ହାଇଦ୍ରାବାଦ: 2023 ବର୍ଷ ଆରମ୍ଭରେ, ଯେତେବେଳେ ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ମୁକ୍ତିଲାଭ କରିଥିଲା, ସେତେବେଳେ ଲୋକମାନେ ଜାଣି ନଥିଲେ ଯେ ଏହି ଚଳଚ୍ଚିତ୍ର ଇତିହାସ ସୃଷ୍ଟି କରିବ । କିନ୍ତୁ ଏହି ଫିଲ୍ମଟି ଆଶାଠାରୁ ବି ଅଧିକ ଭଲ ପ୍ରଦର୍ଶନ କରିଥିଲା । ଏହା ପରେ ପୁଣି ଥରେ ବଲିଉଡ ଚଳଚ୍ଚିତ୍ରର ବିପୁଳ ପରିମାଣର ରୋଜଗାର ପ୍ରକ୍ରିୟା ଆରମ୍ଭ ହେଲା । ‘ପଠାନ’ ରିଲିଜ ହେବାର ଛଅ ମାସ ବିତିଗଲାଣି, କିନ୍ତୁ ବିଗତ ତିନି ମାସ ମଧ୍ୟରେ ବଲିଉଡ୍ କିଛି ଚଳଚ୍ଚିତ୍ର ଆଶାଠାରୁ ଭଲ ରୋଜଗାର କରିଛି, ଯେଉଁଥିରେ ସନ୍ନି ଦେଓଲଙ୍କ ‘ଗଦର 2’ ନମ୍ବର ୱାନ୍ ସ୍ଥାନରେ ରହିଛି । ଆସନ୍ତୁ ଜାଣିବା ଏଭଳି 7 ଟି ଫିଲ୍ମ ସମ୍ପର୍କରେ...
ଜରା ହଟକେ ଜରା ବଚକେ- ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ ‘ଜରା ହଟକେ ଜରା ବଚକେ’ ମୁକ୍ତିଲାଭ କରିବାକୁ ଯାଉଥିଲା, ସେତେବେଳେ ଫିଲ୍ମକୁ ନେଇ ଲୋକଙ୍କ ଆଗ୍ରହ ସେତେଟା ନଥିଲା । କିନ୍ତୁ ଯେତେବେଳେ ଚଳଚ୍ଚିତ୍ରର ପ୍ରମୋସନ ଭଲ ଚାଲିଲା ସେତେବେଳେ ଏହାର ରୋଜଗାର ମଧ୍ୟ ଜୀବନ୍ତ ହୋଇ ଉଠିଲା। ଜୁନ୍ 2ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ମୋଟ 88 କୋଟି ରୋଜଗାର କରିଥିଲା, ଯାହା ଆଶାଠାରୁ ଅଧିକ ଅଟେ ।
ଏହା ମଧ୍ୟ ପଢନ୍ତୁ: Satyaprem Ki Katha Collection: 13ତମ ଦିନରେ 70କୋଟି ପାର୍ କଲା ଫିଲ୍ମ
ଆଦିପୁରୁଷ- ଆଦିପୁରୁଷ ଚଳଚ୍ଚିତ୍ର ଆଶା କରାଯାଉଥିବା ପରି ରୋଜଗାର କରିନପାରେ କିନ୍ତୁ ଏହା ପରେ ମଧ୍ୟ ଫିଲ୍ମ ବଲିଉଡ ଚଳଚ୍ଚିତ୍ର ରୋଜଗାରରେ ସହାୟକ ହୋଇଥିଲା । ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ତଥା ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ର 16 ଜୁନ୍ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି 135.04 କୋଟି ରୋଜଗାର କରିଥିଲା ।
ସତ୍ୟପ୍ରେମ୍ କି କଥା- ରଣବୀର କପୁରଙ୍କ ପରେ କାର୍ତ୍ତିକ ଆର୍ଯ୍ୟନ ବଲିଉଡର ସର୍ବୋତ୍ତମ ରୋମାଣ୍ଟିକ ଅଭିନେତା ଭାବରେ ପରିଗଣିତ ହୁଅନ୍ତି । ତାଙ୍କର କୌଣସି ରୋମାଣ୍ଟିକ୍ ଫିଲ୍ମ ଆସିବ ଏବଂ ତାହା ଚାଲିବନି...ଏହା ସମ୍ଭବ ନୁହେଁ । 29 ଜୁନ୍ରେ ମୁକ୍ତିଲାଭ କରିଥିବା ସତ୍ୟପ୍ରେମ କି କଥାରେ କିଆରା ଆଡଭାନୀଙ୍କ ବିପକ୍ଷରେ କାର୍ତ୍ତିକଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର 77.5 କୋଟି ରୋଜଗାର କରିବାରେ ସଫଳ ହୋଇଥିଲା ।
