ETV Bharat / entertainment

Lara Dutta Love Story: ପ୍ରଥମ ଦେଖାରେ ହିଁ ମିସ୍‌ ୟୁନିଭର୍ସଙ୍କ ପ୍ରେମରେ ପଡିଥିଲେ ଟେନିସ୍ ଖେଳାଳି

author img

By

Published : Apr 16, 2022, 10:38 AM IST

ଅଭିନେତ୍ରୀ ଲାରା ଦତ୍ତା 16 ଏପ୍ରିଲ 1978ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମଗ୍ରହଣ କରିଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନରେ, ଆମେ କହୁଛୁ ମହେଶ ଭୂପତିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ କିପରି ହୋଇଥିଲା ଏବଂ କେମିତି ମିଶିଥିଲା ଦୁଇ ହୃଦୟ । ଅଧିକ ପଢନ୍ତୁ

ଥମ ଦେଖାରେ ହିଁ ମିସ୍‌ ୟୁନିଭର୍ସଙ୍କ ପ୍ରେମରେ ପଡିଯାଇଥିଲେ ଟେନିସ୍ ଖେଳାଳି

ହାଇଦ୍ରାବାଦ: ଲାରା ଦତ୍ତା ଇଣ୍ଡଷ୍ଟ୍ରିରେ ବହୁତ ସମୟ ଅତିବାହିତ କରିଛନ୍ତି, ଆଉ ଏବେ ବି ସେ ତାଙ୍କ ଅଭିନୟ ଦ୍ୱାରା ଫ୍ୟାନ୍ସଙ୍କୁ ଚକିତ କରିଦିଅନ୍ତି ସେ । ବର୍ତ୍ତମାନ ସେ ପୂର୍ବ ଅପେକ୍ଷା କମ୍ ଚଳଚ୍ଚିତ୍ର କରୁଛନ୍ତି । ଅଭିନେତ୍ରୀଙ୍କ ରିଏଲ ଲାଇଫ କୌଣସି ଫିଲ୍ମଠୁ କମ ନୁହେଁ । ସେ ଦେଶର ତାରକା ଟେନିସ୍ ଖେଳାଳି ମହେଶ ଭୂପତିଙ୍କୁ ବିବାହ କରିଛନ୍ତି । ଏହି ବିବାହ ଖୁବ୍‌ ଚର୍ଚ୍ଚାରେ ଥିଲା।

ଲାରା ଦତ୍ତା
ଲାରା ଦତ୍ତା

ଲାରା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ବି ଦେଖାଇଥାନ୍ତି । ଏହି ଅଭିନେତ୍ରୀ 16 ଏପ୍ରିଲ 1978 ରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜନ୍ମଗ୍ରହଣ କରିଥିଲେ । ଅଭିନେତ୍ରୀଙ୍କ ଜନ୍ମଦିନରେ, ଆମେ କହୁଛୁ ମହେଶ ଭୂପତିଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ କିପରି ହୋଇଥିଲା ଏବଂ କେମିତି ମିଶିଥିଲା ଦୁଇ ହୃଦୟ ।

ଲାରା ଦତ୍ତା
ଲାରା ଦତ୍ତା

ଉଭୟ ମହେଶ ଏବଂ ଲାରା ନିଜ କ୍ଷେତ୍ରରେ ଏକ୍ସପର୍ଟ ଅଟନ୍ତି । ମହେଶ ଦେଶର ପ୍ରଥମ ଗ୍ରାଣ୍ଡସ୍ଲାମ ଜିତିଥିବା ଜଣେ ଟେନିସ୍ ଖେଳାଳି ହୋଇଥିବାବେଳେ ଲାରା ଦତ୍ତା 2000 ମସିହାର ମିସ୍ ୟୁନିଭର୍ସ । ଯେତେବେଳେ ଲାରା ଏବଂ ମହେଶଙ୍କର ପ୍ରଥମ ସାକ୍ଷାତ ହୋଇଥିଲା, ସେତେବେଳେ ମହେଶ ଭୂପତି ବିବାହିତ ଥିଲେ । ସେ 2002 ମସିହାରେ ଶ୍ୱେତା ଜୟଶଙ୍କରଙ୍କୁ ବିବାହ କରିଥିଲେ । କିନ୍ତୁ ଯେତେବେଳେ ମହେଶ ଭୂପତି ଏକ ବ୍ୟବସାୟିକ ସଭାରେ ଲାରା ଦତ୍ତାଙ୍କୁ ଭେଟିଥିଲେ, ସେତେବେଳେ ମହେଶ ପ୍ରଥମ ଦେଖାରେ ଲାରାଙ୍କୁ ହୃଦୟ ଦେଇବସିଲେ ।

