ETV Bharat / entertainment

ଦୁର୍ଘଟଣା ପରେ ମଲାଇକା ଆରୋରାଙ୍କ ପୋଷ୍ଟ, ଲେଖିଲେ କୌଣସି ଫିଲ୍ମର ସିନ୍‌ଠୁ କମ୍‌ ନଥିଲା - ମଲାଇକା ଆରୋରା ଦୁର୍ଘଟଣା

ଅଭିନେତ୍ରୀ ମଲାଇକା ଆରୋରା ନିକଟରେ ଏକ ଗୁରୁତର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଆଜି ଶନିବାର (ଏପ୍ରିଲ 9) ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦୁର୍ଘଟଣାକୁ ମନେ ପକାଇ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢନ୍ତୁ

ଦୁର୍ଘଟଣା ପରେ ମଲାଇକା ଆରୋରାଙ୍କ ପୋଷ୍ଟ, ଲେଖିଲେ- କୌଣସି ଫିଲ୍ମର ସିନ୍‌ଠୁ କମ୍‌ ନଥିଲା

author img

By

Published : Apr 9, 2022, 4:41 PM IST

ହାଇଦ୍ରାବାଦ: ଅଭିନେତ୍ରୀ ମଲାଇକା ଆରୋରା ନିକଟରେ ଏକ ଗୁରୁତର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖୀ ହୋଇଯାଇଥିଲେ। ନିକଟରେ ଅଭିନେତ୍ରୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ଅଭିନେତ୍ରୀ ଘରେ ବିଶ୍ରାମ ନେଉଛନ୍ତି। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଆଜି ଶନିବାର (ଏପ୍ରିଲ 9) ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦୁର୍ଘଟଣାକୁ ମନେ ପକାଇ ତାଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି ମଲାଇକା ।

ଦୁର୍ଘଟଣା ପରେ ମଲାଇକା ଆରୋରାଙ୍କ ପୋଷ୍ଟ
ଦୁର୍ଘଟଣା ପରେ ମଲାଇକା ଆରୋରାଙ୍କ ପୋଷ୍ଟ

କ’ଣ ଲେଖିଛନ୍ତି ମଲାଇକା ?

ମଲାଇକା ଆରୋରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରି ଏକ ଲମ୍ବା ପୋଷ୍ଟ ଲେଖିଛନ୍ତି, 'ଗତ କିଛି ଦିନ ହେବ ସାମ୍ନାକୁ ଆସିଥିବା ଘଟଣା ବହୁତ ଆଶ୍ଚର୍ଯ୍ୟ କରିଥିଲା। ଯେତେବେଳେ ମୁଁ ଏହା ବିଷୟରେ ଚିନ୍ତା କରେ, ଏହା ଏକ ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଛି । ଦୁର୍ଘଟଣା ପରେ ମୋର ଅଭିଭାବକ ଏବଂ କର୍ମଚାରୀମାନେ ମୋର ଯତ୍ନ ନେଇଥିଲେ । ସେହି ଲୋକଙ୍କୁ ମଧ୍ୟ ଧନ୍ୟବାଦ, ଯେଉଁମାନେ ମୋତେ ଡାକ୍ତରଖାନାରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ । ମୋ ପରିବାର ମୋ ପାଖରେ ଥିଲେ ।

ମଲାଇକା ଆରୋରା ଆହୁରି ଲେଖିଛନ୍ତି, ' ଡାକ୍ତରମାନେ ମଧ୍ୟ ମୋର ଧ୍ୟାନ ରଖୁଥିଲେ। ମୋର ବନ୍ଧୁ, ପରିବାର, ମୋ ଟିମ, ମୋର ଇନଷ୍ଟା ଫ୍ୟାନ୍ସଙ୍କଠୁ ଯେଉଁ ଭଲପାଇବା ପାଇଛି ତାହା ମଧ୍ୟ ଅତୁଳନୀୟ । ଏହି ମୂହୁର୍ତ୍ତଗୁଡିକ ଏକ ଅନୁଭବ ନୁହେଁ ବରଂ ଏହା ମନେ ପକାଏ କି, ଜଣା ଅଜଣା ବ୍ୟକ୍ତିଙ୍କ ପାଇଁ ଆମେ କୃତଜ୍ଞ ହେବା ଉଚିତ। ମଲାଇକା ପୋଷ୍ଟର ଶେଷରେ ଲେଖିଛନ୍ତି, 'ମୁଁ ବର୍ତ୍ତମାନ ସୁସ୍ଥ ହେବାରେ ଲାଗିଛି ଏବଂ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି, ମୁଁ ଜଣେ ଫାଇଟର ଏବଂ ଶୀଘ୍ର ଫେରି ଆସିବି।'

ସୂଚନାଯୋଗ୍ୟ ଯେ, ଏପ୍ରିଲ୍ 2 ତାରିଖ ରାତିରେ ଅଭିନେତ୍ରୀ ଏକ ଗୁରୁତର ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ମୁମ୍ବାଇ ପୁଣେ ଏକ୍ସପ୍ରେସରେ ମଲାଇକାଙ୍କ କାର ଦୁର୍ଘଟଣା ଘଟିଥିଲା। ରିପୋର୍ଟକୁ ଅନୁଯାୟୀ ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲା ଖୋପୋଲି ଠାରେ ୩ଟି ଗାଡ଼ି ମୁହାମୁହିଁ ଧକ୍କା ହୋଇଥିଲା। ଏଥିରେ ମଲାଇକାଙ୍କ ଗାଡ଼ି ବି ଦୁର୍ଘଟଣା ଶିକାର ହୋଇଥିଲା ଏହି ଦୁର୍ଘଟଣାରେ ମଲାଇକା ସାମାନ୍ୟ ଆହତ ହୋଇଥିଲେ। ଏହା ପରେ ତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.