ETV Bharat / entertainment

'ମେଁ ଅଟଲ୍ ହୁଁ'ର ଟ୍ରେଲର ରିଲିଜ, ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ

Main Atal Hoon Trailer Release: ପଙ୍କଜ ତ୍ରିପାଠୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ମେଁ ଅଟଲ୍ ହୁଁ' ର ଟ୍ରେଲର ରିଲିଜ ହୋଇଯାଇଛି । ଏହା ଜାନୁଆରୀ 19ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମଟି ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ ଅଟେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 21, 2023, 9:01 AM IST

Updated : Dec 21, 2023, 10:58 AM IST

main atal trailer
main atal trailer

ମୁମ୍ବାଇ: ଦେଶର ସବୁଠାରୁ ପ୍ରିୟ ନେତା ମଧ୍ୟରୁ ଜଣେ ଅଟଳ ବିହାରୀ ବାଜପେୟୀ । ଜଣେ ଜନନାୟକ, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ତାଙ୍କର ଏହି ଯାତ୍ରାକୁ ଜୀବନ୍ତ ରଖିବା ପାଇଁ ଫିଲ୍ମ 'ମେଁ ଅଟଲ୍ ହୁଁ' ଫିଲ୍ମ ପ୍ରସ୍ତୁତ ହୋଇଛି । ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀ ଭାବରେ ନଜର ଆସିବେ । ଏହାର ଟ୍ରେଲର ନିର୍ମାତାମାନଙ୍କ ଗତକାଲି ଅର୍ଥାତ ଡିସେମ୍ବର 20ରେ ମୁକ୍ତିଲାଭ କରିଛନ୍ତି । ଏହି ଫିଲ୍ମ ଜାନୁଆରୀ 19ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ ହେବାକୁ ଯାଉଛି ।

  • " class="align-text-top noRightClick twitterSection" data="">

'ମେଁ ଅଟଲ୍ ହୁଁ'ର ଟ୍ରେଲର ରିଲିଜ ହୋଇଯାଇଛି । ଯେଉଁଥିରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଦିନରୁ ଆରମ୍ଭ କରି ଯୁବାବସ୍ଥା, ରାଜନୈତିକ କ୍ୟାରିୟର ତଥା ଭାରତକୁ ଏକ ମହାନ ରାଷ୍ଟ୍ରରେ ପରିଣତ କରିବା ପାଇଁ ତାଙ୍କର ଅବଦାନ ବିଷୟରେ ଦର୍ଶାଯାଇଛି । ଏହି ଫିଲ୍ମରେ ତାଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟ ବିଷୟରେ ଜାଣିବାକୁ ମିଳିବ । ଯାହା ହୁଏତ ଦେଶର ଅଧିକାଂଶଙ୍କୁ ଜଣା ନଥିବ ।

ତେବେ ଏହି ଫିଲ୍ମକୁ ନେଇ ପଙ୍କଜ ତ୍ରିପାଠୀ କହିଛନ୍ତି, 'ଫିଲ୍ମ ଅପେକ୍ଷା ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଅଭିନୟ କରିବାର ଯାତ୍ରା ମୋ ହୃଦୟର ନିକଟତର । ତାଙ୍କ ବ୍ୟକ୍ତିତ୍ୱ ପ୍ରକୃତରେ ମହାନ ଏବଂ ତାଙ୍କର ପ୍ରେରଣାଦାୟକ କାହାଣୀକୁ ଦୁନିଆ ସାମ୍ନାକୁ ଆଣିଥିବାରୁ ଗୌରାବ ଅନୁଭବ କରୁଛି । ଆଶା କରୁଛି ଯେ ଅଟଳବିହାରୀଙ୍କ ବାୟୋପିକକୁ ବଡ଼ ପରଦାରେ ଆଣିବା ପାଇଁ ଆମର ପ୍ରୟାସକୁ ଦର୍ଶକମାନେ ପ୍ରଶଂସା କରିବେ ।

ଏହା ମଧ୍ୟ ପଢନ୍ତୁ- 'ଆନିମଲ ପାର୍କ': ଏହି ଦିନରୁ ଆରମ୍ଭ ସୁଟିଂ, ୩ୟ ଭାଗ ବି ଆସିବା ନେଇ ହିଣ୍ଟ୍‌ ହେଲ ସନ୍ଦୀପ

ଏହା ମଧ୍ୟ ପଢନ୍ତୁ- 'ଡଙ୍କି'କୁ ଫଛରେ ପକାଇଲା 'ସାଲାର', ରିଲିଜ ପୂର୍ବରୁ ୧୪ କୋଟିରୁ ଅଧିକ ଆୟ କଲା ପ୍ରଭାସଙ୍କ ଫିଲ୍ମ

ସେହିପରି ଫିଲ୍ମ ନିର୍ମାତା ସନ୍ଦୀପ ସିଂ କହିଛନ୍ତି, 'ଲୋକମାନେ କୁହନ୍ତି ଯେ, ମୁଁ ଅନେକ ବାୟୋପିକ୍ ତିଆରି କରୁଛି। କିନ୍ତୁ ମେରି କମ, ଅଲିଗଡ, ସରବଜିତ୍ ଏବଂ ଝୁଣ୍ଡ ବ୍ୟତୀତ 'ମେଁ ଅଟଲ୍ ହୁଁ' ଅଧିକ ସ୍ବତନ୍ତ୍ର ରହିଛି । କାରଣ ସମସ୍ତେ ଅନୁଭବ କରନ୍ତି ଯେ ଅଟଳ ବିହାରୀ ହେଉଛନ୍ତି ପରିବାରର ଏକ ଅଂଶ। ସେ ହେଉଛନ୍ତି ଏକମାତ୍ର ରାଜନେତା ଯିଏକି ସାରା ବିଶ୍ୱକୁ ପସନ୍ଦ କରନ୍ତି । ତେବେ 2024 ମେ' ମାସ 19 ତାରିଖରେ 'ମେଁ ଅଟଲ୍ ହୁଁ' ବଡ଼ ପରଦାରେ ମୁକ୍ତିଲାଭ କରିବ ।

Last Updated : Dec 21, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.