ETV Bharat / entertainment

ନୀରବି ଗଲେ ଲୋକପ୍ରିୟ କବି ମୁନଓ୍ବର ରାଣା, କିଡନୀ ରୋଗରେ ଥିଲେ ପୀଡିତ

Munawwar Rana passes away: ଲୋକପ୍ରିୟ କବି ମୁନଓ୍ବର ରାଣାଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି । ଅନେକ ସମୟ ମାସ ଧରି ସେ କିଡନୀ ରୋଗରେ ପୀଡିତ ଥିଲେ । ଅଧିକ ପଢନ୍ତୁ

Munawwar Rana passes away
Munawwar Rana passes away
author img

By ETV Bharat Odisha Team

Published : Jan 15, 2024, 10:04 AM IST

ଲକ୍ଷ୍ନୌ: ଚଳଚ୍ଚିତ୍ର ଜଗତରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ କବି ମୁନଓ୍ବର ରାଣାଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଛି । ସେ କିଡନୀ ଜନିତ ରୋଗରେ ପୀଡିତ ଥିବା ବେଳେ ଗତ କିଛି ଦିନ ହେବ ଚିକିତ୍ସାଧୀନ ଥିଲେ । ଗତକାଲି (ରବିବାର) ବିଳମ୍ବିତ ରାତିରେ ସେ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଝିଅ ସୁମୈୟା ରାଣା ତାଙ୍କର ଦେହାନ୍ତ ହୋଇଥିବା ଖବର ପ୍ରକାଶ କରିଛନ୍ତି ।

ସୁମାୟା ରାଣାଙ୍କ ସୂଚନା ମୁତାବକ, ମୁନଓ୍ବର ରାଣାଙ୍କ ସପ୍ତାହକୁ ୩ଥର ଡାଏଲିସିସ୍ ହେଉଥିଲା । ସେ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ । ଏନେଇ ଗତ କିଛି ଦିନ ପୂର୍ବେ ଡାଏଲିସିସ୍ ପାଇଁ ଯାଇଥିଲେ, ଯାହା ପରେ ତାଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କର ଚେକଅପ୍ କରାଯିବାରୁ ନିମୋନିଆ ହୋଇଥିବା ଜଣାପଡିଥିଲା । ଏହି କାରଣରୁ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ମୁନଓ୍ବର ରାଣା ୧୯୫୨ ମସିହାରେ ଉତ୍ତର ପ୍ରଦେଶର ରାୟବରେଲୀ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ସେ ଜୀବନର ଅଧିକାଂଶ ସମୟ କୋଲକାତାରେ ବିତାଇଥିଲେ । ଏହା ପରେ ସେ ଲକ୍ଷ୍ନୌକୁ ଆସି ହୁସେନଗଞ୍ଜ ଲାଲକୁଆଁ ନିକଟ ଏକ ଫ୍ଲାଟରେ ରହିଥିଲେ । ଅଣ-ଉର୍ଦ୍ଦୁ କବିତା ସମ୍ମିଳନୀରେ ତାଙ୍କର ଲୋକପ୍ରିୟତା ଅତୁଳନୀୟ ଥିଲା ।

ଏହା ମଧ୍ୟ ପଢନ୍ତୁ - ୫୦ ବର୍ଷ ବୟସରେ ଆଖି ବୁଜିଲେ ହଲିଉଡ ଅଭିନେତା ଆଲେକ ମୁସର

ଏହା ମଧ୍ୟ ପଢନ୍ତୁ - 'ପାରାସାଇଟ' ଅଭିନେତା ଲି ସୁନ-କ୍ୟୁନଙ୍କ ଦେହାନ୍ତ, କାରରୁ ମିଳିଲା ମୃତଦେହ

ମୁନଓ୍ବର ରାଣା ଜଣେ ଜଣାଶୁଣା କବି ଥିଲେ । ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ମାଟି ରତନ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା । କିଛି ସମୟ ଧରି ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ । ହିନ୍ଦୀ, ଅବଧୀ ଏବଂ ଉର୍ଦ୍ଦୁ ସାୟର ତଥା କବି ମୁନୱର୍ ରାଣାଙ୍କ ଅନେକ ରଚନା ପ୍ରକାଶିତ ହୋଇଛି । ସେ ଅନେକ ଗଜଲ ଲେଖିଥିଲେ, ତାଙ୍କର ଏକ ଭିନ୍ନ ଲେଖା ଶୈଳୀ ଥିଲା । ମୁନଓ୍ବର ରାଣା ତାଙ୍କର ଅଧିକାଂଶ ସାୟରୀରେ ତାଙ୍କ ମାଆଙ୍କୁ ଉଦବୋଧନ କରିଛନ୍ତି । ତାଙ୍କର ଅନେକ ଉର୍ଦ୍ଦୁ ଗଜଲକୁ ଇଂରାଜୀରେ ତପନ କୁମାର ପ୍ରଧାନ ଅନୁବାଦ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.