ହାଇଦ୍ରାବାଦ: ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' (Emergency)ରୁ ଆଉ ଜଣଙ୍କର ଲୁକ୍ ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରରେ କଙ୍ଗନା ନିଜେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହାପୂର୍ବରୁ ଅନୁପମ ଖେର 'ଜୟପ୍ରକାଶ ନାରାୟଣ' ଏବଂ ଶ୍ରେୟସ ତଲପଡେଙ୍କ 'ଅଟଳ ବିହାରୀ ବାଜପେୟୀ'ର ଚରିତ୍ର ସାମ୍ନାକୁ ଆସିଥିଲା । ଏବେ ଫିଲ୍ମରୁ ମହିମା ଚୌଧୁରୀଙ୍କ ଫାଷ୍ଟ ଲୁକ୍ (First Look OUT) ସାମ୍ନାକୁ ଆସିଛି । ଏହି ଫିଲ୍ମରେ ମହିମା ପୁପୁଲ ଜୟକର (Mahima Chaudhary as Pupul Jayakar)ଙ୍କ ଭୂମିକାରେ ନଜର ଆସିବେ ।
- " class="align-text-top noRightClick twitterSection" data="
">
ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ ମିଡିଆରେ ଫିଲ୍ମ 'ଏମରଜେନ୍ସି' (Emergency)ରୁ ମହିମା ଚୌଧୁରୀଙ୍କ ପ୍ରଥମ ଲୁକ୍ ସେୟାର କରି ଲେଖିଛନ୍ତି, 'ମହିମା ଚୌଧୁରୀଙ୍କୁ ଏହି ରୂପରେ ଉପସ୍ଥାପନା କରୁଛୁ, ଯିଏ ଏହି ସବୁ ଦେଖିଛନ୍ତି ଏବଂ ଦୁନିଆ ପାଇଁ ଆଇରନ୍ ଲେଡିଙ୍କୁ ସବୁଠୁ ଉପରେ, #PupulJayakar ବନ୍ଧୁ, ଲେଖିକା ଏବଂ ବିଶ୍ୱାସୀ ।
ପ୍ରଶଂସା କରୁଛନ୍ତି ପ୍ରଶଂସକ
- " class="align-text-top noRightClick twitterSection" data="
">
ମହିମା ଚୌଧୁରୀଙ୍କ ଲୁକ୍ ସୋସିଆଲ ମିଡିଆରେ ଆସିବା ମାତ୍ରେ ହିଁ ଲୋକପ୍ରିୟ ହୋଇଯାଇଛି । ତାଙ୍କ ଏହି ଲୁକ୍ ଦ୍ୱାରା ପ୍ରଶଂସକମାନେ ବହୁତ ପ୍ରଭାବିତ ହୋଇଛନ୍ତି । କଙ୍ଗନାଙ୍କ ଏହି ପୋଷ୍ଟରେ ପ୍ରଶଂସକମାନେ ପ୍ରେମ ବର୍ଷା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ମୁଁ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛି ।' ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ବିଶ୍ବାସ ହେଉ ନାହିଁ କି ଇଏ ମହିମା ଚୌଧୁରୀ, କଳାକାର ଏବଂ ସମଗ୍ର ଟିମ୍କୁ ସଲାମ।'
ଉଲ୍ଲେଖନୀୟ ଯେ, ମହିମା ଚୌଧୁରୀ ଶାହାରୁଖ ଖାନଙ୍କ ସହ ଫିଲ୍ମ 'ପରଦେସ୍' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ନିକଟରେ ଅଭିନେତ୍ରୀ କର୍କଟ ରୋଗରେ ପୀଡିତ ଥିବା ନେଇ ନିଜେ ଖୁଲାସା କରିଥିଲେ। ବର୍ତ୍ତମାନ ଅଭିନେତ୍ରୀ ସ୍ତନ କର୍କଟରୁ ମୁକ୍ତି ପାଇଛନ୍ତି । 6 ବର୍ଷ ପୁଣି କମ୍ବ୍ୟାକ୍ କରିଛନ୍ତି ମହିମା । ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ଡାର୍କ ଚକୋଲେଟ୍ (2016) ରେ ଦେଖିବାକୁ ମିଳିଥିଲା ।