ହାଇଦ୍ରାବାଦ: ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଏବଂ ରଣବୀର ପ୍ରଶଂସକଙ୍କୁ ଏତେ ଶୀଘ୍ର ଏତେ ବଡ଼ ଖୁସି ଖବର ଦେବେ, କେହି କଳ୍ପନା ବି କରିନଥିଲେ । ବିବାହର ଅଢେଇ ମାସ ପରେ ଦମ୍ପତି ପିତା-ମାତା ହେବାକୁ ଯାଉଛନ୍ତି । ଏହି ଖୁସି ଖବର ସାମ୍ନାକୁ ଆସିବା ମାତ୍ରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ନିଶ୍ଚିତ ଭାବରେ ଖୁସି ହୋଇଯାଇଛନ୍ତି କିନ୍ତୁ ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ ଯେ ନିଜ କ୍ୟାରିୟରର ଟପ୍ରେ ଏହି ଦମ୍ପତି କିପରି ଏତେ ବଡ଼ ନିଷ୍ପତ୍ତି ନେଲେ । ତେବେ ବର୍ତ୍ତମାନ ଏହି ଦମ୍ପତି ହନିମୁନ୍ ନୁହେଁ ବରଂ ବେବିମୁନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।
- " class="align-text-top noRightClick twitterSection" data="
">
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ବର୍ତ୍ତମାନ ଲଣ୍ଡନରେ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ 'ହାର୍ଟ ଅଫ୍ ଷ୍ଟୋନ'ର ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ଏହି ପ୍ରୋଜେକ୍ଟ ଶେଷ କରିବା ପରେ ସେ ଶୀଘ୍ର ମୁମ୍ବାଇ ଫେରିବେ । ତେବେ ଆଲିଆ ଏବଂ ରଣବୀର ସେମାନଙ୍କର ବ୍ୟସ୍ତବହୁଳ କାମ ହେତୁ ହନିମୁନ୍ରେ ଯାଇପାରି ନାହାନ୍ତି । କାରଣ ଆଜିକାଲି ରଣବୀର କପୁର ଲଭ ରଂଜନଙ୍କ ଅନଟାଇଟେଲ୍ଡ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଆଲିଆ ବିବାହ ପରେ ଲଣ୍ଡନ ଚାଲି ଯାଇଛନ୍ତି ।
ଗଣମାଧ୍ୟମ ଅନୁଯାୟୀ, ଆଲିଆଙ୍କ ହଲିଉଡ ପ୍ରୋଜେକ୍ଟ ଜୁଲାଇ ମଧ୍ୟଭାଗରେ ଶେଷ ହେବ, ଏହା ପରେ ସେ ସ୍ୱାମୀ ରଣବୀର କପୁରଙ୍କ ସହ ବେବିମୁନରେ ଯିବେ ।
ଖବର ଅନୁଯାୟୀ, ଏହି ଦମ୍ପତି ବେବିମୁନ୍ ପାଇଁ ୟୁରୋପ ଯାଇପାରନ୍ତି । ସୋମବାର (ଜୁନ୍ 27) ଲଣ୍ଡନରୁ ଏକ ପୋଷ୍ଟ ସେୟାର କରି ଆଲିଆ ଭଟ୍ଟ ଗର୍ଭବତୀ ହେବାର ଏକ ଖୁସି ଖବର ସେୟାର କରିଥିଲେ । ଏହି ଖବର ପରେ ପ୍ରଶଂସକ ଏବଂ ସେଲିବ୍ରିଟିଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ସେହିଭଳି ନିକଟରେ ଲଣ୍ଡନରୁ ସହ-ଅଭିନେତା ରଣବୀର ସିଂଙ୍କ ସହ ଆଲିଆ ଭଟ୍ଟଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା, ଯାହା କରଣ ଜୋହରଙ୍କ ଦ୍ୱାରା ସେୟାର କରାଯାଇଥିଲା । କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନି'ରେ ରଣବୀର ଏବଂ ଆଲିଆଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