ETV Bharat / entertainment

୫୭ ବର୍ଷରେ ପାଦ ଥାପିଲେ ଏଆର ରେହମାନ, ଜନ୍ମଦିନରେ ଛୁଟିଲା ଶୁଭେଚ୍ଛା

author img

By ETV Bharat Odisha Team

Published : Jan 6, 2024, 9:02 PM IST

AR Rahman Birthday: ଆଜି ବରିଷ୍ଠ ସଙ୍ଗୀତକାର ତଥା ଗୀତିକାର ଏ ଆର ରେହମାନଙ୍କ ଜନ୍ମଦିନ । ବହୁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଫ୍ୟାନ୍ସ ଜଣାଇଛନ୍ତି ଶୁଭେଚ୍ଛା । ଅଧିକ ପଢନ୍ତୁ

AR Rahman Birthday
ଏ ଆର ରେହମାନଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ବରିଷ୍ଠ ସଙ୍ଗୀତକାର ତଥା ଗୀତିକାର ଏ ଆର ରେହମାନଙ୍କ ଜନ୍ମଦିନ । ୫୭ ବର୍ଷରେ ପାଦ ଥାପିଛନ୍ତି ରେହମାନ । ଏହି ସ୍ପେଶାଲ ଦିନରେ ତାଙ୍କୁ ଛୁଟିଛି ପ୍ରଶଂସାର ସୁଅ। ବଲିଉଡର ବହୁ ସେଲିବ୍ରିଟି ଏ ଆର ରେହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାଉଥ ମେଗାଷ୍ଟାର କମଲ ହାସନ ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହ ଫଟୋ ସେୟାର କରିଛନ୍ତି ।

ସେହିପରି ଫିଲ୍ମ ନିର୍ମାତା, ଅଭିନେତା ତଥା ରାଜନେତା ଭାବେ ପରିଚିତ ଉଦୟନିଧି ଷ୍ଟାଲିନ ମଧ୍ୟ ବରିଷ୍ଠ ସଙ୍ଗୀତକାର ଏ ଆର ରେହମାନଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ଷ୍ଟାଲିନ ତାମିଲ ଭାଷାରେ ଟ୍ବିଟ୍ କରି ଲେଖିଛନ୍ତି, ଆପଣଙ୍କ ଜୀବନର ଚଲାପଥ ଲୟ, ତାଳ ଏବଂ ଧୁନରେ ଏମିତି ଚାଲୁଥାଉ । ଆପଣ ସେମିତି ନିଜର ସଙ୍ଗୀତରେ ଲୋକଙ୍କ ହୃଦୟ ଜିତନ୍ତୁ । ଆପଣଙ୍କୁ ଜନ୍ମଦିନର ଢେର ସାରା ଶୁଭକାମନା ।

ଏହାସହ ବରିଷ୍ଠ ସଙ୍ଗୀତକାର ତଥା ଗୀତିକାର ଏ ଆର ରେହମାନଙ୍କୁ ଅନେକ ଫ୍ୟାନ୍ସ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା । ତେବେ ରେହମାନଙ୍କ ଆଗାମୀ ଫିଲ୍ମ 'ଦ ଗୋଟ୍ ଲାଇଫ୍'ର ଟିମ୍ ମଧ୍ୟ ରେହମାନଙ୍କ ଜନ୍ମଦିନ ଅବସରରେ ସୁଟିଂ ସେଟର ଏକ ଝଲକ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରଟି ଏପ୍ରିଲରେ ୧୦ ତାରିଖରେ ରିଲିଜ ହେବାକୁ ଯାଉଛି । ହିନ୍ଦୀ, ମଲାୟାଲାମ, ତାମିଲ, ତେଲୁଗୁ ଏବଂ କନ୍ନଡ ସମେତ ଅନ୍ୟାନ୍ୟ ଭାଷାରେ ଏହା ପ୍ରେକ୍ଷାଳୟରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ...ଅଟୋରିକ୍ସାରେ ପହଞ୍ଚିଲେ ଏ ଆର ରେହମାନ, ନାଗର ଦରଘା ମହୋତ୍ସବରେ ଦେଲେ ଯୋଗ

ତେବେ ଆଜିର ଦିନରେ ଖୁବ ଜଣାଶୁଣା ସଙ୍ଗୀତଜ୍ଞ ଏ ଆର ରେହମାନଙ୍କ ଜୀବନ ବେଶ ସଂଘର୍ଷମୟ ଥିଲା । ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିବା ରେହମାନ ପରବର୍ତ୍ତୀ ସମୟରେ ଇସଲାମ ଧର୍ମ ଗ୍ରହଣ କରି ନିଜ ନାଁ ଏ ଆର ରେହମାନକୁ ପରିବର୍ତ୍ତନ କରିଥିଲେ । ବହୁ ସଂଘର୍ଷ ପରେ ଧୀରେ ଧୀରେ ସଫଳତାର ପାହଚ ଚଢି ଆଜି ଶୀର୍ଷରେ ପହଞ୍ଚିଛନ୍ତି । ସେ 'ସ୍ଲମ ଡଗ୍ ମିଲିୟନାର' ପାଇଁ ଗୋଟିଏ ବର୍ଷରେ ୨ଟି ଓସ୍କାରର ବିଜେତା ହୋଇଥିଲେ। ଏହାସହ ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ମଧ୍ୟ ପାଇଛନ୍ତି ଏ ଆର ରେହମାନ । ଆଜି ତାଙ୍କର ଜନ୍ମଦିନରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ।

ଏହା ମଧ୍ୟ ପଢନ୍ତୁ...ସୁଟିଂ ସେଟ୍‌ର ନିରାପତ୍ତା ନିତାନ୍ତ ଜରୁରୀ, ଜାଣନ୍ତୁ କଣ କହିଲେ ଏ ଆର ରେହମାନ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.