ETV Bharat / entertainment

ଦେଖୁଥିଲେ ଅବତାର-୨, ହୃଦ୍‌ଘାତରେ ଚାଲିଗଲା ଜୀବନ

author img

By

Published : Dec 17, 2022, 4:57 PM IST

ଅବତାର ୨ ( Avatar-The Way Of Water) ଦେଖିବା ସମୟରେ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ପେଡ୍ଡାପୁରମ୍‌ ସହରରୁ ଆସିଛି ଏହିଭଳି ଆଶ୍ଚର୍ଯ୍ୟଜନକ ଖବର । ଅଧିକ ପଢନ୍ତୁ

ଫିଲ୍ମ ଦେଖିବା ବେଳେ ଜଣଙ୍କର ମୃତ୍ୟୁ
ଫିଲ୍ମ ଦେଖିବା ବେଳେ ଜଣଙ୍କର ମୃତ୍ୟୁ

ମୁମ୍ବାଇ: ଅବତାର ୨ ( Avatar-The Way Of Water) ଦେଖିବା ସମୟରେ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶର କାକିନାଡା ଜିଲ୍ଲାର ପେଡ୍ଡାପୁରମ୍‌ ସହରରୁ ଆସିଛି ଏହିଭଳି ଆଶ୍ଚର୍ଯ୍ୟଜନକ ଖବର। ଉଲ୍ଲେଖନୀୟ ଯେ, ଲକ୍ଷ୍ମୀରେଡ୍ଡି ଶ୍ରୀନୁ ତାଙ୍କ ଭାଇ ରାଜୁଙ୍କ ସହ ପେଦ୍ଦାପୁରମରେ 'ଅବତାର: ଦ ୱେ ଅଫ ୱାଟର' ଦେଖିବାକୁ ଯାଇଥିଲେ। ଏହି ସମୟରେ ଶ୍ରୀନୁ ଫିଲ୍ମ ମଝିରେ ଟଳି ପଡ଼ିଥିଲେ। ତାଙ୍କ ସାନଭାଇ ରାଜୁ ତୁରନ୍ତ ତାଙ୍କୁ ଏକ ସରକାରୀ ଡାକ୍ତରଖାନାକୁ ନେଇଥିଲେ କିନ୍ତୁ ଡାକ୍ତରମାନେ ଶ୍ରୀନୁଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଲକ୍ଷ୍ମୀରେଡ୍ଡି ଶ୍ରୀନୁଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

2010 ରେ ଘଟିଥିଲା ଏହିଭଳି ଘଟଣା

ଉଲ୍ଲେଖଯୋଗ୍ୟ, ତାଇୱାନରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା। ବାସ୍ତବରେ, 2010 ରେ ମୁକ୍ତିଲାଭ କରିଥିବା ପ୍ରଥମ ଭାଗ 'ଅବତାର' ଦେଖିବାବେଳେ ଜଣେ 42 ବର୍ଷୀୟ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା। ଏହି ରିପୋର୍ଟ ଫ୍ରାନ୍ସ ପ୍ରେସ ଏଜେନ୍ସିରେ ପ୍ରକାଶିତ ହୋଇଥିଲା। ଡାକ୍ତରଙ୍କ କହିବାନୁସାରେ, ବ୍ୟକ୍ତିଙ୍କର ଉଚ୍ଚ ରକ୍ତଚାପ ଥିଲା । ଡାକ୍ତରମାନେ କହିଥିଲେ ଯେ, ଚଳଚ୍ଚିତ୍ର ଦେଖିବାଦ୍ବାରା ମନରେ ସୃଷ୍ଟି ହେଉଥିବା ଅତିରିକ୍ତ ଉତ୍କଣ୍ଠା ଏଭଳି ପରିସ୍ଥିତିର କାରଣ।

2009ରେ ଆସିଥିବା ଚଳଚ୍ଚିତ୍ର 'ଅବତାର' ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ​​। ନିର୍ମାତାଙ୍କ ଚିନ୍ତାଧାରା ଏବଂ ଷ୍ଟାର କାଷ୍ଟର କାର୍ଯ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରିକି ନିର୍ମାତାମାନେ ନିଜେ ଜାଣି ନଥିଲେ ଯେ ପାଣ୍ଡୋରା ଜଗତ ଲୋକମାନଙ୍କୁ ଏତେ ଆକର୍ଷିତ କରିପାରିବ। ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ 'ଅବତାର: ଦ ୱେ ଅଫ ୱାଟର' (Avatar-The Way Of Water) 16 ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଦ୍ୱିତୀୟ ଭାଗ ମଧ୍ୟ ଲୋକଙ୍କଠାରୁ ବହୁତ ଭଲ ପାଇବା ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.