ETV Bharat / entertainment

ହତ୍ୟା ଧମକ: ସଲମାନଙ୍କ ପରେ ମଲାଇକାଙ୍କ ଘରେ ପହଞ୍ଚିଲା ମୁମ୍ବାଇ ପୋଲିସ - ମଲାଇକା ଆରୋରା

ଗୋଟିଏ ପଟେ ସଲମାନ ଖାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ଅନ୍ୟ ପଟେ ପୋଲିସ ମଲାଇକା ଆରୋରାଙ୍କ ଘରେ ପହଞ୍ଚିଛି, ଜାଣନ୍ତୁ କଣ ରହିଛି ମାମଲା । ଅଧିକ ପଢନ୍ତୁ

ସଲମାନଙ୍କ ପରେ ମଲାଇକାଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ ପୂରା ମାମଲା

author img

By

Published : Jun 7, 2022, 1:56 PM IST

ମୁମ୍ବାଇ: ମଲାଇକା ଆରୋରାଙ୍କ ଘରେ ପୋଲିସ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମଲାଇକା ଆରୋରା ସୋଫାରେ ବସିଛନ୍ତି ଏବଂ ପୋଲିସ ତାଙ୍କ ଚାରିପାଖରେ ଛିଡା ହୋଇଛନ୍ତି । ଏବେ ପ୍ରଶ୍ନ ଉଠିଛି ଯେ, ପୋଲିସ କାହିଁକି ମଲାଇକା ଆରୋରାଙ୍କ ଘରେ ପହଞ୍ଚିଛି । ନିଜର ଫିଗର ଏବଂ ଓ୍ବାର୍କଆଉଟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଥିବା ଥିବା ମଲାଇକା କୌଣସି ଅସୁବିଧାରେ ନାହାନ୍ତି ତ ?

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ମଲାଇକା ଆରୋରାଙ୍କ ଘରେ କିଛି ପୋଲିସ କର୍ମଚାରୀ ଅଛନ୍ତି । ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ମଲାଇକା ସୋଫାରେ ବସିଛନ୍ତି ଏବଂ କିଛି ପୋଲିସ ତାଙ୍କ ସାମ୍ନାରେ ଛିଡା ହୋଇଛନ୍ତି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୌଣସି ଯାଞ୍ଚ ଏବଂ ପଚରାଉଚରା ପାଇଁ ନୁହେଁ, ବରଂ ତାଙ୍କୁ ନିମନ୍ତ୍ରଣ କରିବା ପାଇଁ ପୋଲିସ ମଲାଇକା ଆରୋରାଙ୍କ ଘରେ ପହଞ୍ଚିଥିଲା । କୁହାଯାଉଛି ଯେ ମୁମ୍ବାଇ ପୋଲିସ ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛି । ଏହି ଇଭେଣ୍ଟ ପାଇଁ ମଲାଇକାଙ୍କୁ ନିମନ୍ତ୍ରଣ ଦେବାକୁ ପୋଲିସ ତାଙ୍କ ଘରକୁ ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.