ETV Bharat / entertainment

KWK8: ପରସ୍ପର ସହ କଥା ହେଉନଥିଲେ କାଜୋଲ-ରାନୀ ମୁଖାର୍ଜୀ, ଏହି ଘଟଣା ପରେ ହୋଇଥିଲେ ବନ୍ଧୁ

Koffee With Karan 8: ନିକଟରେ କାଜୋଲ ଏବଂ ରାନୀ ମୁଖାର୍ଜୀ କରଣ ଜୋହରଙ୍କ ଚାଟ୍ ଶୋ 'କଫି ୱିଥ୍ କରଣ 8'ରେ ଏକାଠି ନଜର ଆସିବେ । ଏହି ସମୟରେ ଅଭିନେତ୍ରୀମାନେ ସେମାନଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 30, 2023, 11:40 AM IST

KWK8: ପରସ୍ପର ସହ କଥା ହେଉନଥିଲେ କାଜୋଲ-ରାନୀ ମୁଖାର୍ଜୀ, ଏହି ଘଟଣା ପରେ ହୋଇଥିଲେ ବନ୍ଧୁ
KWK8: ପରସ୍ପର ସହ କଥା ହେଉନଥିଲେ କାଜୋଲ-ରାନୀ ମୁଖାର୍ଜୀ, ଏହି ଘଟଣା ପରେ ହୋଇଥିଲେ ବନ୍ଧୁ

ହାଇଦ୍ରାବାଦ: ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ କାଜୋଲ ଏବଂ ରାନୀ ମୁଖାର୍ଜୀ । ଦୁହେଁ ଶାହାରୁଖ ଖାନଙ୍କ ସହ ଫିଲ୍ମ 'କୁଛ କୁଛ ହୋତା ହେ' ରେ କାମ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ଏହା ବ୍ୟତୀତ ରାନୀ ମୁଖାର୍ଜୀ କାଜୋଲଙ୍କ ସହ ଫିଲ୍ମ 'କଭି ଖୁସୀ କଭି ଗମ୍‌'ରେ କ୍ୟାମିଓ ରୋଲରେ ନଜର ଆସିଥିଲେ । ଖୁବ୍ କମ୍ ଲୋକ ଜାଣନ୍ତି ଯେ, କାଜୋଲ ଏବଂ ରାନୀ ମୁଖାର୍ଜୀ କେବଳ ସହ-ଷ୍ଟାର ନୁହଁନ୍ତି ବରଂ ସମ୍ପର୍କୀୟ ଭଉଣୀ ମଧ୍ୟ ଅଟନ୍ତି । ବର୍ତ୍ତମାନ ଦୀର୍ଘ ଦିନ ପରେ କାଜୋଲ ଏବଂ ରାନୀଙ୍କୁ କରଣ ଜୋହରଙ୍କ ଚାଟ୍ ଶୋ 'କଫି ୱିଥ୍ କରଣ 8'ରେ ଏକାଠି ଦେଖିବାକୁ ମିଳିବ । ଏହି ସମୟରେ ସେ ସେମାନଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କଥା ହେଉଥିବା ନଜର ଆସିଛନ୍ତି ।