ରକି ଔର ରାନୀ କି ପ୍ରେମ କାହାଣୀ - ଚର୍ଚ୍ଚାରେ ରହିଆସିଛନ୍ତି ବଲିଉଡ ଅଭିନେତା ରଣଭୀର ସିଂ ଏବଂ ଆଲିଆ ଭଟ୍ଟ । ଉଭୟଙ୍କୁ ଗଲି ବଏରେ ବହୁତ ପସନ୍ଦ କରାଯାଇଥିଲା । ବର୍ତ୍ତମାନ ତାଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାଣୀ ମଧ୍ୟ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଶବାନା ଆଜମି ଏବଂ ଜୟା ବଚ୍ଚନ ମଧ୍ୟ ପ୍ରମୁଖ ଭୂମିକାରେ ଥିଲେ, ଏହି ଫିଲ୍ମ ଜୁଲାଇ 28ରେ ରିଲିଜ ହୋଇଥିଲା ଏବଂ 147.75 କୋଟି ରୋଜଗାର କରିଥିଲା ।
ଏହା ମଧ୍ୟ ପଢନ୍ତୁ: RARKPK: ସାରା ବିଶ୍ୱରେ ପାର୍ କଲା 200 କୋଟି, ଭାବପ୍ରବଣ ନୋଟ୍ ଲେଖି ଧନ୍ୟବାଦ ଜଣାଇଲେ କରଣ
OMG 2- ଅଗଷ୍ଟ 11ରେ, ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଏମିତି ଧମାଲ ମଚାଇଥିଲା ଯେ, ଯାହାର କ୍ରେଜ ଏପର୍ଯ୍ୟନ୍ତ କମିନାହିଁ । ଅକ୍ଷୟ କୁମାରଙ୍କ OMG 2 ପାଖରେ କିଛି ଭିନ୍ନ ଚ୍ୟାଲେଞ୍ଜ ଥିଲା । କାରଣ ବମ୍ପର କଲେକ୍ସନ୍ କରିଥିବା ଏହି ଚଳଚ୍ଚିତ୍ର ସହିତ ସନି ଦେଓଲଙ୍କ ‘ଗଦର 2’ ରିଲିଜ୍ ହୋଇଥିଲା । 22 ବର୍ଷ ପରେ ଆସୁଥିବା ଏହି ଚଳଚ୍ଚିତ୍ର ବିଷୟରେ ଦର୍ଶକଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ଥିଲା । କିନ୍ତୁ ‘ଗଦର 2’ ର କମାଲ ଧମାଲ ଭିତରେ ହିଁ ଅକ୍ଷୟ କୁମାରଙ୍କ OMG 2 ବି ଜବରଦସ୍ତ କଲେକ୍ସନ କରିଥିଲା । ଫିଲ୍ମ ବର୍ତ୍ତମାନ ସୁଦ୍ଧା 135 କୋଟି ରୋଜଗାର କରିଛି ।
ଗଦର ୨- ଅଗଷ୍ଟ 11ରେ ଆସିଥିବା ସନ୍ନି ପାଜିଙ୍କ ଗଦର 2ଟି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ଏହି ଚଳଚ୍ଚିତ୍ର 456 କୋଟି ରୋଜଗାର କରିଛି ଏବଂ ହିନ୍ଦୀ ଭାଷାରେ ରୋଜଗାର କ୍ଷେତ୍ରରେ ଏହି ଚଳଚ୍ଚିତ୍ର ତୃତୀୟ ସ୍ଥାନରେ ରହିଛି । ଦେଶ ତଥା ବିଦେଶରେ ଫିଲ୍ମକୁ ନେଇ ଏତେ କ୍ରେଜ୍ ବଢିଯାଇଛି ଯେ ବର୍ତ୍ତମାନ ଖବର ଆସୁଛି କି ନୂଆ ସଂସଦ ଭବନରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହେବ । ଏହା 3 ଦିନ ଧରି ଚାଲିବ ।
ଏହା ମଧ୍ୟ ପଢନ୍ତୁ: BO Collection Day 17: 500 କୋଟି କ୍ଲବରେ ଗଦର 2, ପଠାନର ଲାଇଫଟାଇମ୍ କଲେକ୍ସନକୁ ଦେବ ମାତ୍ !
ଡ୍ରିମ୍ ଗାର୍ଲ 2- ନିକଟରେ ରିଲିଜ୍ ହୋଇଥିବା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ଡ୍ରିମ୍ ଗାର୍ଲ 2 କମାଲ ଦେଖାଇ ସାରିଲାଣି । ଗଦର 2 ଏବଂ OMG 2 ର କ୍ରେଜ ତାଲିକା ଭିତରେ ଏବେ ଡ୍ରିମ୍ ଗାର୍ଲ 2 ମଧ୍ୟ ସାମିଲ ହୋଇସାରିଛି । 3 ଦିନରେ ଏହି ଫିଲ୍ମ ପ୍ରାୟ 56 କୋଟି ରୋଜଗାର କରିଛି ଏବଂ ଏହାର ଆୟ ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଦେଖାଯାଉଛି ।