ETV Bharat / entertainment

ଆରାଧ୍ୟାଙ୍କ ସହ ବିମାନବନ୍ଦରରେ ନଜର ଆସିଲେ ଐଶ୍ୱର୍ଯ୍ୟା, ଝିଅର ହାତ ଧରି ଦେଲେ ଏମିତି ପୋଜ୍‌

author img

By ETV Bharat Odisha Team

Published : Sep 30, 2023, 11:29 AM IST

ଶୁକ୍ରବାର ରାତିରେ ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଉଭୟଙ୍କ ଏୟାରପୋର୍ଟ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ବିମାନବନ୍ଦରରେ ନଜର ଆସିଲେ ଐଶ୍ୱର୍ଯ୍ୟା
ବିମାନବନ୍ଦରରେ ନଜର ଆସିଲେ ଐଶ୍ୱର୍ଯ୍ୟା

ହାଇଦ୍ରାବାଦ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯେଉଁଆଡେ ଯାଆନ୍ତି, ଝିଅ ଆରାଧ୍ୟା ମଧ୍ୟ ତାଙ୍କ ସହିତ ଯାଆନ୍ତି । ଉଭୟ ପ୍ରାୟତଃ ଏକାଠି ନଜର ଆସିଥାନ୍ତି । ଐଶ୍ୱର୍ଯ୍ୟା ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଖୁବ୍‌ ଭଲ ଭାବେ ବାଲାନ୍ସ କରନ୍ତି । ଶୁକ୍ରବାର ରାତିରେ ଝିଅ ଆରାଧ୍ୟାଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଉଭୟଙ୍କ ଏୟାରପୋର୍ଟ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା କେଉଁଠାକୁ ଯାଉଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ, ଐଶ୍ୱର୍ଯ୍ୟା ନିଜ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି । ତେବେ ଐଶ୍ୱର୍ଯ୍ୟା ପ୍ରୋଜେକ୍ଟ ପାଇଁ ଯେକୌଣସି ସ୍ଥାନକୁ କଲେ ସାଙ୍ଗରେ ଝିଅ ଆରାଧ୍ୟାକୁ ନେଇ ଯାଆନ୍ତି । ଦେବଦାସ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଏବଂ ତାଙ୍କ ଝିଅ ଏକାଠି ଷ୍ଟାଇଲିସ୍ ଦେଖାଯାଉଛନ୍ତି ।

ଐଶ୍ୱର୍ଯ୍ୟା ରାୟ ବ୍ଲାକ ଆଉଟଫିଟ୍‌ରେ ନଜର ଆସିଥିଲେ । ବ୍ଲାକ ଆଉଟଫିଟ୍‌ରେ ଗର୍ଜିଅସ ଲାଗୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ବିମାନବନ୍ଦର ଲୁକ୍ ଠାରୁ ଅଧିକ ଅଭିନେତ୍ରୀଙ୍କ କଥାବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ, ଐଶ୍ୱର୍ଯ୍ୟା ପ୍ରତିଥର ପରି ଏଥର ମଧ୍ୟ ତାଙ୍କ ମିଠା ମିଠା କଥାରେ ଲୋକଙ୍କ ହୃଦୟ ଜିତିନେଇଛନ୍ତି । ଏହି ଭାଇରାଲ୍ ଭିଡିଓରେ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ବଚ୍ଚନ ପାପାରାଜି ସାମ୍ନାରେ ଫଟୋ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରତିବର୍ଷ ହାତରେ ନଥାଏ ଫିଲ୍ମ, ତଥାପି କାନ୍ସରେ ଯୋଗଦିଅନ୍ତି ଐଶ୍ବର୍ଯ୍ୟା

ଆରାଧ୍ୟା ବଚ୍ଚନଙ୍କ ବିଷୟରେ କହିବା ତ, ସେ ହୁଡ୍ଡି ଏବଂ ଜିନ୍ସରେ ନଜର ଆସିଛନ୍ତି । ଉଭୟ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା କେଶକୁ ଖୋଲା ରଖିଛନ୍ତି । ଐଶ୍ୱର୍ଯ୍ୟା ହାଲୁକା ମେକଅପ୍‌ ସହିତ ନାଲି ଲିପ୍‌ଷ୍ଟିକରେ ତାଙ୍କ ଲୁକ୍‌କୁ ପୂରା କରିଛନ୍ତି । ଏହି ସମୟ ମଧ୍ୟରେ ଯେତେବେଳେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା ବିମାନବନ୍ଦର ଭିତରକୁ ଯାଉଥିଲେ, ଅଭିନେତ୍ରୀ ପାପାରାଜିଙ୍କୁ କହିଥିଲେ - 'ଟେକ୍‌ କେୟାର, ଆପ୍‌ ଲୋଗ୍‌ ଗିରନେ ବାଲେ ହୋ...', ଯେଉଁ କାରଣରୁ ପ୍ରଶଂସକମାନେ ଐଶ୍ୱର୍ଯ୍ୟାଙ୍କ ବହୁତ ପ୍ରଶଂସା କରିଥିଲେ ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ୱାର୍କଫ୍ରଣ୍ଟ:

2002 ମସିହାରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ଡେବ୍ୟୁ କରିଥିଲେ । ପୂର୍ବତନ ମିସ୍ ୱାର୍ଲ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଶେଷ ଥର ପାଇଁ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କ 'ପୋନିୟିନ୍ ସେଲଭାନ୍ ୨'ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ତ୍ରିଶା କୃଷ୍ଣନ୍ ଏବଂ ଚିଆନ୍ ବିକ୍ରମଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.