ETV Bharat / entertainment

‘ଗଣପଥ’ରୁ କ୍ରିତି ସାନନ୍‌ଙ୍କ ନୂଆ ପୋଷ୍ଟର ଆଉଟ୍‌, ଜସି ଭୂମିକାରେ ଆସିବେ ନଜର

author img

By ETV Bharat Odisha Team

Published : Sep 19, 2023, 3:17 PM IST

ଆକ୍ସନ୍ ଫିଲ୍ମ ‘ଗଣପଥ’ରୁ ଟାଇଗର ଶ୍ରଫଙ୍କ ପରେ ବର୍ତ୍ତମାନ କ୍ରିତି ସାନନଙ୍କ ଏକ ନୂଆ ପୋଷ୍ଟର ମୁକ୍ତିଲାଭ କରିଛି। ଫିଲ୍ମର ନୂଆ ପୋଷ୍ଟରରେ କ୍ରିତି ସାନନ ଜସି ଭୂମିକାରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

କ୍ରିତି ସାନନ୍‌
କ୍ରିତି ସାନନ୍‌

ହାଇଦ୍ରାବାଦ: ବଲିଉଡର ଲିଟିଲ ସୁପରହିରୋ ଟାଇଗର ଶ୍ରଫ୍ ତାଙ୍କର ପରବର୍ତ୍ତୀ ଆକ୍ସନ୍ ପ୍ୟାକ୍ ଫିଲ୍ମ 'ଗଣପଥ-ଏ ହିରୋ ଇଜ ବର୍ନ' ରିଲିଜକୁ ଅପେକ୍ଷା କରିଛନ୍ତି। ଚଳଚ୍ଚିତ୍ରରୁ ଅଭିନେତାଙ୍କର ପ୍ରଥମ ଲୁକ୍ ଗଣେଶ ଚତୁର୍ଥୀ ଅବସରରେ ମୁକ୍ତିଲାଭ କରିଥିଲା। ଆଜି (ସେପ୍ଟେମ୍ବର 19) ଗଣପଥ ଚଳଚ୍ଚିତ୍ରରୁ ମୁଖ୍ୟ ଅଭିନେତ୍ରୀ କ୍ରିତି ସାନନଙ୍କ ଏକ ନୂଆ ପୋଷ୍ଟର ମୁକ୍ତିଲାଭ କରିଛି। କ୍ରିତି ସାନନ୍ ତାଙ୍କର ପ୍ରଥମ ଲୁକରେ ଆକ୍ସନ୍ ମୋଡ୍‌ରେ ନଜର ଆସିଛନ୍ତି । ଏଥି ସହିତ ଏହି ଚଳଚ୍ଚିତ୍ରରେ କ୍ରିତି ସାନନଙ୍କ ଚରିତ୍ରର ନାମ କ’ଣ ହେବ ତାହା ମଧ୍ୟ ପ୍ରକାଶ ପାଇଛି। ଟାଇଗର ଏବଂ କ୍ରିତିଙ୍କ ଏହି ଫିଲ୍ମ କେବେ ରିଲିଜ୍ ହେବାକୁ ଯାଉଛି ତାହା ମଧ୍ୟ ଜାଣନ୍ତୁ।

ଜେସି ଭୂମିକାରେ ଆକ୍ସନ ଦେଖାଇବେ କ୍ରିତି

ଆଜି (ସେପ୍ଟେମ୍ବର 19) ଚଳଚ୍ଚିତ୍ର ନିର୍ମାତା ପୂଜା ଏଣ୍ଟରଟେନମେଣ୍ଟ ଏବଂ କ୍ରିତି ସାନନ ନିଜ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ନୂଆ ପୋଷ୍ଟର ପ୍ରକାଶ କରିଛନ୍ତି। ଏହି ପୋଷ୍ଟରରେ କ୍ରିତି ସାନନ୍ ଫୁଲ୍ ଅଫ୍ ଆକ୍ସନ୍ ମୋଡ୍‌ରେ ନଜର ଆସିଛନ୍ତି । ଫିଲ୍ମରୁ ତାଙ୍କର ନୂଆ ପୋଷ୍ଟର ସେୟାର କରି କ୍ରିତି ସାନନ୍ ଲେଖିଛନ୍ତି, ବହୁତ ସାଂଘାତିକ । ସେ ଅବିସ୍ମରଣୀୟ, ସେ ମାରିବାକୁ ପ୍ରସ୍ତୁତ'। ଫିଲ୍ମ କେବେ ରିଲିଜ ହେବ ତାହା ମଧ୍ୟ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Ganapath: ଗଣେଶ ଚତୁର୍ଥୀରେ 'ଗଣପଥ'ର ନୂଆ ପୋଷ୍ଟର ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ

ଫିଲ୍ମ କେବେ ରିଲିଜ ହେବ?

ପ୍ରାୟ 150 କୋଟି ଟଙ୍କା ବଜେଟରେ ନିର୍ମିତ ଗଣପଥ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ବିକାଶ ବହଲ ଏବଂ ଜ୍ୟାକି ଭଗ୍ନାନୀ । ଏହି ଫିଲ୍ମରେ ଟାଇଗର ଶ୍ରଫ୍, କ୍ରିତି ସାନନ୍ ଏବଂ ସଦିର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଏହି ଫଟୋ ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ଯେତେବେଳେ ବାପ୍ପାଙ୍କ ହାତ ତାଙ୍କ ଉପରେ ରହିଛି, ତାଙ୍କୁ କେହି ଅଟକାଇପାରିବ ନାହିଁ । ଏକ ନୂଆ ଦୁନିଆ ଆରମ୍ଭ କରିବାକୁ ଆସୁଛି ଗଣପଥ । ଏହି ପ୍ୟାନ୍ ଇଣ୍ଡିଆ ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ପ୍ରେକ୍ଷାଳୟରେ ରିଲିଜ ହେବ। ଏହି ଫିଲ୍ମ ଚଳିତ ବର୍ଷ ଦଶହରା ଅବସରରେ ଅର୍ଥାତ୍ ଅକ୍ଟୋବର 20ରେ ରିଲିଜ ହେବ ।

ଏଥିସହ ଟାଇଗରଙ୍କୁ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ'ରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ସହ ନଜର ଆସିବେ । 2024 ଇଦ୍‌ରେ ଏହି ଫିଲ୍ମ ରିଲିଜ ହେବା ନେଇ ସୂଚନା ମିଳିଛି । ଏହି ଫିଲ୍ମରେ ଅକ୍ଷୟ,ଟାଇଗରଙ୍କ ବ୍ୟତୀତ ମାଲାୟାଲମ୍ ତାରକା ପ୍ରୀତିରାଜ ସୁକୁମାରନ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଶି ଚିଲାର୍ ଏବଂ ଆଲାୟା ଏଫଙ୍କୁ ବି ଏହି ଫିଲ୍ମରେ ଦେଖିବାକୁ ମିଳିବ। ଅଲି ଅବ୍ବାସ ଜାଫର 'ବଡେ ମିୟାଁ ଛୋଟେ ମିୟାଁ' ନିର୍ଦ୍ଦେଶନା ଦେଇଥିବା ବେଳେ ବାଶୁ ଭାଗ୍ନାନୀ ଏବଂ ଜ୍ୟାକି ଭାଗ୍ନାନୀ ଦ୍ବାରା ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.