ETV Bharat / entertainment

Koffee With Karan 8: କରନଙ୍କ ଶୋ'କୁ 'କଣ୍ଟ୍ରୋଭର୍ସିଆଲ ଓ୍ବିଥ କେ' କହିଲେ ଆଲିଆ

author img

By ETV Bharat Odisha Team

Published : Nov 13, 2023, 9:13 AM IST

କଫି ୱିଥ୍ କରଣ ସିଜନ ୮ର ଲାଟେଷ୍ଟ୍‌ ଏପିସୋଡ୍‌ରେ ଏକାଠି ନଜର ଆସିବେ ଆଲିୟା ଭଟ୍ଟ ଓ କରୀନା କପୁର ଖାନ । ଏହି ସମୟରେ କରୀନା ଅମିଶାଙ୍କ ସହ ଥିବା ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Koffee With Karan 8
Koffee With Karan 8

ହାଇଦ୍ରାବାଦ: କରଣ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ' କଫି ୱିଥ୍ କରଣ 8' ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି । ଶୋ’କୁ ଏ ପର୍ଯ୍ୟନ୍ତ ଆସିଥିବା ଅତିଥିମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନର ଅନେକ ରହସ୍ୟ ପ୍ରକଟ କରିଛନ୍ତି । ଏବେ ଦର୍ଶକମାନେ ଉତ୍ସାହର ସହିତ ଶୋ’ର ଆଗାମୀ ଏପିସୋଡ୍‌କୁ ଅପେକ୍ଷା କରିଛନ୍ତି । ତେବେ ଆଗାମୀ ଏପିସୋଡ୍‌ରେ କପୁର ପରିବାରର ନଣନ୍ଦ ଭାଉଜ ଅର୍ଥାତ ଆଲିଆ ଭଟ୍ଟ ଏବଂ କରୀନା କପୁର ଖାନଙ୍କୁ କରଣଙ୍କ ଶୋ’ରେ ଦେଖିବାକୁ ମିଳିବ ।

ଶୋ'ରେ କରୀନା ଏବଂ ଆଲିଆ ମଜା କରିବା ସହ ଅନେକ ବ୍ୟକ୍ତିଗତ କଥା ପ୍ରକଟ କରୁଥିବା ଦେଖିବାକୁ ମିଳିବ । ସାମ୍ନାକୁ ଆସିଥିବା ପ୍ରୋମୋରେ ଯାହାର ଏକ ଝଲକ ଦେଖିବାକୁ ମିଳିଛି । ଏହି ପ୍ରୋମୋର ଏକ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ କରଣ ଆଲିଆ ଏବଂ କରୀନାଙ୍କ ସହ ବହୁତ ମଜା କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ କରନ ଅମିଶା ପଟେଲଙ୍କ ବିଷୟରେ କରୀନାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଯେଉଁଥିରେ ବେବୋ ତାଙ୍କୁ ଅଣଦେଖା କରିଥିବା ଦେଖିବାକୁ ମିଳିଛି ।

ତେବେ ପ୍ରୋମୋରେ ଆଲିୟା ଭଟ୍ଟ 'କଫି ଓ୍ବିଥ କରନ' ଶୋ' କୁ 'କଣ୍ଟ୍ରୋଭର୍ସିଆଲ ଓ୍ବିଥ୍‌ କେ' ବୋଲି କହିଛନ୍ତି । ସେହିପରି ଏହାରି ମଧ୍ୟରେ କରୀନା କପୁର ମଧ୍ୟ ଅମିଶା ପଟେଲଙ୍କ ସହ ହୋଇଥିବା ବିବାଦକୁ ନେଇ ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । କରଣ ଅଭିନେତ୍ରୀଙ୍କୁ ପଚାରିଛନ୍ତି, ତୁମ ଦୁଇ ଜଣଙ୍କ ମଧ୍ୟରୁ କିଏ ନଣନ୍ଦ ଓ କିଏ ଭାଉଜ ? ଆଉ ଏହାର ଉତ୍ତରରେ କରୀନା କହିଛନ୍ତି ଯେ, ମୁଁ କାହାର ଭାଉଜ ନୁହେଁ । ଏଥି ସହିତ, କରଣ ବେବୋଙ୍କୁ ଆମିଶାଙ୍କ ବିଷୟରେ କିଛି ପ୍ରଶ୍ନ ପଚାରିଥିଲେ, ଏହାର ଉତ୍ତରରେ କରୀନା କହିଥିଲେ ଯେ କରଣ, ମୁଁ ତୁମକୁ ଅଣଦେଖା କରୁଛି ।

ଏହା ମଧ୍ୟ ପଢନ୍ତୁ- Koffee With Karan 8: କାର୍ତ୍ତିକଙ୍କ ସହ ବ୍ରେକଅପ୍‌ ନେଇ ସାରାଙ୍କ ପ୍ରତିକ୍ରିୟା, କହିଲେ 'ଏହା ସହଜ ନଥିଲା'

ପ୍ରକାଶ ଥାଉକି, ଗତ କିଛି ବର୍ଷ ଧରି କରୀନା କପୁର ଓ ଅମିଶା ପଟେଲଙ୍କ ମଧ୍ୟରେ ଥିବା ବିବାଦକୁ ନେଇ ଚର୍ଚ୍ଚା ହୋଇ ଆସୁଛି । ଏହାରି ମଧ୍ୟରେ ଥରେ ଅମିଶା ଏହା ଉପରେ ନୀରବତା ଭାଙ୍ଗି କରିନାଙ୍କ ସହ ତାଙ୍କର କୌଣସି ଶତ୍ରୁତା ନାହିଁ ବୋଲି କହିଥିଲେ। କିନ୍ତୁ ଏବେ କରୀନା ଯେପରି କରଣଙ୍କ ଶୋ’ରେ ଅମିଶାଙ୍କ ପ୍ରଶ୍ନକୁ ଅଣଦେଖା କରିଛନ୍ତି, ତାହା ଏକ ଭିନ୍ନ ଦିଗକୁ ସୂଚାଉଛି | ତେବେ 'କଫି ୱିଥ୍ କରଣ 8'ର ତୃତୀୟ ଏପିସୋଡରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଏହାର ପୂର୍ବ ଏପିସୋଡ୍‌ରେ ଦୀପିକା ପାଦୁକୋନ-ରଣଭୀର ସିଂ ଓ ସାରା ଅଲି ଖାନ- ଅନନ୍ୟା ପାଣ୍ଡେଙ୍କୁ ଦେଖିବାରୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.