ହାଇଦ୍ରାବାଦ: ସେନ୍ସର ବୋର୍ଡ ଦୁର୍ନୀତି ମାମଲାର ଆରମ୍ଭ ହେଲା ତଦନ୍ତ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି)ର ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ ସାଉଥ ଫିଲ୍ମ ସୁପରଷ୍ଟାର ବିଶାଲ । ସେ ଅଭିଯୋଗ କରିଥିଲେ କି, ତାଙ୍କ ଫିଲ୍ମ 'ମାର୍କ ଆଣ୍ଟୋନି'କୁ ନେଇ ଘୋଟଲା ହୋଇଛି । ଏହାର ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନିବେଦନ କରିଥିଲେ । ଅଭିନେତାଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।
-
The issue of corruption in CBFC brought forth by actor @VishalKOfficial is extremely unfortunate.
— Ministry of Information and Broadcasting (@MIB_India) September 29, 2023 " class="align-text-top noRightClick twitterSection" data="
The Government has zero tolerance for corruption and strictest action will be taken against anyone found involved. A senior officer from the Ministry of Information & Broadcasting…
">The issue of corruption in CBFC brought forth by actor @VishalKOfficial is extremely unfortunate.
— Ministry of Information and Broadcasting (@MIB_India) September 29, 2023
The Government has zero tolerance for corruption and strictest action will be taken against anyone found involved. A senior officer from the Ministry of Information & Broadcasting…The issue of corruption in CBFC brought forth by actor @VishalKOfficial is extremely unfortunate.
— Ministry of Information and Broadcasting (@MIB_India) September 29, 2023
The Government has zero tolerance for corruption and strictest action will be taken against anyone found involved. A senior officer from the Ministry of Information & Broadcasting…
ସିବିଆଇ ତଦନ୍ତ ଦାବି
ଯେତେବେଳେ ଏକ ସାକ୍ଷାତକାରରେ ଅଶୋକ ପଣ୍ଡିତଙ୍କ ବିଷୟରେ ଆଲୋଚନା ହୋଇଥିଲା ସେତେବେଳେ ସେ କହିଥିଲେ, ‘‘ଆଇଏଫଟିଡିଏ ପକ୍ଷରୁ ଆମେ ସେନ୍ସର ବୋର୍ଡ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଲେଖକ ପ୍ରସୁନ ଯୋଶୀଙ୍କୁ ଏକ ଚିଠି ଲେଖୁଛୁ, ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ । ଯେଉଁମାନେ ଅଭିନେତାଙ୍କ ଠାରୁ ଲାଞ୍ଚ ନେଇଛନ୍ତି ସେମାନେ ସେନ୍ସର ବୋର୍ଡର ନୁହଁନ୍ତି, ତେଣୁ ଟଙ୍କା ଯାହାକୁ ବି ଦିଆଯାଇଛି ତାହାର ଅନୁସନ୍ଧାନ କରାଯିବା ଉଚିତ୍।’’
ବିଶାଲଙ୍କ ଅଭିଯୋଗ କ’ଣ ?
ସେପ୍ଟେମ୍ବର 28ରେ ବିଶାଲ ତାଙ୍କ X ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସେ କହିଛନ୍ତି, ‘‘ରୂପେଲି ପରଦାରେ ଭ୍ରଷ୍ଟାଚାର ବା ଦୁର୍ନୀତି ଦେଖାଇବା ଠିକ୍, କିନ୍ତୁ ବାସ୍ତବ ଜୀବନରେ ନୁହେଁ । ହଜମ କରିପାରିବ ନାହିଁ । ବିଶେଷକରି ସରକାରୀ କାର୍ଯ୍ୟାଳୟ ଏବଂ ସିବିଏଫସି ମୁମ୍ବାଇ କାର୍ଯ୍ୟାଳୟରେ ତ ଆହୁରି ଖରାପ ହେଉଛି । ମୋର ଚଳଚ୍ଚିତ୍ର 'ମାର୍କ ଆଣ୍ଟୋନି'ର ହିନ୍ଦୀ ସଂସ୍କରଣ ପାଇଁ 6.5 ଲକ୍ଷ ଟଙ୍କା ଦେବାକୁ ପଡିଲା । ଏହି କାରବାର ଦୁଇଥର ହୋଇଥିଲା । ସ୍କ୍ରିନିଂ ପାଇଁ 3 ଲକ୍ଷ ଟଙ୍କା ଏବଂ ସାର୍ଟିଫିକେଟ୍ ପାଇଁ 3.5 ଲକ୍ଷ ଟଙ୍କା କାରବାର ହୋଇଥିଲା । ମୁଁ ମୋ କ୍ୟାରିୟରରେ କେବେବି ଏହି ପରିସ୍ଥିତିର ସାମ୍ନା କରିନଥିଲି । ଫିଲ୍ମ ରିଲିଜ୍ ପରେ ଦେୟ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା, କାରଣ ବହୁତ କିଛି ବାଜିରେ ଲାଗିଥିଲା ।’’
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରି ସେ ଆହୁରି କହିଛନ୍ତି, “ମୁଁ ଏହାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହା କରିବା ମୋ ପାଇଁ ନୁହେଁ, ଭବିଷ୍ୟତର ଉତ୍ପାଦକମାନଙ୍କ ପାଇଁ । ମୋର କଷ୍ଟ ଉପାର୍ଜିତ ଟଙ୍କା ଦୁର୍ନୀତିରେ ହଜିଯାଇଛି କି ? ଆଦୌ ନୁହେଁ, ସମସ୍ତଙ୍କ ପାଇଁ ଶୁଣିବାକୁ ପ୍ରମାଣ ଅଛି । ଆଶା କରୁଛି ସବୁଥର ପରି ସତ୍ୟ ଜିତିବ ।”