ETV Bharat / entertainment

ସିନେ ଜଗତରୁ ଆସିଲା ଆଉ ଏକ ଦୁଃଖ ଖବର, ଆରପାରିରେ ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ - ମିର୍ଜାପୁର ଫେମ୍‌ ଜିତେନ୍ଦ୍ର ଶାସ୍ତ୍ରୀ

ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀଙ୍କ (Jeetendra Shastri Death) ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

ଆରପାରିରେ ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ, ସୂଚନା ଦେଲେ ସଞ୍ଜୟ ମିଶ୍ରା

author img

By

Published : Oct 15, 2022, 7:44 PM IST

ହାଇଦ୍ରାବାଦ: ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ଆସିଛି । ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀଙ୍କ (Jeetendra Shastri Death) ଦେହାନ୍ତ ହୋଇଛି । ଜିତୁ ଭାଇ ନାମରେ ଜଣାଶୁଣା ଜିତେନ୍ଦ୍ର ଶାସ୍ତ୍ରୀ ଅନେକ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ ସହିତ ଏକ ଭିନ୍ନ ଛାପ ଛାଡିଥିଲେ । ସେ ଛୋଟ ଛୋଟ ଚରିତ୍ରକୁ ମଧ୍ୟ ଜୀବନ୍ତ କରିଦେଉଥିଲେ । ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ 'ବ୍ଲାକ୍ ଫ୍ରାଇଡେ' ଠାରୁ ଆରମ୍ଭ କରି 'ଇଣ୍ଡିଆଜ୍‌ ମୋଷ୍ଟ ୱାଣ୍ଟେଡ୍', 'ମିର୍ଜାପୁର' ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ପାଇଁ ଜଣାଶୁଣା । ତାଙ୍କ ସହ-ତାରକାମାନେ ଅଭିନେତାଙ୍କ ବିଯୋଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଥିଏଟର ଜଗତରେ ମଧ୍ୟ ପ୍ରସିଦ୍ଧ ଥିଲେ ଜିତେନ୍ଦ୍ର

ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀ କେବଳ ଚଳଚ୍ଚିତ୍ର ପରଦାରେ ନୁହେଁ, ଥିଏଟର ଜଗତରେ ମଧ୍ୟ ପ୍ରସିଦ୍ଧ ଥିଲେ । ସେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଅଭିନୟ ଦକ୍ଷତା ଶିଖିଲେ । ଜିତେନ୍ଦ୍ର ଶାସ୍ତ୍ରୀ 'ଲଜ୍ଜା', 'ଦୌଡ', 'ଚରସ', 'ବ୍ଲାକ୍ ଫ୍ରାଇଡେ' ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । 2019ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଇଣ୍ଡିଆଜ୍‌ ମୋଷ୍ଟ ୱାଣ୍ଟେଡ୍' ପାଇଁ ତାଙ୍କୁ ବେଶ୍‌ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ସେ ନେପାଳରେ ବସିଥିବା ଜଣେ ସୂଚନାଦାତା ଭୂମିକାରେ ଅଭିନୟ କରିଥିଲେ, ଯିଏ କି ଜଣେ କୁଖ୍ୟାତ ଆତଙ୍କବାଦୀଙ୍କୁ ଧରିବାରେ ସାହାଯ୍ୟ କରିଥିଲେ ।

ଅଭିନେତା ସଞ୍ଜୟ ମିଶ୍ରା ଦେଲେ ଶ୍ରଦ୍ଧାଞ୍ଜଳି

ଅଭିନେତା ସଞ୍ଜୟ ମିଶ୍ରା ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ଜିତେନ୍ଦ୍ର ଶାସ୍ତ୍ରୀଙ୍କ ସହ ନିଜର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି- "ଜିତୁ ଭାଇ, ଯଦି ଆପଣ ଥାଆନ୍ତେ, ଆପଣ ଏପରି କିଛି କହିଥାନ୍ତେ, 'ମିଶ୍ରା ସମ୍‌ଟାଇମ୍‌ କ'ଣ ହୋଇଥାଏ, ମୋବାଇଲ୍‌ରେ ନାମ ରହିଯାଏ, ଏବଂ ମଣିଷ ନେଟ୍‌ଓ୍ବାର୍କରୁ ବାହାରି ଯାଏ । ଆପଣ ଆଉ ଏହି ଦୁନିଆରେ ନାହାନ୍ତି, କିନ୍ତୁ ସବୁବେଳେ ମୋ ହୃଦୟ ଏବଂ ମନର ନେଟୱାର୍କରେ ରହିବେ । ଓମ୍ ଶାନ୍ତି। "

ସଞ୍ଜୟ ମିଶ୍ରାଙ୍କ ବ୍ୟତାତ ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ମଧ୍ୟ ସେମାନଙ୍କର ଅଫିସିଆଲ୍ ଟୁଇଟର ଆକାଉଣ୍ଟରୁ ଅଭିନେତା ଜିତେନ୍ଦ୍ର ଶାସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଏକ ସାନ୍ତ୍ୱନା ବାର୍ତ୍ତା ସେୟାର କରି ଲେଖିଛନ୍ତି - “ଆପଣଙ୍କୁ ମିସ୍‌ କରିବୁ ଜିତେନ୍ଦ୍ର ଶାସ୍ତ୍ରୀ” ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.