୍ଦ୍ରଭାନୁ ଶତପଥୀ ଦ୍ଵାରା ଆଜି ୧୪ଟି ଭାଷାରେ ସିନେମାର ଶୁଭ ଉନ୍ମୋଚନ କରାଯାଇଛି । ୧୪ ଟି ଭାଷାରେ ନିର୍ମିତ ହେବାକୁ ଯାଉଥିବା ସିନେମାରେ ଶ୍ରୀଜଗନ୍ନାଥଙ୍କ ନବକଳେବର, ନିଶ୍ଚିନ୍ତ ଦେଶ ବିଦେଶରେ ମହାପ୍ରଭୁଙ୍କ ଅଲୌକିକ ଘଟଣା ର ପ୍ରଚାରିତ ହୋଇପାରିବ ଓ ଲୋକମାନେ ଜଗନ୍ନାଥ ସଂସ୍କୃତିର ଅକୁହା କଥା ଜାଣିପାରିବେ ବୋଲି କହିଛନ୍ତି ଗୁରୁ ଡ. ଚନ୍ଦ୍ରଭାନୁ ଶତପଥୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.