ETV Bharat / entertainment

Birthday Special: ପ୍ରଥମ ଦେଖାରେ ବିଦ୍ୟାଙ୍କୁ ହୃଦୟ ଦେଇ ବସିଥିଲେ ସିଦ୍ଧାର୍ଥ

author img

By

Published : Aug 2, 2022, 11:20 AM IST

ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁର ଆଜି ଜନ୍ମଦିନ । ଏହି ଅବସରରେ ଆସନ୍ତୁ ଜାଣିବା ସିଦ୍ଧାର୍ଥ ଏବଂ ବିଦ୍ୟା ବାଲାନଙ୍କର ଲଭ୍‌ ଷ୍ଟୋରୀ ସମ୍ପର୍କରେ । ଅଧିକ ପଢନ୍ତୁ

ପ୍ରଥମ ଦେଖାରେ ବିଦ୍ୟା ବାଲାନ୍‌ଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ସିଦ୍ଧାର୍ଥ

ହାଇଦ୍ରାବାଦ: ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ଚଳଚ୍ଚିତ୍ର ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସ୍ୱାମୀ ସିଦ୍ଧାର୍ଥ ରୟ କପୁର ମଧ୍ୟ ଜଣେ ସଫଳ ବ୍ୟବସାୟୀ । ଆଜି ତାଙ୍କର ଜନ୍ମଦିନ (Happy Birthday Siddharth Roy Kapur) । 2 ଅଗଷ୍ଟ 1974ରେ ମୁମ୍ବାଇରେ ଜନ୍ମ ହୋଇଥିବା ସିଦ୍ଧାର୍ଥ ଏକ ଚଳଚ୍ଚିତ୍ର ପରିବାରର ଅଟନ୍ତି । ତାଙ୍କ ମାଆ ଶାଲୋମି ରୟ କାପୁର ଜଣେ ପୂର୍ବତନ ମିସ୍ ଇଣ୍ଡିଆ। ତାଙ୍କର ଦୁଇ ଭାଇ ଅଛନ୍ତି- କୁଣାଲ ରୟ କାପର, ଆଦିତ୍ୟ ରୟ କାପୁର । ଉଭୟ ଫିଲ୍ମ ଅଭିନେତା ଭାବରେ ବଲିଉଡରେ ସକ୍ରିୟ ଅଛନ୍ତି ।

ସେ ରୟ କପୁର ଫିଲ୍ମସର ପ୍ରତିଷ୍ଠାତା ଅଟନ୍ତି । ଏହା ସହିତ ସେ 'ପିହୁ', 'ଦଙ୍ଗଲ', 'ସତ୍ୟାଗ୍ରହ', 'ଚେନ୍ନାଇ ଏକ୍ସପ୍ରେସ', 'ହିରୋଇନ୍', 'ବର୍ଫି' ଭଳି ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ସିଦ୍ଧାର୍ଥ ଜଣେ ଇଣ୍ଟର୍ନ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ କିନ୍ତୁ ଆଜି ସେ କୋଟି କୋଟିର ମାଲିକ ଅଟନ୍ତି ।

ଇଣ୍ଟର୍ନ ଭାବରେ କ୍ୟାରିଅର୍ ଆରମ୍ଭ

ସିଦ୍ଧାର୍ଥ ରୟ କପୁରଙ୍କ ପ୍ରଥମ କାମ UTV ସହିତ ଥିଲା । ଏହା 1994 ମସିହା କଥା । ସେହି ସମୟରେ ଏହି କମ୍ପାନୀ ରୋନି ସ୍କ୍ରୁଭାଲାଙ୍କ ହାତରେ ଥିଲା । ସିଦ୍ଧାର୍ଥ ଏଠାରେ ଜଣେ ଇଣ୍ଟର୍ନ ଭାବରେ ଆବେଦନ କରିଥିଲେ । ସେ ମାସକୁ 2000 ଟଙ୍କା ପାଉଥିଲେ। ରୋନି ସ୍କ୍ରୁଭାଲାଙ୍କ ସହ ସେ କମ୍ପାନୀକୁ ଆଗକୁ ନେବା ସହ ଜଡିତ ଷ୍ଟ୍ରାଟଜିରେ କାମ କରିଥିଲେ । ଏହା ପରେ ସେ ଏମବିଏ କରିଥିଲେ । ଏମବିଏ ପରେ ସିଦ୍ଧାର୍ଥ ପ୍ରୋକ୍ଟର ଆଣ୍ଡ ଗେମ୍ବଲରେ ଯୋଗ ଦେଇଥିଲେ ଏବଂ ପରେ ଷ୍ଟାର ଟିଭିର ହଂକଂ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ଏଠାରେ ସେ ଷ୍ଟାର ଟିମ୍‌ର ସବୁଠୁ କନିଷ୍ଠ ଉପ ସଭାପତିମାନଙ୍କ ମଧ୍ୟରୁ ଜଣେ ହେଲେ ।

