ETV Bharat / entertainment

kiara-Sidharth Breakup Rumours: କହିଦେଲେ କିଆରା, ମୁଁ କାହାକୁ ଭୁଲିବାକୁ ଚାହୁଁନି - କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରା

କିଆରା ଆଡଭାନୀଙ୍କ ଫିଲ୍ମ ଭୁଲ୍ ଭୁଲେୟା ୨ ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି। ଟ୍ରେଲର ଲଞ୍ଚିଂ ଅବସରରେ କିଆରା ଏମିତି କିଛି କହିଦେଇଛନ୍ତି, ଯାହା ସିଦ୍ଧାର୍ଥଙ୍କ ସହ ରିଲେସନସିପ୍‌କୁ ସିଧାସଳଖ ଇଙ୍ଗିତ କରୁଛି । ଅଧିକ ପଢନ୍ତୁ

କିଆରା କହୁ କହୁ କହିଦେଲେ ଏମିତି- ମୁଁ କାହାକୁ ଭୁଲିବାକୁ ଚାହୁଁନି

author img

By

Published : Apr 26, 2022, 8:04 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଏବେ ଚର୍ଚ୍ଚାରେ ଅଛନ୍ତି । ନିକଟରେ, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିଷୟରେ ଗୁଜବ ଆସିଥିଲା ଯେ ଦୁହେଁ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଡି 'ଶେରଶାହା'ରେ ଏକ ପ୍ରଶଂସନୀୟ କାମ କରିଥିଲେ, ଯାହା ପରେ ଉଭୟ ନିଜ ରିଲେସନସିପ୍‌ ପାଇଁ ଚର୍ଚ୍ଚାରେ ଥିଲେ ।

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ଫ୍ୟାନ୍ସ ମଧ୍ୟ ଏକାଠି ଦେଖିବାକୁ ଭଲ ପାଆନ୍ତି । କିଆରା ଆଡଭାନୀଙ୍କ ଫିଲ୍ମ 'ଭୁଲ୍ ଭୁଲେୟା ୨ 'ର ଟ୍ରେଲର ମଙ୍ଗଳବାର ରିଲିଜ ହୋଇଛି । ଟ୍ରେଲର ଲଞ୍ଚିଂ ଅବସରରେ କିଆରା ଏମିତି କିଛି କହିଦେଇଛନ୍ତି, ଯାହା ସିଦ୍ଧାର୍ଥଙ୍କ ସହ ରିଲେସନସିପ୍‌କୁ ସିଧାସଳଖ ଇଙ୍ଗିତ କରୁଛି ।

କ'ଣ ଜବାବ୍‌ ଦେଲେ କିଆରା

ଫିଲ୍ମ 'ଭୁଲ୍ ଭୁଲେୟା ୨ 'ର ଟ୍ରେଲର ଲଞ୍ଚିଂ ଅବସରରେ କିଆରାଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ ଯେ, ଏମିତି କୌଣସି ବ୍ୟକ୍ତି ଅଛନ୍ତି, ଯାହାକୁ ଆପଣ ନିଜ ସ୍ବପ୍ନରୁ କିମ୍ବା ଆପଣଙ୍କ ଜୀବନରୁ ଭୁଲେଇବାକୁ ଚାହୁଁଛନ୍ତି ? ଏହାର ଜବାବରେ କିଆରା କହିଥିଲେ- 'ବିଲକୁଲ ନୁହେଁ, କାରଣ ଯାହାକୁ ମୁଁ ଭେଟିଛି ଏବଂ ଯାହା ସହ ସମ୍ପର୍କ ରଖିଛି, ସେମାନେ ମୋ ଜୀବନ ସହିତ ଯୋଡି ହୋଇଯାଇଛନ୍ତି । ତେଣୁ କାହାକୁ ମଧ୍ୟ ମୁଁ ଭୁଲିବାକୁ ଚାହୁଁନି।' କିଆରାଙ୍କ ଏହିପରି ଜବାବ୍‌ ଶୁଣି ସମସ୍ତେ ଖୁସି ହୋଇଯାଇଥିଲେ।

ଏହା ବି ପଢନ୍ତୁ: ସିଦ୍ଧାର୍ଥ-କିଆରାଙ୍କ ବ୍ରେକ୍ ଅପ୍: ରିପୋର୍ଟ୍ସ

ସିଦ୍ଧାର୍ଥଙ୍କ ସହିତ ବ୍ରେକଅପ୍ ?

ବର୍ତ୍ତମାନ କିଆରାଙ୍କ ଏହି ଉତ୍ତର ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହି ଯୋଡି ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ଇଶାରା ଥିବା ଚର୍ଚ୍ଚା ହେଉଛି । ଫଳରେ କିଆରାଙ୍କ ପ୍ରତିକ୍ରିୟା ଅନୁସାରେ ବ୍ରେକଅପ୍ ଖବର ମିଛ ଲାଗୁଛି । ମାତ୍ର ସିଦ୍ଧାର୍ଥ ଦୀର୍ଘ ଦିନରୁ କିଆରାଙ୍କ ଗୋଟିଏ ମଧ୍ୟ ଇନଷ୍ଟା ପୋଷ୍ଟରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏଭଳି ପରିସ୍ଥିତିରେ ସବୁକିଛି ସ୍ପଷ୍ଟ ଦେଖାଯାଉଛି । ଉଲ୍ଲେଖନୀୟ ଯେ, କିଆରା ଏବଂ ସିଦ୍ଧାର୍ଥ ଏ ପର୍ଯ୍ୟନ୍ତ ରିଲେସନସିପ୍‌ ଏବଂ ବ୍ରେକଅପ୍ ବିଷୟରେ କେବେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଏଭଳି ପରିସ୍ଥିତିରେ ଲଭବାର୍ଡଙ୍କ ରିଲେସନସିପ୍‌ ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି ।

ବର୍ତ୍ତମାନ ଏହି ଯୋଡି ପରସ୍ପରକୁ ଭେଟୁ ନଥିବା କୁହାଯାଉଛି । ତେବେ ସେମାନଙ୍କ ମଧ୍ୟରେ କ’ଣ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ଦୁହିଁଙ୍କ ବ୍ରେକଅପ୍‌ ଖବର ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି। ସମସ୍ତେ ଆଶା କରୁଥିଲେ ଅନ୍ୟ ସେଲିବ୍ରେଟିଙ୍କ ପରି କିଆରା ଏବଂ ସିଦ୍ଧାର୍ଥ ମଧ୍ୟ ଶୀଘ୍ର ବିବାହ କରିବେ। ମାତ୍ର ସେମାନେ ଅଲଗା ହୋଇଯାଇଥିବା ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.