ହାଇଦ୍ରାବାଦ: ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି ଲଳିତ ମୋଦି । ‘ବନ୍ଧୁତ୍ବ ଗାଢ଼ ହେଲେ ଏବଂ ସମୟ ସାଥ ଦେଲେ କିଛି ବି ଚମତ୍କାର ଘଟିପାରେ’ ବୋଲି କହିଛନ୍ତି ପୂର୍ବତନ ଆଇପିଏଲ୍ ଚେୟାରମ୍ୟାନ୍ ତଥା ବ୍ୟବସାୟୀ ଲଳିତ ମୋଦି । ସୁସ୍ମିତା ସେନ୍ ଏବଂ ଲଳିତ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏବେ ସବୁଠି ଚର୍ଚ୍ଚା । ଯେବେଠୁ ଲଳିତ ମୋଦି ନିଜ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି, ସେବେଠୁ ସୁସ୍ମିତା ସେନ୍ କ୍ରମାଗତ ଭାବରେ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ଟାର୍ଗେଟରେ ରହି ଆସୁଛନ୍ତି । ଏମିତି କି ତାଙ୍କୁ 'ଗୋଲ୍ଡ ଡିଗର୍' କୁହାଯାଉଛି ।
ସୁସ୍ମିତା ସେନଙ୍କ ସହ ଥିବା କିଛି ଫଟୋକୁ ଲଲିତ ମୋଦି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କର ସମ୍ପର୍କର ଖୁଲାସା ହୋଇଥିଲା । ଏହାପରେ ସୋସିଆଲ ମିଡ଼ିଆ ୟୁଜର୍ସ ଉଭୟଙ୍କ ବୟସ ପାର୍ଥକ୍ୟକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଥିବାବେଳେ କେତେକ ସୁସ୍ମିତାଙ୍କୁ 'ଗୋଲ୍ଡ ଡିଗର୍' ବୋଲି କହୁଛନ୍ତି । ତେବେ ସୁସ୍ମିତା ସେନ୍ ଟ୍ରୋଲରମାନଙ୍କୁ ଉପଯୁକ୍ତ ଜବାବ୍ ଦେଇଛନ୍ତି । ବର୍ତ୍ତମାନ ଲଲିତ ମୋଦି ଏହି ଘଟଣାରେ ମୁହଁ ଖୋଲିଛନ୍ତି ଏବଂ ଏକ ଲମ୍ବା ନୋଟ୍ ଲେଖି ଟ୍ରୋଲରଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଲଳିତ ମୋଦି ଇନଷ୍ଟାଗ୍ରାମରେ କିଛି ଫଟୋ ସହିତ ଏକ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ଗଣମାଧ୍ୟମ ମୋତେ ଟ୍ରୋଲ କରିବାରେ ଏତେ ବ୍ୟସ୍ତ କାହିଁକି, ମୋତେ ବୋଧହୁଏ ଚାରିଟି ଭୁଲ ଉପାୟରେ ଟ୍ୟାଗ୍ କରାଯାଇଛି, ମୁଁ ଭାବୁଛି ଆମେ ଏବେ ବି ମଧ୍ୟ ଯୁଗରେ ବଞ୍ଚୁଛୁ, କ'ଣ ଦୁଇ ଜଣ ବନ୍ଧୁ ହୋଇପାରିବେ ନାହିଁ ? ଯଦି କେମେଷ୍ଟ୍ରି ଠିକ୍ ଅଛି ଏବଂ ସମୟ ଠିକ୍ ଅଛି, ତାହେଲେ କିଛି ବି ଚମତ୍କାର ଘଟିପାରେ, ମୋର ପରାମର୍ଶ ହେଉଛି, ବଞ୍ଚନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ବଞ୍ଚିବାକୁ ଦିଅନ୍ତୁ, ସଠିକ୍ ଖବର ଲେଖନ୍ତୁ, #donaldtrump ଷ୍ଟାଇଲ #Fakenews ପରି ନୁହେଁ ।
ଏହା ବି ପଢନ୍ତୁ: ସୁସ୍ମିତା ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତସ୍ଲିମା, କହିଲେ ଅର୍ଥ ତାଙ୍କୁ କିଣି ନେଲା
ପୂର୍ବ ପତ୍ନୀ ମୀନଲଙ୍କୁ ନେଇ ହୋଇଥିବା ଗୁଜବର ସ୍ପଷ୍ଟୀକରଣ ଦେଇ ସେ ଲେଖିଛନ୍ତି, 'ତାଙ୍କ ପତ୍ନୀ ମୀନଲ ମୋଦି ତାଙ୍କ ମାଆଙ୍କ ବନ୍ଧୁ ନଥିଲେ, କିନ୍ତୁ ତାଙ୍କ ଭିତରେ ବନ୍ଧୁତା ଥିଲା । ଲଳିତ କହିଛନ୍ତି, '୧୨ ବର୍ଷର ବୈବାହିକ ଜୀବନରେ ସେ ମୋର ଶ୍ରେଷ୍ଠ ବନ୍ଧୁ ଥିଲେ, ମୋ ମାଆଙ୍କର ନୁହେଁ । ଖୁସି ହୁଅ ଯେତେବେଳେ କେହି ଜଣେ ସମୃଦ୍ଧ ହୁଏ କିମ୍ବା ତାଙ୍କ ଦେଶ ପାଇଁ ଭଲ କରେ, ମୁଁ ମୋ ମୁଣ୍ଡକୁ ସମସ୍ତଙ୍କ ଠାରୁ ଉଚ୍ଚରେ ରଖେ, ତଥାପି, ଆପଣ ମୋତେ 'ପଳାତକ' ବୋଲି କହୁଛନ୍ତି ... ମୋତେ କୁହନ୍ତୁ କେଉଁ କୋର୍ଟ ମୋତେ ଦୋଷୀ ସାବ୍ୟସ୍ତ କରିଛି, କେହି ନୁହେଁ... ଲଜ୍ୟା ଆସୁଛି ଫେକ୍ ମିଡିଆ ଉପରେ । ମୁଁ ଯାହା ସୃଷ୍ଟି କରିଛି, ତାହା ଦେଶକୁ ଉପହାର ଦେଇଛି’ ବୋଲି ସେ କହିଛନ୍ତି।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