ସିଦ୍ଧାର୍ଥ ତିନୋଟି ବିବାହ କରିଥିଲେ

ବିଦ୍ୟା ବାଲାନ୍ ସିଦ୍ଧାର୍ଥ ରୟ କାପୁରଙ୍କ ତୃତୀୟ ପତ୍ନୀ । ସିଦ୍ଧାର୍ଥ ତାଙ୍କର ପିଲାଦିନର ବନ୍ଧୁ ଆରତୀ ବଜାଜଙ୍କୁ ପ୍ରଥମ ଥର ବିବାହ କରିଥିଲେ। ତେବେ ଏହି ବିବାହ ବେଶୀ ଦିନ ତିଷ୍ଠି ରହିଲା ନାହିଁ ଏବଂ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଥିଲେ । ଆରତୀ ବଜାଜଙ୍କ ପରେ ସିଦ୍ଧାର୍ଥ ଟିଭି ନିର୍ମାତା କବିତାଙ୍କୁ ବିବାହ କରିଥିଲେ । ସେମାନଙ୍କର ବିବାହ ମଧ୍ୟ ସଫଳ ହୋଇପାରିଲା ନାହିଁ ଏବଂ 2011 ମସିହାରେ କବିତା ଏବଂ ସିଦ୍ଧାର୍ଥ ଛାଡପତ୍ର ହୋଇ ଅଲଗା ହୋଇଗଲେ । ଏହା ପରେ ସିଦ୍ଧାର୍ଥ ବିଦ୍ୟାଙ୍କୁ ହୃଦୟ ଦେଇ ବସିଲେ । ବିଦ୍ୟାଙ୍କୁ ବିବାହ କରିବାକୁ ମନାଇବା ପାଇଁ ସିଦ୍ଧାର୍ଥଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥିଲା ।

ବିଦ୍ୟା ଏବଂ ସିଦ୍ଧାର୍ଥଙ୍କ ସାକ୍ଷାତ ?

ବିଦ୍ୟା ବାଲାନ୍ ଏବଂ ସିଦ୍ଧାର୍ଥ ରୟ କପୁରଙ୍କର ପ୍ରଥମ ଥର ଫିଲ୍ମଫେୟାର ଆଓ୍ବାର୍ଡର ବ୍ୟାକ୍‌ଷ୍ଟେଜ୍‌ରେ ସାକ୍ଷାତ ହୋଇଥିଲା । ବିଦ୍ୟା ବାଲାନ୍‌ଙ୍କୁ ପ୍ରଥମ ଦେଖାରେ ହିଁ ହୃଦୟ ଦେଇ ବସିଥିଲେ ସିଦ୍ଧାର୍ଥ । ଏହା ପରେ କରଣ ଜୋହର ମଧ୍ୟ ଉଭୟଙ୍କର ସାକ୍ଷାତ କରାଇଥିଲେ । କରଣ ଜୋହର ଉଭୟଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ । ଉଭୟ ସିଦ୍ଧାର୍ଥ ଏବଂ ବିଦ୍ୟା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ଜଣାଶୁଣା ଥିଲେ, ତେଣୁ ବାହାରେ ଅଧିକ ସାକ୍ଷାତ କରିବା ସମ୍ଭବ ନଥିଲା । ଏହି କାରଣରୁ ଉଭୟେ ଭେଟାଭେଟି କମ୍‌, କଥାବାର୍ତ୍ତା ଅଧିକ ହେଉଥିଲେ । ଏହିପରି, ଉଭୟର ନିକଟତରତା ଧୀରେ ଧୀରେ ବଢି ଚାଲିଲା । 2012 ଡିସେମ୍ବର 14 ରେ ସିଦ୍ଧାର୍ଥଙ୍କ ସହ ବିଦ୍ୟା ବିବାହ ବନ୍ଧନରେ ବାନ୍ଧି ହେଲେ । ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଅବସ୍ଥିତ ଗ୍ରୀନ୍ ଗିଫ୍ଟ ନାମକ ଏକ ବଙ୍ଗଳାରେ ଉଭୟ ବିବାହ କରିଥିଲେ । ଏକ ବ୍ୟକ୍ତିଗତ ସମାରୋହରେ ସେମାନେ ବିବାହ କରିଥିଲେ, ଯେଉଁଥିରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.