ETV Bharat / entertainment

ଇଟାଲିରେ ହାତକୁ ଦି'ହାତ ହେଲେ ବରୁଣ ତେଜ-ଲାବଣ୍ୟା ତ୍ରିପାଠୀ

author img

By ETV Bharat Odisha Team

Published : Nov 2, 2023, 2:50 PM IST

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ ତେଜ ଓ ଲାବଣ୍ୟା ତ୍ରିପାଠୀ । ସୋସିଆଲ ମିଡିଆରେ ବିବାହର ଫଟୋ ସେୟାର କରିଛନ୍ତି ଅଭିନେତା । ଅଧିକ ପଢନ୍ତୁ

ହାତକୁ ଦି'ହାତ ହେଲେ ବରୁଣ ତେଜ-ଲାବଣ୍ୟା ତ୍ରିପାଠୀ, ବିବାହର ଫଟୋ ସେୟାର କଲେ ଅଭିନେତା

ହାଇଦ୍ରାବାଦ: ସାଉଥ ଅଭିନେତା ବରୁଣ ତେଜ ନିଜ ଗାର୍ଲଫ୍ରେଣ୍ଡ ଲାବଣ୍ୟା ତ୍ରିପାଠୀଙ୍କ ସହ ବିବାହ କରିଛନ୍ତି । ଏହି ଯୋଡି ନଭେମ୍ବର ୧ରେ ଇଟାଲିରେ ଖୁବ ଧୁମଧାମରେ ବିବାହ କରିଛନ୍ତି । ବର୍ତ୍ତମାନ ଉଭୟ ବିବାହର ଅନେକ ଫଟୋ ସାମ୍ନାକୁ ଆସିଥିବା ବେଳେ ଅଭିନେତା ମଧ୍ୟ ନିଜ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଦୀର୍ଘ ଦିନ ପରସ୍ପରକୁ ଡେଟ କରିବା ପରେ ବରୁଣ ତେଜ ଏବଂ ଲାବଣ୍ୟା ତ୍ରିପାଠୀ ଶେଷରେ ପରିବାର ଏବଂ ସାଙ୍ଗସାଥୀଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବରୁଣ ନିଜ ବିବାହର ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, 'ମୋ ଲଭ୍' । ଏହି ସମୟରେ ବରୁଣ କ୍ରିମ ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ଲାବଣ୍ୟା ଲାଲ ରଙ୍ଗର ଲେହେଙ୍ଗାରେ ଖୁବ ସୁନ୍ଦର ଲାଗୁଛନ୍ତି । ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ସମେତ ଅନେକ ସେଲିବ୍ରିଟି ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଲେଖିଛନ୍ତି, 'ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ'। ଏଥି ସହିତ ଟେନିସ୍ ତାରକା ପିଭି ସିନ୍ଧୁ, ଚଳଚ୍ଚିତ୍ର ଚେନ୍ନାଇ ଏକ୍ସପ୍ରେସ ଫେମ ଥାଙ୍ଗବାଲି ଅଭିନେତା ନିକେତନ ଧୀର ମଧ୍ୟ ଏହି ଦମ୍ପତିଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହ ଫ୍ୟାନ୍ସମାନେ ଲାଲ ହାର୍ଟ ଇମୋଜି ଦେବା ସହ ବିବାହ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସରିଲା ବରୁଣ ତେଜ୍‌-ଲାବନ୍ୟାଙ୍କ ନିର୍ବନ୍ଧ, ନଜର ଆସିଲେ ଏହି ମେଗାଷ୍ଟାର

ବରୁଣ ତେଜ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପରିବାରର ସଦସ୍ୟ ଅଟନ୍ତି । ବରୁଣଙ୍କ ପିତା ନାଗା ବାବୁ ନିଜେ ଜଣେ ସାଉଥ ତାରକା ଏବଂ ସାଉଥ ସୁପରଷ୍ଟାର ପୱନ କଲ୍ୟାଣ ତାଙ୍କ ମାମୁଁ । ଏଠାରେ ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନ ତାଙ୍କ ପରିବାର ସହ ବିବାହ ପାଇଁ ଇଟାଲିରେ ପହଞ୍ଚିଥିଲେ । ତାଙ୍କ ଝିଅ କାଲିନ ଏବଂ ପତ୍ନୀ ଉପାସନାଙ୍କ ସହ ରାମ ଚରଣ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ବରୁଣ ତେଜ, ଅଲ୍ଲୁ ଅର୍ଜୁନ ଏବଂ ରାମ ଚରଣ ସମ୍ପର୍କୀୟ ଭାଇ ଅଟନ୍ତି । କେବଳ ପରିବାର ଇଟାଲିରେ ଆୟୋଜିତ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ସୂଚନା ଥାଉ କି, ହାଇଦ୍ରାବାଦକୁ ଫେରିବା ପରେ ବରୁଣ ତେଜ ଏବଂ ଲାବଣ୍ୟା ସେମାନଙ୍କ ବନ୍ଧୁ ତଥା ଇଣ୍ଡଷ୍ଟ୍ରିର ଲୋକମାନଙ୍କ ପାଇଁ ୫ ନଭେମ୍ବରରେ ରିସେପ୍ସନ୍ ଆୟୋଜନ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.