ETV Bharat / entertainment

KWK7: ସେକ୍ସ ଲାଇଫକୁ ନେଇ ପ୍ରଶ୍ନ କଲେ କରଣ, ଜବାବ ଦେଇ ମୁହଁ ବନ୍ଦ କରିଦେଲେ ବେବୋ

ପ୍ରୋମୋରେ କରଣ କରୀନାଙ୍କୁ ତାଙ୍କ ସେକ୍ସ ଲାଇଫ୍‌ କିପରି ଚାଲିଛି ବୋଲି ପଚାରିଛନ୍ତି । ଏହି ପ୍ରଶ୍ନର ଜବାବ ଦେଇ କରୀନା କରଣଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 3, 2022, 6:33 AM IST

କେମିତି ଚାଲିଛି କରିନାଙ୍କ ସେକ୍ସ ଲାଇଫ୍‌ ? ଜବାବ୍‌ ଦେଇ କରଣଙ୍କ ମୁହଁ ବନ୍ଦ କଲେ ଅଭିନେତ୍ରୀ

ହାଇଦ୍ରାବାଦ: ଚର୍ଚ୍ଚାରେ ରହିଛି କରଣ ଜୋହରଙ୍କ ଚାଟ୍ ସୋ' କଫି ଓ୍ବିଥ୍‌ କରଣ (koffee with karan 7) । ଏଥର ଏକ ନୂଆ ଏପିସୋଡ୍‌ରେ ଆଗାମୀ ଫିଲ୍ମ ଲାଲ ସିଂ ଚଢା ଷ୍ଟାର କାଷ୍ଟ କରିନା କପୁର ଏବଂ ଅମିର ଖାନ ନଜର ଆସିବେ । ଏହି ଏପିସୋଡର ପ୍ରୋମୋ ସାମ୍ନାକୁ ଆସିଥିବାବେଳେ ଏଥିରେ ଅନେକ ଖୁଲାସା ହୋଇଥିବା ମଧ୍ୟ କୁହାଯାଇଛି । ପ୍ରୋମୋରେ କରଣ କରୀନାଙ୍କୁ ତାଙ୍କ ସେକ୍ସ ଲାଇଫ୍‌ କିପରି ଚାଲିଛି ବୋଲି ପଚାରିଛନ୍ତି । କେବଳ ସେତିକି ନୁହେଁ, ଏହି ପ୍ରଶ୍ନର ଜବାବ ଦେଇ କରୀନା କରଣଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

କରୀନାଙ୍କ ସେକ୍ସ ଲାଇଫ୍‌ କେମିତି ଚାଲିଛି ?

କଫି ଓ୍ବିଥ୍‌ କରଣର ପଞ୍ଚମ ଏପିସୋଡରେ ଅମିର ଖାନ ଏବଂ କରିନା କପୁର ଖାନ ଆସୁଛନ୍ତି । ପ୍ରୋମୋ ଆରମ୍ଭରେ କରଣ କରିନାଙ୍କୁ ପଚାରିଛନ୍ତି ଯେ, ଦୁଇ ସନ୍ତାନ ଜନ୍ମ କରିବା ପରେ ସେକ୍ସ ଲାଇଫ୍‌ ଭଲ ହୋଇଥାଏ କି ନାହିଁ ? ଏହା ପରେ କରିନା କହିଛନ୍ତି ଯେ, ତୁମକୁ ଜଣା ନାହଁ ? କରିନାଙ୍କ ଜବାବ ଶୁଣି କରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ କରିନା ସବୁବେଳେ ନିଜର ଚତୁର ପ୍ରତିକ୍ରିୟା ପାଇଁ ଜଣାଶୁଣା ଏବଂ ସେ ଏଠାରେ ମଧ୍ୟ ସମାନ କାମ କରିଛନ୍ତି ।

ଏହି ପ୍ରଶ୍ନ ମଝିରେ ଅମିର ମଧ୍ୟ କରଣଙ୍କୁ କମେଣ୍ଟ ମାରିିଛନ୍ତି । କରିନାଙ୍କୁ ତାଙ୍କ ସେକ୍ସ ଲାଇଫ୍‌ ଉପରେ ପ୍ରଶ୍ନ କରିବା ମାତ୍ରେ କରଣ କହିଛନ୍ତି ଯେ, ତାଙ୍କ ମାଆ ମଧ୍ୟ ଏହି ସୋ ଦେଖନ୍ତି, ଏହି ସମୟରେ ଅମିର କହିଛନ୍ତି ଯେ, ଯେତେବେଳେ କରଣ ଅନ୍ୟମାନଙ୍କୁ ତାଙ୍କ ସେକ୍ସ ଲାଇଫ୍‌ ବିଷୟରେ ପ୍ରଶ୍ନ କରନ୍ତି, ସେତେବେଳେ କ'ଣ ତାଙ୍କ ମାଆ ଏହି ସୋ' ଦେଖନ୍ତିନି ? ଏହା ପରେ କରଣଙ୍କ ମୁହଁ ପୂରାପୂରା ବନ୍ଦ ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.