ETV Bharat / entertainment

Adipurush: ଆଦିପୁରୁଷ ଡାଏଲଗ ରାଇଟର ମନୋଜ ମୁନ୍ତାସିରଙ୍କୁ ମିଳିଲା ସିକ୍ୟୁରିଟି

author img

By

Published : Jun 19, 2023, 5:30 PM IST

ଆଦିପୁରୁଷ ଫିଲ୍ମ ସଂଳାପକୁ ନେଇ ଡାଏଲଗ ରାଇଟର ମନୋଜ ମୁନ୍ତାସିରଙ୍କୁ ସମାଲୋଚନା କରାଯାଇଛି। ଏହାରି ମଧ୍ୟରେ ଏବେ ଜୀବନ ବିପଦରେ ଥିବା ନେଇ ମନୋଜ ମୁମ୍ବାଇ ପୋଲିସକୁ ସୁରକ୍ଷା ମାଗିଥିଲେ । ବର୍ତ୍ତମାନ ମୁମ୍ବାଇ ପୋଲିସ ମନୋଜଙ୍କୁ ସୁରକ୍ଷା ଯୋଗାଇଛି। ଅଧିକ ପଢନ୍ତୁ...

ଆଦିପୁରୁଷ ଡାଇଲଗ ରାଇଟର ମନୋଜ ମୁନ୍ତାଶିରଙ୍କୁ ମିଳିଲା ସିକ୍ୟୁରିଟି

ମୁମ୍ବାଇ: ପ୍ୟାନ ଇଣ୍ଡିଆ ଫିଲ୍ମ ଆଦିପୁରୁଷ ଏହାର ଭିଏଫଏକ୍ସ ଏବଂ ସଂଳାପ କାରଣରୁ ବିବାଦରେ ରହିଛି। ଚଳଚ୍ଚିତ୍ରଟି ଦର୍ଶକଙ୍କ ଆଶା ପୂରଣ କରିନାହିଁ। ସଂଳାପ ପାଇଁ ଲେଖକ ମନୋଜ ମୁନ୍ତାସିର ଶୁକ୍ଲାଙ୍କୁ କଡା ସମାଲୋଚନା କରାଯାଇଛି। ଏବଂ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ସେପଟେ ମୁନ୍ତାସିରଙ୍କ ଦାବିରେ ତାଙ୍କୁ ମୁମ୍ବାଇ ପୋଲିସ ସୁରକ୍ଷା ଯୋଗାଇ ଦେଇଛି।

  • Mumbai Police provides security to dialogue writer of #Adipurush, Manoj Muntashir after he sought a security cover citing a threat to his life. Police say that they are investigating the matter.

    (File photo) pic.twitter.com/1WiWiOhclo

    — ANI (@ANI) June 19, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ମନୋଜ ବର୍ତ୍ତମାନ ମୁମ୍ବାଇ ପୋଲିସର ସୁରକ୍ଷା ମାଗିଥିଲେ। ତାଙ୍କ ଜୀବନ ବିପଦରେ ଥିବା ଦାବି କରି ପୋଲିସ ସିକ୍ୟୁରିଟି ମାଗିଥିଲେ। ଏନେଇ ବର୍ତ୍ତମାନ ମୁମ୍ବାଇ ପୋଲିସ ମନୋଜଙ୍କୁ ସୁରକ୍ଷା ଯୋଗାଇ ଦେଇଛି। ପୋଲିସ କହିଛି ଯେ ସେମାନେ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି।

ତେବେ ଆଦିପୁରୁଷ ଫିଲ୍ମକୁ ନେଇ ସମାଲୋଚକ ଏବଂ ଦର୍ଶକ ନକାରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଦର୍ଶକମାନେ କ୍ରମାଗତ ଭାବରେ ଫିଲ୍ମର VFX ଏବଂ ସଂଳାପ ଉପରେ ପ୍ରଶ୍ନ ଉଠାଉଛନ୍ତି। ଫିଲ୍ମରେ 'ମରେଗା ବେଟେ', 'ବୁଆ କା ବାଗିଚା ହେ କ୍ୟା' ଏବଂ 'ଜଲେଗି ତେରେ ବାପ୍ କି' ଭଳି ସଂଳାପକୁ ନେଇ ଦର୍ଶକ ନିର୍ମାତା ଏବଂ ଲେଖକମାନଙ୍କ ଉପରେ ବିରୋଧ କରିବା ସହ ସମାଲୋଚନା କରିଛନ୍ତି।

ଏହାପରେ ଫିଲ୍ମର ସଂଳାପ ଲେଖକ ମନୋଜ ଏକ ସାକ୍ଷାତକାରରେ ଏନେଇ ସ୍ପଷ୍ଟୀକରଣ ରଖିଥିଲେ । ସେ କହିଥିଲେ ଯେ,"ଆମେ ରାମାୟଣ କରି ନାହୁଁ, ଆମେ କେବଳ ରାମାୟଣ ଦ୍ୱାରା ଅନୁପ୍ରାଣିତ ଅଟୁ । ଯୁବପିଢିଙ୍କ ପାଇଁ ଏହାର ଏକ ମୁଖ୍ୟ ଅଂଶ କରିଛୁ ଯାହା ଦ୍ବାରା ସେମାନେ ଆମର ପ୍ରାଚୀନ ଇତିହାସକୁ ସହଜରେ ବୁଝିପାରିବେ।"

ଏହା ପରେ ଗତକାଲି ଫିଲ୍ମର ସଂଳାପ ଲେଖକ ମନୋଜ ଟ୍ୱିଟ କରି କହିଛନ୍ତି ଯେ, ଯେଉଁ ସଂଳାପଗୁଡ଼ିକୁ ନେଇ ଆପତ୍ତି କରାଯାଇଛି । ସେହି ସଂଳାପଗୁଡିକୁ ପରିବର୍ତ୍ତନ କରାଯିବ । ଏହି ସପ୍ତାହରେ ସଂଶୋଧିତ ସଂଳାପ ସହ ଫିଲ୍ମ ରିଲିଜ କରିବ । ସେ ଲେଖିଛନ୍ତି, "ମୁଁ ପୁରା ଚଳଚ୍ଚିତ୍ର ପାଇଁ 4000ରୁ ଅଧିକ ସଂଳାପ ଲେଖିଥିଲି, କିନ୍ତୁ କେବଳ କିଛି ମନୋନୀତ ସଂଳାପକୁ ବିରୋଧ କରାଯାଉଛି ।"

ଆଦିପୁରୁଷ ଓମ ରାଉତଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଆଦିପୁରୁଷ ହେଉଛି ରାମାୟଣ ଉପରେ ଆଧାରିତ ଏକ ପୌରାଣିକ କାହାଣୀ। ଏହି ଚଳଚ୍ଚିତ୍ରଟି 16 ଜୁନ୍ ରେ ରିଲିଜ କରିଥିଲା। ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କୁ ରାଘବ, କ୍ରିତି ସାନନ୍ ଜାନକୀ, ସୈଫ ଅଲି ଖାନ ଲଙ୍କେଶ, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଏବଂ ଦେବଦତ୍ତ ନାଗେଙ୍କୁ ବଜରଙ୍ଗ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି 500 କୋଟି ଟଙ୍କାର ବଜେଟରେ ନିର୍ମିତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.