ଲାରା ଦତ୍ତା-ମହେଶ ଭୂପତି
ଲାରା ଦତ୍ତା-ମହେଶ ଭୂପତି

ମହେଶ ତାଙ୍କ ମନ କଥା ଲାରା ଦତ୍ତାଙ୍କୁ କହିଥିଲେ ଏବଂ ଦୁହେଁ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ । କିନ୍ତୁ ମହେଶଙ୍କ ପାଇଁ ସବୁଠୁ ବଡ ସମସ୍ୟା ହେଲା, ସେ ପୂର୍ବରୁ ବିବାହିତ ଥିଲେ । ସେ ପ୍ରଥମେ ଶ୍ୱେତା ଜୟଶଙ୍କରଙ୍କୁ ଛାଡପତ୍ର ଦେଇଥିଲେ ଏବଂ ପରେ 2011ରେ ଲାରା ଦତ୍ତାଙ୍କୁ ବିବାହ କରିଥିଲେ । ମହେଶ ଏବଂ ଲାରାଙ୍କର ସାଇରା ଭୂପତି ନାମକ ଜଣେ ଝିଅ ଅଛନ୍ତି । ସାଇରା 2012 ଜାନୁଆରୀ 20ରେ ଜନ୍ମଗ୍ରହଣ କରିଥିଲେ । ସୋସିଆଲ ମିଡିଆରେ ଲାରା ବହୁତ ସକ୍ରିୟ ଏବଂ ସେ ନିଜ ପରିବାର ସହିତ କ୍ବାଲିଟି ଟାଇମ ବିତାଇବା ସମୟରେ ଫଟୋ ମଧ୍ୟ ସେୟାର କରନ୍ତି ।

ଲାରା ଦତ୍ତାଙ୍କ ପରିବାର
ଲାରା ଦତ୍ତାଙ୍କ ପରିବାର

ମହେଶ ଭୂପତିଙ୍କୁ ବିବାହ କରିବା ପୂର୍ବରୁ ମଧ୍ୟ ଲାରା ଏକ ରିଲେସନସିପରେ ଥିଲେ । ରିପୋର୍ଟ ଅନୁଯାୟୀ, ସେ ଅଭିନେତା-ମଡେଲ କେଲି ଡୋରଜୀ (Kelly Dorjiଙ୍କ ସହ 9 ବର୍ଷ ଧରି ରିଲେସନସିପରେ ଥିଲେ । ଏହା ପରେ ଆମେରିକାର ପେସାଦାର ବେସବଲ୍ ଖେଳାଳୀ ଡେରେକ ଜେଟର ( Derek Jeter) ତାଙ୍କ ଜୀବନରେ ଆସିଥିଲେ । କିଛି ଖବର ଅନୁଯାୟୀ ସେ ବଲିଉଡ ଅଭିନେତା ଡିନୋ ମୋରିଆଙ୍କୁ ମଧ୍ୟ ଡେଟ କରିଛନ୍ତି।

ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, ତାଙ୍କୁ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ ବଟମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​। ସେ ଏହି ଚଳଚ୍ଚିତ୍ରରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ ଥିଲେ ।​ ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ । ଏହା ବ୍ୟତୀତ ସେ ୱେବ୍ ସିରିଜ୍ କୌନ ବନେଗି ଶିଖର ବଟିରେ ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.