ETV Bharat / entertainment

ହଲିଉଡ ଅଭିନେତା ମାଥ୍ୟୁ ପେରିଙ୍କ ଦେହାନ୍ତ, ବାଥଟବରୁ ମିଳିଲା ମୃତଦେହ

author img

By ETV Bharat Odisha Team

Published : Oct 29, 2023, 3:18 PM IST

ଆରପାରିରେ ଟିଭି ସିରିଜ ଫ୍ରଣ୍ଡେସ୍ ଫେମ ଅଭିନେତା ମାଥ୍ୟୁ ପେରି । ତାଙ୍କ ମୃତଦେହ ତାଙ୍କ ଘରର ବାଥଟବରୁ ମିଳିଛି । ତାଙ୍କ ବିୟୋଗ ସମସ୍ତଙ୍କୁ ଚକିତ କରିଥିବା ବେଳେ ସେଲିବ୍ରିଟିମାନେ ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ହଲିଉଡ ଅଭିନେତା ମାଥ୍ୟୁ ପେରିଙ୍କ ଦେହାନ୍ତ
ହଲିଉଡ ଅଭିନେତା ମାଥ୍ୟୁ ପେରିଙ୍କ ଦେହାନ୍ତ

ଲସ୍ ଆଞ୍ଜେଲସ୍: ହଲିଉଡ ଲୋକପ୍ରିୟ ଅଭିନେତା ମାଥ୍ୟୁ ପେରିଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ବୟସ ହୋଇଥିଲା । ଲସ୍ ଆଞ୍ଜେଲସ୍ ଟାଇମ୍ସ ଏବଂ ସେଲିବ୍ରିଟି ୱେବସାଇଟ୍ ଟିଏମଜେ ଅନୁଯାୟୀ ଶନିବାର ତାଙ୍କ ଲସ୍ ଆଞ୍ଜେଲସ୍ ସ୍ଥିତ ଘରୁ ଏମି ପୁରସ୍କାର ପ୍ରାପ୍ତ ଅଭିନେତା ମାଥ୍ୟୁ ପେରିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରି ଏବଂ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ମାଥ୍ୟୁ ପେରିଙ୍କ ବିୟୋଗରେ ଶୋକପ୍ରକାଶ କଲେ କରୀନା କପୁର

ରିପୋର୍ଟ ଅନୁସାରେ, ଅଭିନେତାଙ୍କ ମୃତଦେହ ତାଙ୍କ ଘରର ବାଥଟବରୁ ମିଳିଥିଲା । ସେ ବାଥଟବରେ ବୁଡି ମୃତ୍ୟୁବରଣ କରିଥିବା କୁହାଯାଉଛି । ମାଥ୍ୟୁ 90 ଦଶକର ସିଟକମ୍ ସୁପର ହିଟ୍ ସିରିଜ୍ ଫ୍ରେଣ୍ଡସରେ ଚ୍ୟାଣ୍ଡଲର ବିଙ୍ଗ୍ ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଏପରି ଆଶ୍ଚର୍ଯ୍ୟଜନକ ଦେହାନ୍ତ ସମସ୍ତଙ୍କୁ ମର୍ମାହତ କରିଥିବା ବେଳେ ହଲିଉଡରୁ ଟଲିଉଡ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଟେଲିଭିଜନ ଜଗତରେ ପେରିଙ୍କ ମା' ଭାବରେ ପ୍ରସିଦ୍ଧ ମୋର୍ଗାନ ଫେୟାରଚାଇଲ୍ଡ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପେରିଙ୍କ ମୃତ୍ୟୁ ଖବର ପାଇ ତାଙ୍କ ହୃଦୟ ଭାଙ୍ଗିଥିବା କହିଛନ୍ତି । ଏବଂ ଆଜି ଆମେ ଜଣେ ଉଜ୍ଜ୍ୱଳ ଅଭିନେତାଙ୍କୁ ହରାଇଲୁ ବୋଲି ସେ କହିଛନ୍ତି । ସେହିପରି ଅଭିନେତାଙ୍କ ବିୟୋଗରେ କେବଳ ଯେ ହଲିଉଡ ନୁହଁ ବରଂ ବଲିଉଡରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଲିଉଡ ଅଭିନେତା ରଣଭୀର ସିଂ, ଅଭିନେତ୍ରୀ କରୀନା କପୁର, କିଆରା ଆଡଭାନୀ ଏବଂ ସାଉଥ ଅଭିନେତା ମହେଶ ବାବୁ, ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଭଳି ଅନେକ ସେଲିବ୍ରିଟି ତାଙ୍କ ଫଟୋ ସେୟାର କରି ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

  • I’m heartbroken about the untimely death of my “son”, Matthew Perry. The loss of such a brilliant young actor is a shock. I’m sending love & condolences to his friends & family, especially his dad, John Bennett Perry, who I worked with on Flamingo Road & Falcon Crest. #RIPMatthew pic.twitter.com/QWMsBVJEAr

    — Morgan Fairchild (@morgfair) October 29, 2023 " class="align-text-top noRightClick twitterSection" data=" ">

ସୁପର ହିଟ୍ ସିରିଜ୍ ଫ୍ରେଣ୍ଡସ୍ ପେରିଙ୍କୁ ହଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଏହି ସିରିଜରେ ସେ ଜେନିଫର୍ ଏନିଷ୍ଟନ୍, କୋର୍ଟେନି କକ୍ସ, ମ୍ୟାଟ୍ ଲେମ୍ବାକ, ଲିସା କୁଡ୍ରୋ ଏବଂ ଡେଭିଡ ସ୍ବିମରଙ୍କ ସହ ଅଭିନୟ କରିଥିଲେ । ଦଶମ ସିଜନ ଶେଷରେ ପେରି ମୋନିକା କକ୍ସଙ୍କୁ ବିବାହ କରିଥିଲେ । ଟେଲିଭିଜନର ସବୁଠାରୁ ବଡ ହିଟ୍ ମଧ୍ୟରୁ ଏହି ସିରିଜ୍ । ଏହି ସିରିଜ ଯୁବ ପ୍ରଶଂସକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି । ପେରି ଫେଣ୍ଡସରେ ତାଙ୍କ ଦମଦାର ଅଭିନୟ ପାଇଁ ଏମି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ।

ମାଥ୍ୟୁ ପେରିଙ୍କ ବିୟୋଗରେ ଶୋକପ୍ରକାଶ କଲେ ସାମନ୍ଥା ରୁଥ ପ୍ରଭୁ

ଏହା ମଧ୍ୟ ପଢନ୍ତୁ: ନୀରବି ଗଲା ସ୍ବରୂପ ନାୟକଙ୍କ ସ୍ବର

ଏହା ବ୍ୟତୀତ ସେ ଦ ୱେଷ୍ଟ ୱିଙ୍ଗରେ ଆସୋସିଏଟ୍ ହ୍ବାଇଟ ହାଉସର ପରାମର୍ଶଦାତା ଭାବରେ ମଧ୍ୟ ମନୋନୀତ ହୋଇଥିଲେ । ଫ୍ରେଣ୍ଡସ୍ ବ୍ୟତୀତ ପେରି ଅନେକ ଚଳଚ୍ଚିତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ଯେଉଁଥିରେ ସେ ସଲମା ହାଏକଙ୍କ ସହ ରୋମ-କମ ଫୁଲ୍ସ ରଶ ଇନ ଏବଂ ବ୍ରୁସ ୱିଲିସଙ୍କ ସହ କ୍ରାଇମ କମେଡି ଦି ହଲ ନାଇନ ୟାର୍ଡସରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.