ETV Bharat / entertainment

କଫି ୱିଥ କରନ ସିଜନ ୮: ଦୀର୍ଘ ଦିନ ପରେ କାଉଚ୍‌କୁ ଫେରିଲେ ବରୁଣ-ସିଦ୍ଧାର୍ଥ - ବରୁଣ ଧୱନ

ଚର୍ଚ୍ଚାରେ ଲୋକପ୍ରିୟ ଚାଟ୍‌ ଶୋ' କଫି ୱିଥ କରନ । ଦୀର୍ଘ ଦିନ ପରେ କାଉଚ୍‌କୁ ଫେରିଲେ ବରୁନ ଧୱନ ଓ ସିଦ୍ଧାର୍ଥ ମଲହୋତ୍ରା । ଅଧିକ ପଢନ୍ତୁ

Koffee With Karan Season 8
Koffee With Karan Season 8
author img

By ETV Bharat Odisha Team

Published : Nov 19, 2023, 10:01 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ କରନ ଜୋହରଙ୍କ ଚାଟ୍‌ ଶୋ' କଫି ୱିଥ କରନ ସିଜନ ୮ ପୁଣି ଚର୍ଚ୍ଚାରେ । କାରଣ ଶୋ'କୁ ସେଲିବ୍ରିଟି ଯୋଡ଼ି ଆଣି ଏହାକୁ ଅଧିକ ରୋଚକ କରିଛନ୍ତି ମେକର୍ସ । ବହୁ ଦିନ ପରେ କାଉଚ୍‌ରେ ନଜର ଆସିବାକୁ ଯାଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧୱନ ଓ ସିଦ୍ଧାର୍ଥ ମଲହୋତ୍ରା । ଏହି ସିଜନର ୪ଟି ଏପିସୋଡ ପ୍ରସାରିତ ହୋଇଥିବା ବେଳେ ଦର୍ଶକଙ୍କୁ ଆହୁରି ମନୋରଞ୍ଜନ ଯୋଗାଇବାକୁ ମେକର୍ସ ଟପ୍‌ ସେଲିବ୍ରିଟି ଯୋଡ଼ିଙ୍କ ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହି ୨ ଅଭିନେତାଙ୍କ ଏପିସୋଡର ପ୍ରୋମୋ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଦର୍ଶକ ଏହାକୁ ଖୁବ ପସନ୍ଦ କରିଛନ୍ତି । ଏହି ଏପିସୋଡକୁ ଦେଖିବା ଲାଗି ଦର୍ଶକଙ୍କ ମନରେ ଉତ୍ସାହ ଭରି ଯାଇଛି ।

ଏହି ଚାଟ୍‌ ଶୋ'ର ହୋଷ୍ଟ ଇତି ମଧ୍ୟରେ କେତୋଟି ପ୍ରୋମୋର ରିଭେଲ୍‌ କରିଛନ୍ତି । ଯେଉଁଥିରେ ଆଗକୁ ନଜର ଆସିବାକୁ ଯାଉଛନ୍ତି ସିଦ୍ଧାର୍ଥ ମଲହୋତ୍ରା, ବରୁଣ ଧୱନ, ଭିକି କୌଶଲ, ରାଣୀ ମୁଖାର୍ଜୀ, କାଜୋଲ ଦେବଗନ, ଜାହ୍ନବୀ କପୁର ଓ ଅଜୟ ଦେବଗନ । ତେବେ ଆଗାମୀ ଏପିସୋଡରେ ସିଦ୍ଧାର୍ଥ ମଲହୋତ୍ରା ଓ ବରୁଣ ଧୱନଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି୨ ୟଙ୍ଗଷ୍ଟାରଙ୍କ ବାର୍ତ୍ତାଳାପ ବେଶ ରୋମାଞ୍ଚକର ହେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । ସେପଟେ ବହୁ ଦିନ ପରେ ଏହି କାଉଚ୍‌କୁ ବରୁଣ ଧୱନ ଓ ସିଦ୍ଧାର୍ଥ ମଲହୋତ୍ରା ଫେରିଛନ୍ତି ।

ଏହା ବି ପଢନ୍ତୁ- KWK 8: ରଣବୀରଙ୍କୁ ଟକ୍ସିକ୍‌ ଟ୍ୟାଗ୍‌ ନେଇ ମୁହଁ ଖୋଲିଲେ ଆଲିଆ, ସାରାଙ୍କ ମା' ରୋଲ ପ୍ଲେ ନେଇ ଏପରି କହିଲେ ବେବୋ

ତେବେ ବରୁଣ ଏକ ଷ୍ଟାଇଲିସ ବ୍ଲାକ କାଜୁଆଲ ଆଉଟଫିଟରେ ନଜର ଆସିଥିବା ବେଳେ ସିଦ୍ଧାର୍ଥ ବ୍ଲୁ ବ୍ଲେଜର ସହିତ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ଅନ୍ୟପଟେ ଭିକି ଏକ ଡାର୍କ ଗ୍ରୀନ ରଙ୍ଗର ସୁଟ୍‌ ପିନ୍ଧିଛନ୍ତି । ତେବେ ଏହି ଏପିସୋଡରେ କରନ ସିଦ୍ଧାର୍ଥଙ୍କୁ ପ୍ରଶ୍ନ କରିଛନ୍ତି ଯେ, " ଏମିତି କୌଣସି ଏକ ଜିନିଷ ଯାହା ବରୁଣଙ୍କ ପାଖରେ ରହିଛି, ତୁମ ପାଖରେ ନାହିଁ ? " ଏଥିରେ ସିଦ୍ଧାର୍ଥ ଉତ୍ତରରେ କହିଛନ୍ତି, " ଏ ବିଗ୍‌ a**" । ତେବେ ଭିକି ଅଭିନେତ୍ରୀ କିଆରା ଆଡଭାନୀଙ୍କ ସହିତ ଏହି ଶୋ'ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଯାହାର ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଭିକି କହିଛନ୍ତି, " ଆମେ ଏଠାକୁ ଶୁଦ୍ଧି କରିବାକୁ ଆସିଛୁ ।"

ଏହା ବି ପଢନ୍ତୁ-Koffee With Karan 8: କାର୍ତ୍ତିକଙ୍କ ସହ ବ୍ରେକଅପ୍‌ ନେଇ ସାରାଙ୍କ ପ୍ରତିକ୍ରିୟା, କହିଲେ 'ଏହା ସହଜ ନଥିଲା'

ଶୋ'ର ହୋଷ୍ଟ କରନ ଏହି ଗେଷ୍ଟମାନଙ୍କର ଫେସ୍‌ ରିଭେଲ କରିବା ପରେ ଫ୍ୟାନ୍ସଙ୍କ ମନରେ ଭରି ରହିଛି ଉତ୍ସାହ । ଜଣେ ଫ୍ୟାନ୍ସ କମେଣ୍ଟରେ କହିଛନ୍ତି ଯେ ସେ ବରୁଣ, ଭିକି ଓ ରାଣୀ ମୁଖାର୍ଜୀଙ୍କ ଏପିସୋଡକୁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ଆଉ ଜଣେ ଫ୍ୟାନ୍ କହିଛନ୍ତି ଯେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଏପିସୋଡକୁ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.