ଶୋ'ରେ ରାନୀ ମୁଖାର୍ଜୀ କାଜୋଲଙ୍କ ସହ ତାଙ୍କ ଦୂରତା ନେଇ ପ୍ରକାଶ କରିଛନ୍ତି । ସେ କହିଛନ୍ତି, କ୍ୟାରିୟରର ପ୍ରାରମ୍ଭିକ ଦିନରେ ସେ କାଜୋଲଙ୍କ ଅପେକ୍ଷା ଐଶ୍ବର୍ଯ୍ୟା ରାୟଙ୍କ ନିକଟତର ହୋଇଥିଲେ । କରଣ ଜୋହର କହିଛନ୍ତି ଯେ ଏହା କେଉଁ ପ୍ରକାର ପରିବାର ଯେଉଁଠାରେ ପରସ୍ପର ସହ କଥାବାର୍ତ୍ତା ମଧ୍ୟ କର ନାହିଁ । ଏହା ଉପରେ କାଜୋଲ କୁହନ୍ତି, 'ପ୍ରକୃତରେ ସେପରି କିଛି ନାହିଁ । ଏହା କେବଳ ଏକ ଅର୍ଗାନିକ ଦୂରତା ଥିଲା । ଯେତେବେଳେ କାମ କଥା ଆସେ, ସେତେବେଳେ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଯେଉଁଠାରେ ଥିଲୁ ଆମେ ଦୁହେଁ ପସନ୍ଦ କରୁଥିଲୁ । ଏହାପରେ ରାନୀ ମୁଖାର୍ଜୀ କହିଛନ୍ତି, 'ମୁଁ ତାଙ୍କୁ ପିଲାଦିନରୁ ଜାଣିଛି ଏବଂ ସେ ମୋ ପାଇଁ କାଜୋଲ ଦିଦି ଥିଲେ, ତେଣୁ ଏହା ଟିକିଏ ଅଜବ ଥିଲା ।'

ରାନୀ ଆହୁରି କୁହନ୍ତି, 'ମୁଁ ଭାବୁଛି ଯେତେବେଳେ ତୁମେ ଅଲଗା ହୁଅ, ତୁମେ ପ୍ରକୃତରେ ଏହାର କାରଣ ଜାଣ ନାହଁ କାରଣ ତୁମେ ପ୍ରାୟତଃ ସାକ୍ଷାତ କରୁନାହଁ । କାଜୋଲ ଦିଦି ସହରରେ ରହୁଥିଲେ ଏବଂ ଆମେ ଜୁହୁରେ ଥିଲୁ । ତନିଶା ଏବଂ ମୁଁ ବହୁତ ଘନିଷ୍ଠ ଏବଂ ଏବେ ବି ଅଛୁ । କିନ୍ତୁ କାଜୋଲ ଦିଦି ସବୁବେଳେ ପରିବାରର ପୁଅଙ୍କ ନିକଟତର ଥିଲେ । ତେଣୁ ଏହା ଟିକିଏ ଅଜବ ଥିଲା

ଏହା ମଧ୍ୟ ପଢନ୍ତୁ: କଫି ୱିଥ କରନ ସିଜନ ୮: କରନଙ୍କ ମୁହଁ ବନ୍ଦ କଲେ କାଜଲ-ରାନୀ

ପିତାଙ୍କ ମୃତ୍ୟୁ ପରେ କାଜୋଲ-ରାନୀ ବନ୍ଧୁ ହେଲେ !

ଏବେ ପ୍ରଶ୍ନ ହେଉଛି, ଏହି ଦୂରତା ମଧ୍ୟରେ ଦୁଇ ଭଉଣୀଙ୍କ ମଧ୍ୟରେ ବନ୍ଧୁତା କିପରି ହୋଇଥିଲା ? ଏହା ଉପରେ କାଜୋଲ କହିଥିଲେ ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ଏବଂ ରାନୀ ନିକଟତର ହୋଇଥିଲେ । ରାନୀ କୁହନ୍ତି, 'ଗୋଟିଏ ପରିବାରରେ, ଯେତେବେଳେ ତୁମେ ତୁମର ଘନିଷ୍ଠ ଲୋକଙ୍କୁ ହରାଇବ । ଯେତେବେଳେ ତୁମେ କଠିନ ସମୟ ଏବଂ କ୍ଷତି ଦେଇ ଗତି କର, ସମସ୍ତେ ନିକଟତର ହୁଅନ୍ତି । ମୁଁ କାଜୋଲଙ୍କ ପିତା (ଶୋମୁ ମୁଖାର୍ଜୀ)ଙ୍କ ନିକଟତର ଥିଲି । ସୂଚନା ଥାଉ କି, ନଭେମ୍ବର ୩୦ ମଧ୍ୟରାତ୍ରରେ କାଜଲ ଏବଂ ରାନୀ ମୁଖାର୍ଜୀଙ୍କ ସହ ଏହି ଲାଟେଷ୍ଟ ଏପିସୋଡ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମିଂ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.