ETV Bharat / entertainment

KKଙ୍କୁ ମନେପକାଇ ଭାବବିହ୍ବଳ ଝିଅ ତମାରା, ଲେଖିଲେ କୋହଭରା ପୋଷ୍ଟ

author img

By

Published : Jun 20, 2022, 3:41 PM IST

ପିତୃ ଦିବସ (father's day 2021) ରେ କେକେଙ୍କ ଝିଅ ତମାରା ତାଙ୍କ ପିତାଙ୍କ ସ୍ମୃତିରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ତାମରା ଲେଖିଛନ୍ତି, ମୁଁ ତୁମକୁ ମିସ୍‌ କରିଛି ପାପା । ଅଧିକ ପଢନ୍ତୁ

କେକେଙ୍କୁ ମନେପକାଇ ଭାବପ୍ରବଣ ହେଲେ ଝିଅ ତମାରା, ଲେଖିଲେ ଏମିତି

ମୁମ୍ବାଇ: ତୁମ ବିନା ଜୀବନଟା ଅନ୍ଧକାରମୟ ପାପା, ତୁମେ ସବୁଠୁ ଭଲ ପାପା ଥିଲ, ଯିଏ ଘରକୁ ଆସିବା ପରେ ଆମକୁ ବହୁତ ଭଲପାଇବା ଦେଉଥିଲେ, ମୁଁ ବହୁତ ତୁମକୁ ମିସ୍‌ କରୁଛି, ତୁମ ସହ ଖାଇବାକୁ ବି ମିସ୍‌ କରୁଛି ପାପା....ଏହି ଭାବପ୍ରବଣ ନୋଟ୍‌ ପଢିଲେ ଆପଣଙ୍କ ଆଖିରୁ ବି ଝରିପଡିବ ଲୁହ । ଲୋକପ୍ରିୟ କଣ୍ଠଶିଳ୍ପୀ କିଷ୍ଣକୁମାର କୁନ୍ନଥ ଓରଫ କେକେ ହରାଇ କେବଳ ପରିବାର ଲୋକ ନୁହେଁ, ଏବେ ବି ସାରା ଦେଶ କାନ୍ଦୁଛି।

ଗତକାଲି ବିଶ୍ବ ପିତୃ ଦିବସ ଅବସରରେ ବାପାଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ୍‌ ଲେଖିଛନ୍ତି କେକେଙ୍କ ଝିଅ ତମାରା । ତମାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ କରିଥିବା ପୋଷ୍ଟ୍‌ରେ ଲେଖିଛନ୍ତି, 'ମୁଁ ତୁମକୁ ମିସ୍‌ କରିଛି ପାପା । ତୁମ ସହ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ୍ତକୁ ମୁଁ ମନେ ପକାଇ କାନ୍ଦୁଛି, ଯେତେବେଳେ ଆମେ ଏକାଠି ହସୁଥିଲୁ । ମୁଁ ଆମର ରୋଷେଇ ଘରେ ଥିବା ସିକ୍ରେଟ ସ୍ନାକିଂକୁ ମନେ ପକାଉଛି, କେବଳ ଏତିକି ନୁହେଁ ମୁଁ ମୋର ଫାର୍ଟିଂ ପ୍ରତିଯୋଗିତାକୁ ବି ମିସ୍‌ କରୁଛି, ମୁଁ ସେହି ମୁହୂର୍ତ୍ତକୁ ମିସ୍ କରୁଛି, ଯେତେବେଳେ ମୁଁ ମୋର ମ୍ୟୁଜିକ ଆଇଡିଆ ଦେଖାଉଥିଲି, ତୁମ ପ୍ରତିକ୍ରିୟା ଏବଂ ତୁମର ହାତ ଧରିବା ସବୁ କିଛି ମିସ୍‌ କରୁଛି ।'

ତମାରା ଆହୁରି ଲେଖିଛନ୍ତି, 'ତୁମେ ଆମକୁ ନିରାପଦ, ଖୁସି, ଭଲ ପାଇବା ଏବଂ ଭାଗ୍ୟବାନ ମନେ କରିଛ, ଦୁନିଆରେ ତୁମ ପରି ଲୋକ ଆବଶ୍ୟକ, ତୁମେ ଚାଲିଗଲ, କିନ୍ତୁ ଆଜି ବି ଲାଗୁନି କି ତୁମେ ନାହଁ, ତୁମର ନିଃସ୍ବାର୍ଥପର ଭଲପାଇବା ଆମକୁ ମଜବୁତ କରୁଥିଲା, ତୁମ ଭଲପାଇବାରେ ଦୃଢ ଶକ୍ତି ଥିଲା। ମୁଁ, ନକୁଲ ଏବଂ ମମି ପ୍ରତିଦିନ ଏପରି କାମ କରୁଛୁ ଯେଉଁଥିରେ ତୁମେ ଗର୍ବ ଅନୁଭବ କରିବ, ଆମେ ପ୍ରତ୍ୟେକ ଦିନ ପରସ୍ପରର ଧ୍ୟାନ ରଖୁଛୁ, ଯେମିତି ତୁମେ ରଖୁଥିଲ । ପୁରା ଦୁନିଆର ସବୁଠୁ ଭଲ ପାପାଙ୍କୁ ପିତୃ ଦିବସର ଶୁଭକାମନା, ତୁମକୁ ଆମେ ବହୁତ ଭଲ ପାଉ...ମୁଁ ପ୍ରତିଦିନ ତୁମକୁ ମନେ ପକାଇବି, କାରଣ ମୁଁ ଜାଣେ ତୁମେ ଆମ ସହ ଅଛ।'

ଉଲ୍ଲେଖଯୋଗ୍ୟ ଯେ, ମେ' 31, 2022 ରାତି ପ୍ରାୟ 12 ପାଖାପାଖି କୋଲାକାତାର ଏକ କଲେଜରେ ଲାଇଭ କନସର୍ଟ ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ କେକେ । ପରେ ସେ ସୋ' ସାରି ସେ ନିଜ ହୋଟେଲକୁ ଯାଇଥିଲେ ଓ ସେଠାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ କେକେଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ କେକେଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.