ହାଇଦ୍ରାବାଦ: ସୁସ୍ଥ ହେଉଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସଫଳ ହୋଇଛି ସଫଳ ହିପ୍ ରିପ୍ଲେସେମେଣ୍ଟ ସର୍ଜରୀ । ଗତକାଲି କେସିଆରଙ୍କୁ ହସ୍ପିଟାଲରେ ଭେଟିଛନ୍ତି ସାଉଥ ସୁପରଷ୍ଟାର ନାଗାର୍ଜୁନ । କେସିଆରଙ୍କୁ ଭେଟିବା ସହ ସ୍ବାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଛନ୍ତି ନାଗାର୍ଜୁନ। ତେବେ ନାଗାର୍ଜୁନଙ୍କ ପୂର୍ବରୁ ସାଉଥ୍ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ କେସିଆରଙ୍କୁ ଭେଟିଥିଲେ। ଗତ 7 ତାରିଖଠାରୁ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ସେ । ଖୁବଶୀଘ୍ର ଡିସ୍ଚାର୍ଜ୍ ମଧ୍ୟ ହୋଇପାରିନ୍ତି ବୋଲି କୁହାଯାଉଛି ।
-
#WATCH | Hyderabad: Actor Nagarjuna met former Telangana CM K Chandrasekhara Rao at Yashoda Hospital
— ANI (@ANI) December 13, 2023 " class="align-text-top noRightClick twitterSection" data="
KCR was hospitalized on December 7 after he fell in his farmhouse in Erravalli. He also underwent a total left hip replacement surgery.
(Source: BRS) pic.twitter.com/GjgpEndxfg
">#WATCH | Hyderabad: Actor Nagarjuna met former Telangana CM K Chandrasekhara Rao at Yashoda Hospital
— ANI (@ANI) December 13, 2023
KCR was hospitalized on December 7 after he fell in his farmhouse in Erravalli. He also underwent a total left hip replacement surgery.
(Source: BRS) pic.twitter.com/GjgpEndxfg#WATCH | Hyderabad: Actor Nagarjuna met former Telangana CM K Chandrasekhara Rao at Yashoda Hospital
— ANI (@ANI) December 13, 2023
KCR was hospitalized on December 7 after he fell in his farmhouse in Erravalli. He also underwent a total left hip replacement surgery.
(Source: BRS) pic.twitter.com/GjgpEndxfg
ଏହା ମଧ୍ୟ ପଢନ୍ତୁ-ବାଥରୁମରେ ପଡ଼ିଗଲେ କେସିଆର: ଆଜି ହିପ୍ ରିପ୍ଲେସମେଣ୍ଟ୍
ଗତକାଲି(ବୁଧବାର) ନାଗାର୍ଜୁନ ହିପ୍ ରିପ୍ଲେସେମେଣ୍ଟ ସର୍ଜରୀରୁ ସୁସ୍ଥ ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିବାକୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦ୍ବାରା ସେୟାର ହୋଇଥିବା ଏକ ଭିଡିଓରେ ନାଗାର୍ଜୁନ କେସିଆରଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଛି । ନିକଟରେ ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ କେସିଆରଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ପାଇଁ ଡାକ୍ତରଖାନା ଯାଇଥିଲେ । ଏହାପରେ ଚିରଞ୍ଜୀବୀ ଗଣମାଧ୍ୟମକୁ କେସିଆରଙଅକ ସ୍ବାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ,"କେଲିଆର ବହୁତ ଯଲଦି ସୁସ୍ଥ ହେଉଛନ୍ତି ।"
ଏହା ମଧ୍ୟ ପଢନ୍ତୁ- କେସିଆର୍ଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି
ଏହା ମଧ୍ୟ ପଢନ୍ତୁ- ହିପ୍ ରିପ୍ଲେସମେଣ୍ଟ ପରେ କେସିଆରଙ୍କ ପ୍ରଥମ ଭିଡିଓ, ଦେଖନ୍ତୁ କେମିତି ଅଛି ସ୍ବାସ୍ଥ୍ୟାବସ୍ଥା
ଡିସେମ୍ବର 7 ତାରିଖ(ଗୁରୁବାର) ବିଳମ୍ବିତ ରାତିରେ ନିଜ ଫାର୍ମହାଉସରେ ଗୋଡ ଖସିଯିବାରୁ ତଳେ ପଡି ଆହତ ହୋଇଥିଲେ କେସିଆର । ଏହାପରେ ତାଙ୍କୁ ହାଇଦ୍ରାବାଦର ସୋମାଜିଗୁଡା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ହିପ୍ ରିପ୍ଲେସମେଣ୍ଟ କରାଯାଇଥିଲା । ହସ୍ପିଟାଲରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ସର୍ଜରୀ ପରେ ଅପରେସନ୍ ଥିଏଟରରୁ ତାଙ୍କୁ ଜେନେରାଲ ରୁମ୍କୁ ଅଣାଯାଇଥିଲା । ସେପଟେ କେସିଆରଙ୍କ ଅସୁସ୍ଥ ଖବର ଶୁଣିବା ପରେ ସୋସିଆଲ ମିଡିଆରେ ତାଙ୍କ ଶୁଭେଚ୍ଛୁମାନେ ସୁସ୍ଥ ହେବା ନେଇ କାମନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଖୁବଶୀଘ୍ର ସୁଧାର ନେଇ କାମନା କରିଥିଲେ ।